ବିଭୁ କାନୁନଗୋ

ଉଇକିପିଡ଼ିଆ‌ରୁ
(Bibhu Kanungoରୁ ଲେଉଟି ଆସିଛି)
ବିଭୁ କାନୁନଗୋ
ଜନ୍ମ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି କଲେଜ
ବୃତ୍ତିରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର

ବିଭୁ ପ୍ରସାଦ କାନୁନଗୋ ଓଡ଼ିଶା ଜନ୍ମିତ ଜଣେ ଆଇନଜ୍ଞ ଓ ଅର୍ଥନୀତିଜ୍ଞ ଅଟନ୍ତି । ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ମାର୍ଚ୍ଚ ୨୦୧୭ରେ ଅବସ୍ଥାପିତ ହୋଇଥିଲେ । ଏହି ପଦବୀ ଅଳଙ୍କୃତ କରିବାରେ ସେ ହାରୁନ ରଶିଦ ଖାଁଙ୍କ ପରେ ଦ୍ୱିତୀୟ ଓଡ଼ିଆ[୧]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ବିଭୁ ପ୍ରସାଦ, କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବାଲିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ସରକାରୀ କର୍ମଚାରୀ ଥିଲେ । ଗାଁ ବିଦ୍ୟାଳୟ ପରେ, ସେ ଭୁବନେଶ୍ୱରର ୟୁନିଟ ୬ ସରକାରୀ ବାଳକ ବିଦ୍ୟାଳୟରୁ ହାଇସ୍କୁଲ ଓ କେନ୍ଦ୍ରାପଡ଼ାରେ ନିଜର ଇଣ୍ଟରମିଡିଏଟ ସମାପ୍ତ କରିଥିଲେ । ଭୁବନେଶ୍ୱରର ବିଜେବି କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୧୯୭୮ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରଥିଲେ ।[୨]

କର୍ମ ଜୀବନ[ସମ୍ପାଦନା]

୧୯୭୯ରେ ସେ ବ୍ୟାଙ୍କ ସେବାରେ ଯୋଗ ଦେଇଥିଲେ । ୧୯୭୯ରେ ଓରିଏଣ୍ଟାଲ ବ୍ୟାଙ୍କରେ ଅଧିକାରୀ ଓ ୧୯୮୦ ମସିହାରେ ରିଜର୍ଭ ବ୍ୟାଙ୍କରେ ଅଧିକାରୀ ଭାବେ ଯୋଗଦେଇଥିଲେ । ୨୦୧୬ ମସିହାରେ ସେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏକଜିକ୍ୟୁଟିଭ ଡାଇରେକ୍ଟର) ଭାବେ ନିଯୁକ୍ତି ପାଇଥିଲେ ।[୩] ଏହା ପୂର୍ବରୁ ସେ ବିଦେଶ ବିନିମୟ (ଫରେନ ଏକ୍ସଚେଞ୍ଜ) ବିଭାବରେ କାମ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. http://www.newindianexpress.com/states/odisha/2017/mar/16/kendrapara-man-appointed-rbi-deputy-governor-1581851.html
  2. http://economictimes.indiatimes.com/news/economy/policy/boy-from-sleepy-hamlet-bibhu-prasad-kanungo-becomes-deputy-governor-of-rbi/articleshow/57655574.cms
  3. https://www.rbi.org.in/Scripts/BS_PressReleaseDisplay.aspx?prid=36370
  4. http://timesofodisha.com/?p=4804