ବିଭୁ କାନୁନଗୋ
ବିଭୁ କାନୁନଗୋ | |
---|---|
ଜନ୍ମ | ବାଲିଆ, କେନ୍ଦ୍ରାପଡ଼ା |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି କଲେଜ |
ବୃତ୍ତି | ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର |
ବିଭୁ ପ୍ରସାଦ କାନୁନଗୋ ଓଡ଼ିଶା ଜନ୍ମିତ ଜଣେ ଆଇନଜ୍ଞ ଓ ଅର୍ଥନୀତିଜ୍ଞ ଅଟନ୍ତି । ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ମାର୍ଚ୍ଚ ୨୦୧୭ରେ ଅବସ୍ଥାପିତ ହୋଇଥିଲେ । ଏହି ପଦବୀ ଅଳଙ୍କୃତ କରିବାରେ ସେ ହାରୁନ ରଶିଦ ଖାଁଙ୍କ ପରେ ଦ୍ୱିତୀୟ ଓଡ଼ିଆ ।[୧]
ବାଲ୍ୟଜୀବନ ଓ ଶିକ୍ଷା
[ସମ୍ପାଦନା]ବିଭୁ ପ୍ରସାଦ, କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବାଲିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ସରକାରୀ କର୍ମଚାରୀ ଥିଲେ । ଗାଁ ବିଦ୍ୟାଳୟ ପରେ, ସେ ଭୁବନେଶ୍ୱରର ୟୁନିଟ ୬ ସରକାରୀ ବାଳକ ବିଦ୍ୟାଳୟରୁ ହାଇସ୍କୁଲ ଓ କେନ୍ଦ୍ରାପଡ଼ାରେ ନିଜର ଇଣ୍ଟରମିଡିଏଟ ସମାପ୍ତ କରିଥିଲେ । ଭୁବନେଶ୍ୱରର ବିଜେବି କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୧୯୭୮ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରଥିଲେ ।[୨]
କର୍ମ ଜୀବନ
[ସମ୍ପାଦନା]୧୯୭୯ରେ ସେ ବ୍ୟାଙ୍କ ସେବାରେ ଯୋଗ ଦେଇଥିଲେ । ୧୯୭୯ରେ ଓରିଏଣ୍ଟାଲ ବ୍ୟାଙ୍କରେ ଅଧିକାରୀ ଓ ୧୯୮୦ ମସିହାରେ ରିଜର୍ଭ ବ୍ୟାଙ୍କରେ ଅଧିକାରୀ ଭାବେ ଯୋଗଦେଇଥିଲେ । ୨୦୧୬ ମସିହାରେ ସେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏକଜିକ୍ୟୁଟିଭ ଡାଇରେକ୍ଟର) ଭାବେ ନିଯୁକ୍ତି ପାଇଥିଲେ ।[୩] ଏହା ପୂର୍ବରୁ ସେ ବିଦେଶ ବିନିମୟ (ଫରେନ ଏକ୍ସଚେଞ୍ଜ) ବିଭାବରେ କାମ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ http://www.newindianexpress.com/states/odisha/2017/mar/16/kendrapara-man-appointed-rbi-deputy-governor-1581851.html
- ↑ http://economictimes.indiatimes.com/news/economy/policy/boy-from-sleepy-hamlet-bibhu-prasad-kanungo-becomes-deputy-governor-of-rbi/articleshow/57655574.cms
- ↑ https://www.rbi.org.in/Scripts/BS_PressReleaseDisplay.aspx?prid=36370
- ↑ http://timesofodisha.com/?p=4804