ବତୂଲ ବେଗମ
ବତୂଲ ବେଗମ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | କଣ୍ଠଶିଳ୍ପୀ |
ପ୍ରସିଦ୍ଧି | ରାଜସ୍ଥାନୀ ଲୋକଗୀତ ମାଣ୍ଡ୍ ଓ ଭଜନ |
ପୁରସ୍କାର | ନାରୀ ଶକ୍ତି ପୁରସ୍କାର, ୨୦୨୧ |
ବତୂଲ ବେଗମ ଜଣେ ଭାରତୀୟ ରାଜସ୍ଥାନୀ ଲୋକଗୀତ ଗାୟିକା । ସେ ରାଜସ୍ଥାନର ଜୟପୁରର ଅଧିବାସୀ । ସେ ମୁଖ୍ୟତଃ ରାଜସ୍ଥାନୀ ଲୋକଗୀତ ମାଣ୍ଡ୍ ଓ ଭଜନ ପରିବେଷଣ କରିଥାନ୍ତି; ଯାହା ପାଇଁ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସିଦ୍ଧି ରହିଛି ।[୧] ସେ ଢୋଲ, ଢୋଲକ ଏବଂ ତବଲା ଭଳି ବାଦ୍ୟଯନ୍ତ୍ର ମଧ୍ୟ ବଜାନ୍ତି ।[୨] ୬୯ ବର୍ଷ ବୟସରେ ୨୦୨୨ ମସିହାର ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କୁ ଭାରତ ସରକାରଙ୍କଦ୍ୱାରା ୨୦୨୧ ମସିହା ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ।[୩]
ଶିକ୍ଷା
[ସମ୍ପାଦନା]ବେଗମ ବତୂଲଙ୍କ ଗାଆଁରେ ବିଦ୍ୟାଳୟ ନଥିବାରୁ ତଥା ପାରିବାରିକ ସ୍ଥିତି ହେତୁ ସେ ଅଧିକ ପଢ଼ିପାରିନଥିଲେ, କେବଳ ୫ମ ଶ୍ରେଣୀ ଯାଏଁ ପଢ଼ିଥିଲେ, ମାତ୍ର ବିଭିନ୍ନ ଲୋକମାନଙ୍କ ସହିତ ମିଶିବା ଫଳରେ କିଛି କିଛି ଜ୍ଞାନ ଆହରଣ କରିଥିଲେ । ସଙ୍ଗୀତରେ ରୁଚି ଥିବାରୁ ସେ ଘରୁ ହିଁ ବାଦ୍ୟଯନ୍ତ୍ର ବଜାଇବା ଶିଖିଥିଲେ ଏବଂ ଗାଆଁ ମନ୍ଦିରରେ ଢୋଲ ବଜେଇବା ତଥା ଭଜନ ପରିବେଷଣ ଆରମ୍ଭ କରିଥିଲେ । ସେ ମୁସଲାମନ ଧର୍ମର ହୋଇଥିବାରୁ ତାଙ୍କୁ କେବେକେବେ ବାରଣ କରାଯାଇଥିଲା, ମାତ୍ର ସେ ଏହି କାର୍ଯ୍ୟରୁ ବିରତ ହୋଇନଥିଲେ ।[୪]
ଲୋକଗୀତ
[ସମ୍ପାଦନା]ସେ ଭଜନ ଓ ରାଜସ୍ଥାନୀ ଲୋକଗୀତ ମାଣ୍ଡ୍ ପରିବେଷଣ କରିଥାନ୍ତି । ୨୦୨୨ ମସିହା ସୁଦ୍ଧା ସେ ପ୍ୟାରିସ୍, ସ୍ପେନ୍, ବାର୍ସଲୋନା, ମୋନକା, ଟୁନିଜା, ଇଟାଲୀ ଭଳି ପାଖାପାଖି ୨୫ରୁ ଅଧିକ ଦେଶ ଭ୍ରମଣ କରି ମାଣ୍ଡ୍ ଗୀତ ଓ ଭଜନ ପରିବେଷଣ କରିଛନ୍ତି । ଜୟପୁରରେ ସେ ପିଲାମାନଙ୍କୁ ଭାରତୀୟ ଲୋକଗୀତ ଶିକ୍ଷା ଦେଇଥାନ୍ତି, ଯେଉଁଠି ପିଲାମାନେ ସଙ୍ଗୀତ ଶିକ୍ଷା କରିବାକୁ ତାଙ୍କ ଘରକୁ ଆସିଥାନ୍ତି ।[୪]
ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "कौन हैं Batool Begum जिन्हें अंतर्राष्ट्रीय महिला दिवस पर राष्ट्रपति कोविंद ने किया सम्मानित". DNA India (in ଇଂରାଜୀ). 8 March 2022. Retrieved 21 March 2022.
- ↑ Kainthola, Deepanshu (8 March 2022). "President Presents Nari Shakti Puraskar for the Years 2020, 2021". Tatsat Chronicle Magazine (in ଇଂରାଜୀ). Retrieved 21 March 2022.
- ↑ Arora, Sumit (9 March 2022). "President Kovind Presents 'Nari Shakti Puraskar' for 2020 and 2021". Adda247 (in Indian English). Retrieved 21 March 2022.
- ↑ ୪.୦ ୪.୧ Begum Batool: अंतरराष्ट्रीय महिला दिवस पर राष्ट्रपति कोविंद ने गायिका बेगम बतूल को किया सम्मानित, retrieved 2024-02-12