ନାରୀ ଶକ୍ତି ପୁରସ୍କାର

ଉଇକିପିଡ଼ିଆ‌ରୁ

ସ୍ତ୍ରୀ ଶକ୍ତି ପୁରସ୍କାର
ପୁରସ୍କାର ତଥ୍ୟ
ପ୍ରକାର ସର୍ବ ସାଧାରଣ
ଶ୍ରେଣୀ ମହିଳାଙ୍କ ସକ୍ରିୟତା (ବ୍ୟକ୍ତିଗତ)
ସ୍ଥାପିତ ୧୯୯୧
ଦାତା ଭାରତ ସରକାର
ନଗଦ ଅର୍ଥ ୩,୦୦୦୦୦

ନାରୀ ଶକ୍ତି ପୁରସ୍କାର, ଭାରତରେ ମହିଳାମାନଙ୍କର ଅସାଧାରଣ ଉପଲବ୍ଧି ପାଇଁ ପ୍ରଦାନ କରାଯାଉଥିବା ଏକ ରାଷ୍ଟ୍ରୀୟ ସମ୍ମାନ । ଭାରତୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଏହି ଉପାଧି ୬ଟି ଅଲଗା ଅଲଗା ବିଭାଗରେ ପ୍ରଦାନ କରାଯାଇଥାଏ । କଠିନ ପରିସ୍ଥିତିରେ ଏକ ମହିଳା ଯିଏ ନିଜର ବ୍ୟକ୍ତିଗତ କିମ୍ବା ବ୍ୟବସାୟିକ ଜୀବନରେ ସାହସର ଏହି ଭାବନାକୁ ସ୍ଥାପନା କରିଥାଏ ସ୍ତ୍ରୀ ଶକ୍ତି ପୁରସ୍କାର ତାହାର ପରିଚୟ ଅଟେ । ଏହି ପୁରସ୍କାର ନାରୀ ସଶକ୍ତି କରଣ ଓ ନାରୀ ଅତ୍ୟାଚାରକୁ ରୋକିବାର ଉଦ୍ୟମ କରୁଥିବା ନାରୀମାନଙ୍କୁ ମଧ୍ୟ ମିଳିଥାଏ ।[୧] ୧୯୯୧ରେ ପ୍ରତିଷ୍ଠା ହୋଇଥିବା ଏହି ପୁରସ୍କାର ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ପ୍ରଦାନ କରାଯାଇଥାଏ । ନଗତ ତିନି ଲକ୍ଷ ଟଙ୍କା ପୁରସ୍କାର ରାଶି ହିସାବରେ ପ୍ରଦାନ କରାଯାଇଥାଏ ।[୨]

ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ ୨୦୧୨ ବର୍ଷ ପାଇଁ ରାଣୀ ଲକ୍ଷ୍ମୀବାଇ ନାରୀ ଶକ୍ତି ପୁରସ୍କାର ନିର୍ଭୟାଙ୍କୁ ପ୍ରଦାନ କରୁଥିବା ଅବସରରେ[୩]

୨୦୧୨ ବର୍ଷ ପାଇଁ ଏହି ପୁରସ୍କାର ଦିଲ୍ଲୀରେ ଗଣ ବଳତ୍କାରର ଶିକାର ହୋଇଥିବା ନିର୍ଭୟାକୁ ପ୍ରଦାନ କରାଯାଇଥିଲା ।[୪]

ଆୱାର୍ଡ[ସମ୍ପାଦନା]

ଏହି ପୁରସ୍କାର ଭାରତ ଇତିହାସର ପ୍ରଖ୍ୟାତ ମହିଳାଙ୍କ ନାମରେ ନାମିତ କରାଯାଇଥାଏ ।[୧][୫]

  • ଦେବୀ ଅହଲ୍ୟା ବାଇ ହୋଲକାର ଆୱାର୍ଡ: ଅହଲ୍ୟା ବାଇ ହୋଲକାରଙ୍କ ନାମରେ ନାମିତ,(ମାଲବା ଦେଶର ଶାସକ)
  • କନ୍ନଗି ଆୱାର୍ଡ: କନ୍ନଗିଙ୍କ ନାମରେ ନାମିତ , ଏକ ପ୍ରସିଦ୍ଧ ତାମିଲ ମହିଳା
  • ମାତା ଯିଯାବାଇ ଆୱାର୍ଡ : ଶିବାଜିଙ୍କ ମାତାଙ୍କ ନାମରେ ନାମିତ (ମାତା ଯିଯାବାଇ) ଯିଏ ମରଠା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।
  • ରାଣୀ ଗଇଡିଂଲିଉ ଜେଲୀଆଙ୍ଗ ଆୱାର୍ଡ : ରାଣୀ ଗଇଡିଂଲିଉଙ୍କ ନାମରେ ନାମିତ
  • ରାଣୀ ଲକ୍ଷ୍ମୀ ବାଈ ଆୱାର୍ଡ : ଝାଁସୀ ରାଣୀ ଲକ୍ଷ୍ମୀ ବାଇଙ୍କ ନାମରେ ନାମିତ
  • ରାଣୀ ରୁଦ୍ରମ୍ମା ଦେବୀ ଆୱାର୍ଡ (ଉଭୟ ପୁରୁଷ ଓ ସ୍ତ୍ରୀ) : ରୁଦ୍ରମ୍ମା ଦେବୀଙ୍କ ନାମରେ ନାମିତ

୨୦୧୩ର ବିଜେତା[ସମ୍ପାଦନା]

ମାନସୀ ପ୍ରଧାନ, ଡା. ଏମ ଭେଙ୍କଇଆହ, ବୀଣା ଶେଠ ଲଶକାରୀ, ଟି. ରାଧିକା ,କେ. ପ୍ରଶାନ୍ତି, ଡା. ଭାରତିକା ନନ୍ଦ, ଡା. ସୀମା ସଖାରେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Stree Shakti Puraskar" (PDF). Ministry of Women and Child Development. Retrieved 14 ମାର୍ଚ୍ଚ 2014.
  2. "Stree Shakti Puruskar 2013: Invitation for Entries" (PDF). DAVP. Retrieved 14 ମାର୍ଚ୍ଚ 2014.
  3. "Stree Shakti Award for Nirbhaya". Daily News and Analysis. 7 ମାର୍ଚ୍ଚ 2013. Retrieved 3 ମାର୍ଚ୍ଚ 2014.
  4. "President gives Stree Shakti awards on International Women's Day". Yahoo News India. 8 ମାର୍ଚ୍ଚ 2013. Retrieved 3 ମାର୍ଚ୍ଚ 2014.
  5. "Women's Award". Ministry of Women and Child Development. Retrieved 14 ମାର୍ଚ୍ଚ 2014.