ବତୂଲ ବେଗମ

ଉଇକିପିଡ଼ିଆ‌ରୁ
ବତୂଲ ବେଗମ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିକଣ୍ଠଶିଳ୍ପୀ
ପ୍ରସିଦ୍ଧିରାଜସ୍ଥାନୀ ଲୋକଗୀତ ମାଣ୍ଡ୍ ଓ ଭଜନ
ପୁରସ୍କାରନାରୀ ଶକ୍ତି ପୁରସ୍କାର, ୨୦୨୧

ବତୂଲ ବେଗମ ଜଣେ ଭାରତୀୟ ରାଜସ୍ଥାନୀ ଲୋକଗୀତ ଗାୟିକା । ସେ ରାଜସ୍ଥାନର ଜୟପୁରର ଅଧିବାସୀ । ସେ ମୁଖ୍ୟତଃ ରାଜସ୍ଥାନୀ ଲୋକଗୀତ ମାଣ୍ଡ୍ ଓ ଭଜନ ପରିବେଷଣ କରିଥାନ୍ତି; ଯାହା ପାଇଁ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସିଦ୍ଧି ରହିଛି ।[୧] ସେ ଢୋଲ, ଢୋଲକ ଏବଂ ତବଲା ଭଳି ବାଦ୍ୟଯନ୍ତ୍ର ମଧ୍ୟ ବଜାନ୍ତି ।[୨] ୬୯ ବର୍ଷ ବୟସରେ ୨୦୨୨ ମସିହାର ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କୁ ଭାରତ ସରକାରଙ୍କଦ୍ୱାରା ୨୦୨୧ ମସିହା ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ।[୩]

ଶିକ୍ଷା[ସମ୍ପାଦନା]

ବେଗମ ବତୂଲଙ୍କ ଗାଆଁରେ ବିଦ୍ୟାଳୟ ନଥିବାରୁ ତଥା ପାରିବାରିକ ସ୍ଥିତି ହେତୁ ସେ ଅଧିକ ପଢ଼ିପାରିନଥିଲେ, କେବଳ ୫ମ ଶ୍ରେଣୀ ଯାଏଁ ପଢ଼ିଥିଲେ, ମାତ୍ର ବିଭିନ୍ନ ଲୋକମାନଙ୍କ ସହିତ ମିଶିବା ଫଳରେ କିଛି କିଛି ଜ୍ଞାନ ଆହରଣ କରିଥିଲେ । ସଙ୍ଗୀତରେ ରୁଚି ଥିବାରୁ ସେ ଘରୁ ହିଁ ବାଦ୍ୟଯନ୍ତ୍ର ବଜାଇବା ଶିଖିଥିଲେ ଏବଂ ଗାଆଁ ମନ୍ଦିରରେ ଢୋଲ ବଜେଇବା ତଥା ଭଜନ ପରିବେଷଣ ଆରମ୍ଭ କରିଥିଲେ । ସେ ମୁସଲାମନ ଧର୍ମର ହୋଇଥିବାରୁ ତାଙ୍କୁ କେବେକେବେ ବାରଣ କରାଯାଇଥିଲା, ମାତ୍ର ସେ ଏହି କାର୍ଯ୍ୟରୁ ବିରତ ହୋଇନଥିଲେ ।[୪]

ଲୋକଗୀତ[ସମ୍ପାଦନା]

ସେ ଭଜନ ଓ ରାଜସ୍ଥାନୀ ଲୋକଗୀତ ମାଣ୍ଡ୍ ପରିବେଷଣ କରିଥାନ୍ତି । ୨୦୨୨ ମସିହା ସୁଦ୍ଧା ସେ ପ୍ୟାରିସ୍, ସ୍ପେନ୍, ବାର୍ସଲୋନା, ମୋନକା, ଟୁନିଜା, ଇଟାଲୀ ଭଳି ପାଖାପାଖି ୨୫ରୁ ଅଧିକ ଦେଶ ଭ୍ରମଣ କରି ମାଣ୍ଡ୍ ଗୀତ ଓ ଭଜନ ପରିବେଷଣ କରିଛନ୍ତି । ଜୟପୁରରେ ସେ ପିଲାମାନଙ୍କୁ ଭାରତୀୟ ଲୋକଗୀତ ଶିକ୍ଷା ଦେଇଥାନ୍ତି, ଯେଉଁଠି ପିଲାମାନେ ସଙ୍ଗୀତ ଶିକ୍ଷା କରିବାକୁ ତାଙ୍କ ଘରକୁ ଆସିଥାନ୍ତି ।[୪]

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "कौन हैं Batool Begum जिन्हें अंतर्राष्ट्रीय महिला दिवस पर राष्ट्रपति कोविंद ने किया सम्मानित". DNA India (in ଇଂରାଜୀ). 8 March 2022. Retrieved 21 March 2022.
  2. Kainthola, Deepanshu (8 March 2022). "President Presents Nari Shakti Puraskar for the Years 2020, 2021". Tatsat Chronicle Magazine (in ଇଂରାଜୀ). Retrieved 21 March 2022.
  3. Arora, Sumit (9 March 2022). "President Kovind Presents 'Nari Shakti Puraskar' for 2020 and 2021". Adda247 (in Indian English). Retrieved 21 March 2022.
  4. ୪.୦ ୪.୧ Begum Batool: अंतरराष्ट्रीय महिला दिवस पर राष्ट्रपति कोविंद ने गायिका बेगम बतूल को किया सम्मानित, retrieved 2024-02-12