ବନମାଳି ଦାସ

ଉଇକିପିଡ଼ିଆ‌ରୁ
(Banamali Dasରୁ ଲେଉଟି ଆସିଛି)
ବନମାଳି ଦାସ
ବିଧାୟକ: ୪ର୍ଥ, ୫ମ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୭
ପୂର୍ବ ଅଧିକାରୀରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ
ପର ଅଧିକାରୀରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ
ନିର୍ବାଚନ ମଣ୍ଡଳୀନୀଳଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1918-08-29)୨୯ ଅଗଷ୍ଟ ୧୯୧୮
ମୃତ୍ୟୁ୨୫ ଫେବୃଆରୀ ୨୦୦୭(2007-02-25) (ବୟସ ୮୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)
ଜୀବନ ସାଥୀଜାମିନିବାଳା ଦାସ
ସନ୍ତାନ୨ ପୁଅ, ୪ ଝିଅ
ବାପା/ବୋଉହରିହର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ବନମାଳି ଦାସ (୨୯ ଅଗଷ୍ଟ ୧୯୧୮ - ୨୫ ଫେବୃଆରୀ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ବନମାଳି ଦାସ ୧୯୧୮ ମସିହାର ଅଗଷ୍ଟ ମାସ ୨୯ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହରିହର ଦାସ । ବନମାଳିଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ । ତାଙ୍କ ପତ୍ନୀଙ୍କ ନାମ ଜାମିନିବାଳା ଦାସ । ତାଙ୍କର ୨ ପୁଅ ଓ ୪ ଝିଅଙ୍କୁ ଲଗାଇ ସମୁଦାୟ ୬ ଜଣ ସନ୍ତାନସନ୍ତତି ।

ସ୍ୱାଧୀନତା ସଂଗ୍ରାମରେ ଅବଦାନ[ସମ୍ପାଦନା]

ବନମାଳି ଭାରତ ସ୍ୱାଧୀନ ହେବା ପୂର୍ବରୁ ୧୯୩୬ ମସିହାରୁ ୧୯୩୮ ମସିହାଯାଏଁ ଛାତ୍ର ଆନ୍ଦୋଳନରେ ସକ୍ରିୟ ଥିଲେ । ଏହାପରେ ୧୯୩୮ ମସିହାରୁ ୧୯୪୮ ମସିହା ମଧ୍ୟରେ ସେ ରାଜ୍ୟର ବିଭିନ୍ନ ପ୍ରକାରର ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ବନମାଳି ଦାସ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ୩ଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

ବନମାଳି ୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୬୭ ମସିହାରେ ୧୯୭୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ବନମାଳି ୧୯୭୧ ଓ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ନିର୍ବାଚନରେ ବିଜୟୀ ହୋଇ ଯଥାକ୍ରମେ ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ[ସମ୍ପାଦନା]

ବନମାଳି ଦାସ ୨୦୦୭ ମସିହାର ଫେବୃଆରୀ ମାସ ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Late Banamali Das". odishaassembly.nic.in. Odisha Assembly. Retrieved 30 May 2019.