ବାମାଚରଣ ମିତ୍ର
ବାମାଚରଣ ମିତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୭ ଡିସେମ୍ବର ୧୯୧୫ |
ମୃତ୍ୟୁ | ୨୧ ଫେବୃଆରୀ ୧୯୭୫ | (ବୟସ ୫୯)
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | "ମିମିର ସାହିତ୍ୟ" |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ବାମାଚରଣ ମିତ୍ର (୧୭ ଡିସେମ୍ବର ୧୯୧୫ - ୨୧ ଫେବୃଆରୀ ୧୯୭୫) ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ । ସେ ଓଡ଼ିଆରେ ନବେରୁ ଅଧିକ କ୍ଷୁଦ୍ରଗଳ୍ପ (ଯହିଁରୁ ୨୪ଟିକୁ ନେଇ "ବାମାଚରଣ ଗଳ୍ପ ସମ୍ଭାର" ନାମରେ ସଂକଳନ ପ୍ରକାଶିତ), ତିନୋଟି ଉପନ୍ୟାସ ଓ ଅନୁବାଦ ସାହିତ୍ୟ ରଚନା କରିଥିଲେ । ୨୦୧୫ ମସିହାରେ ତାଙ୍କର ସମସ୍ତ ରଚନା ଡିଜିଟାଲ ରୂପରେ ସୃଜନିକା ତରଫରୁ ଏକ ସିଡିରେ ପ୍ରକାଶିତ ।[୧][୨][୩][୪][୫] ତାଙ୍କ ରଚିତ ପ୍ରମୁଖ ଉପନ୍ୟାସମାନ ହେଲେ "କୀର୍ତ୍ତିଶଯ୍ୟ" (ପ୍ରଥମ ରଚିତ ଉପନ୍ୟାସ), "ନରଛଞ୍ଚାଣ" ତଥା ଗଳ୍ପସଂକଳନମାନ ହେଲେ "ସ୍ୱପ୍ନସିଦ୍ଧ", "ବଟ ମହାପୁରୁଷ", "ଅସୀମ" ଓ "ମହାପୁରୁଷ ବାଗ" ।[୬] ସେ ପ୍ରବନ୍ଧ ସଂକଳନ "ଏଣୁଶ୍ଚ ତେଣୁଶ୍ଚ" ପାଇଁ ୧୯୬୯-୧୯୭୩ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୭] ତାଙ୍କର ଅନେକ ଲେଖା ବଙ୍ଗଳା, ଇଂରାଜୀ ଓ ତେଲୁଗୁ ଭାଷାରେ ଅନୁବାଦ କରାଯାଇଥିବା ବେଳେ 'ପିତା ଓ ପୁତ୍ର' ଗଳ୍ପଟି ସ୍ପାନିଶ ଭାଷାରେ ଅନୁବାଦ ହୋଇଛି ।[୮]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ମିତ୍ର ପ୍ରାରମ୍ଭିକ ଜୀବନରେ ଜଣେ କ୍ରିକେଟ ଖେଳୁଆଡ଼ ଓ ସନ୍ତରଣକାରୀ ଥିଲେ । ୫୦ ବର୍ଷ ବୟସ ଆଡ଼କୁ ତାଙ୍କର ସ୍ୱାସ୍ଥ୍ୟର ଅବନ୍ନତି ଘଟିଥିଲା ।[୬]
ଲେଖକ ଜୀବନ
[ସମ୍ପାଦନା]ସେ ଭାରତର ସ୍ୱାଧୀନତାର (୧୯୪୭) ଆଗରୁ ସାହିତ୍ୟ ଲିଖନ କରି ସ୍ୱାଧୀନତା ପରର ଚଉଠ ଶତକ ଯାଏ ଏହା ଅବ୍ୟାହତ ରଖିଥିଲେ । ସ୍ୱାଧୀନତା ପରର ଓଡ଼ିଶା, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ପୃଥିବୀର ସାମାଜିକ ଅବସ୍ଥା ତାଙ୍କ ଲେଖାର ମୁଖ୍ୟ ପୃଷ୍ଠଭୂମି ଥିଲା । ୧୯୫୦ ମସିହାରେ ପ୍ରକାଶିତ ଉପନ୍ୟାସ "କୀର୍ତ୍ତିଶଯ୍ୟ" (ଅପରାଧମୂଳକ ଉପନ୍ୟାସ) ତାଙ୍କ ରଚିତ ପ୍ରଥମ ଉପନ୍ୟାସ । ପରେ ସେ ଏହି ଧାରାରେ "କୀର୍ତ୍ତିଶଯ୍ୟ" ଭଳି ପାଶ୍ଚାତ୍ୟ ସାହିତ୍ୟର ଅନୁସରଣରେ "ନରଛଞ୍ଚାଣ" ନାମକ ଉପନ୍ୟାସ ରଚନା କରିଥିଲେ । ତାଙ୍କ ରଚିତ ପ୍ରମୁଖ ଗଳ୍ପ ସଂକଳନମାନ ହେଲେ "ସ୍ୱପ୍ନସିଦ୍ଧ", "ବଟ ମହାପୁରୁଷ", "ଅସୀମ" ଓ "ମହାପୁରୁଷ ବାଗ" ।[୬]
ରଚନାବଳୀ
[ସମ୍ପାଦନା]- ବାମାଚରଣ ମିତ୍ର ସୃଜନସଂଭାର(କ୍ଷୁଦ୍ରଗଳ୍ପ ଓ ଏକାଂକିକା ସଂକଳନ) - ୨୦୧୮(ସମ୍ପାଦନା : ଫଣୀନ୍ଦ୍ର ଭୂଷଣ ନନ୍ଦ ପ୍ରକାଶକ : କାହାଣୀ, କଟକ)
ଉପନ୍ୟାସ
[ସମ୍ପାଦନା]ଗଳ୍ପ ସଂକଳନ
[ସମ୍ପାଦନା]- ପାଷାଣର ପ୍ରାଣ - ୧୯୬୧
- ଅସୀମ - ୧୯୬୧
- ବଟ ମହାପୁରୁଷ - ୧୯୬୩
- ମହାପୁରୁଷ ବାଗ - ୧୯୬୩[୯]
- "ମିତ୍ର ଗଳ୍ପ" (୧୯୭୯)[୧୦]
- "ମିତ୍ର କଳ୍ପ" (୧୯୭୯)[୧୦]
- "ମିତ୍ର ସ୍ୱଳ୍ପ" (୧୯୮୧)[୧୦]
- "ମିମିର ସାହିତ୍ୟ"[୧୧]
ପ୍ରବନ୍ଧ
[ସମ୍ପାଦନା]ସମ୍ମାନ ଓ ଉପାଧୀ
[ସମ୍ପାଦନା]- ମିତ୍ର ନିଜର ପ୍ରବନ୍ଧ ସଂକଳନ "ଏଣୁଶ୍ଚ ତେଣୁଶ୍ଚ" ପାଇଁ ୧୯୬୯-୧୯୭୩ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । [୭]
ଆଧାର
[ସମ୍ପାଦନା]- ↑ Anwesha Ambaly (୧୪ ଫେବୃଆରୀ ୨୦୧୫). "Writer's creation goes digital- CD containing literary works of Bamacharan Mitra released". The Telegraph. Retrieved ୧୫ ଅଗଷ୍ଟ ୨୦୧୫.
{{cite news}}
: Check date values in:|accessdate=
and|date=
(help) - ↑ Nagendra (1988). Indian Literature. Prabhat Prakashan. pp. 498–.
- ↑ Suman, Sephali. "Sahitya Akademi holds Bamacharan Birthday". The Pioneer. Bhubaneswar. Retrieved ୨୨ ଅଗଷ୍ଟ ୨୦୧୫.
{{cite news}}
: Check date values in:|accessdate=
(help) - ↑ Joardar, J. M. (July–December 1973). "Bamacharan Mitra on Life and Art". Jstore. Sahitya Akademi. 16 (3/4): 63. Retrieved 17 August 2015.
- ↑ "About us". Ssaralasahityasansad.org. sarala Sahitya Sansad. Archived from the original on 17 June 2016. Retrieved 22 August 2015.
{{cite web}}
: Cite has empty unknown parameter:|4=
(help) - ↑ ୬.୦ ୬.୧ ୬.୨ ୬.୩ ୬.୪ ପାଣ୍ଡବ, ଶତୁଘ୍ନ (1998). Bamacharana Galpa Sambhara. ଦିଲ୍ଲୀ: National Book Trust. p. 185. ISBN 9788-1-237-2537-6.
- ↑ ୭.୦ ୭.୧ ୭.୨ "Orissa Reference Annual 2005" (PDF). Odisha.gov.in. ଓଡ଼ିଶା ସରକାର. Retrieved 22 August 2015.
- ↑ Ambaly, Anwesha (14 February 2015). "Writer's creation goes digital". The Telegraph. Retrieved 22 August 2015.
- ↑ "ପୁସ୍ତକ ପରିଚୟ". No. ଧରିତ୍ରୀ ସାହିତ୍ୟାୟନ ଡିସେମ୍ବର ୧୨-୨୫, ୨୦୧୮ ପୃଷ୍ଠା ୭. Retrieved 12 December 2018.
- ↑ ୧୦.୦ ୧୦.୧ ୧୦.୨ ୧୦.୩ "Mitra, Bama Charan: 1915 - 1975". Openlibrary.org. Open Library.org. Retrieved 22 August 2015.
- ↑ "Telefilms on classic short stories of Odia literature". The Hindu. Berhampur. ୧ ଫେବୃଆରୀ ୨୦୧୩. Retrieved 15 August 2015.
{{cite news}}
: Check date values in:|date=
(help)