ବୈରାଗୀ ଦୀପ

ଉଇକିପିଡ଼ିଆ ରୁ
(Bairagi Deep ରୁ ଲେଉଟି ଆସିଛି)
Jump to navigation Jump to search

ବୈରାଗୀ ଦୀପ (ବିନ୍ଦୁ-ବୈରାଗୀ ଫେମ୍) ଜଣେ ପ୍ରଖ୍ୟାତ ସମ୍ବଲପୁରୀ ଆଲବମ ଓ ମଞ୍ଚ ହାସ୍ୟ ଅଭିନେତା ıସେ ୧୯୬୫ ମସିହାରେ ବରଗଡ଼ର ବିଶିପଡାରେ ଜନ୍ମ ଗ୍ରହଣ କରିଥିଲେ ıସେ ବରଗଡ଼ ମ୍ୟୁନିସିପାଲିଟିର ଜଣେ କର୍ମଚାରୀ ଥିଲେ ıସେ ଓଡ଼ିଆ ଆଲବମ ଓ ମଞ୍ଚ ବ୍ୟତିତ ବିହାର,ମଧ୍ୟ ପ୍ରଦେଶତାମିଲନାଡୁର ବିଭିନ୍ନ ରଙ୍ଗମଞ୍ଚରେ ହାସ୍ୟଭିନୟ କରି ବହୁ ସମ୍ମାନର ଅଧିକାରୀ ହେଇପାରିଥିଲେ ıı[୧]

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସମ୍ବଲପୁରୀ କଥାଚିତ୍ର "ଭୂଖା "ରେ ସେ ଅଭିନୟ କରିଥିଲେ । ୧୯୯୦ ମସିହାରେ ଫ୍ରାନ୍ସରେ ଅନୁଷ୍ଠିତ ୱାଲ୍ଡ ରୁରାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବାକୁ ମନୋନୀତ ହେଇଥିଲେ । ଓଡ଼ିଆ ଫିଲ୍ମ ଝିଲି, ଓଡ଼ିଆ ଟେଲି ଫିଲ୍ମ ଉଦୟ, ହିନ୍ଦୀ ଟେଲି ଫିଲ୍ମ ପ୍ରତିଶୋଧ, ସୁଖୀ, ଓଡ଼ିଆ ଟେଲିସିରିଏଲ ଘର, ସବିତା, ଆଲବମ ମୁଇଁ ନାଇଁ ମରେ, ମୁଇଁ ମନ୍ତ୍ରୀ ହେମିଁ, ବାପର୍ ପୁଅ, ତାରା ପମ୍ ପମ୍, ଫୁଲଗଜରା, ଗଲାମାଲି, ଗେହ୍ଲେଇରାନୀ, ରାସରସାଲି, ହିନ୍ଦୀ ଆଲବମ ଦେବୀ ଦୃଷ୍ଟି, ଛତିଶଗଡି ଆଲବମ ମୋଲା କୌନ ମାରି, ନୋନି ବୋନ୍ଦ୍ରି, ସୁନୟନା, ଗାଡିବାଲା ଛୁଇମୁଇରେ ଅଭିନୟ କରି ପ୍ରଶଂସିତ ହେଇଥିଲେ । ୨୦୧୨ ମସିହା ଜୁଲାଇ ୩ରେ ତାଙ୍କର ପରଲୋକ ହେଇଥିଲା ।[୨]

ଆଧାର[ସମ୍ପାଦନା]