ବାଚୁ ମୁଖାର୍ଜୀ
ଦେଖଣା
(Bachu Mukherjeeରୁ ଲେଉଟି ଆସିଛି)
ବାଚୁ ମୁଖାର୍ଜୀ | |
---|---|
ଜନ୍ମ | ବାଚୁ ମୁଖାର୍ଜୀ |
ମୃତ୍ୟୁ | ୧୫ ମାର୍ଚ୍ଚ ୨୦୨୦ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ସଂଗୀତକାର |
ବାଚୁ ମୁଖାର୍ଜୀ ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧] ଚଳଚ୍ଚିତ୍ର ବ୍ୟତୀତ ସେ ଆକାଶବାଣୀ ଓ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ସଙ୍ଗୀତ ସାଧନାରେ ନିମଗ୍ନ ଥିଲେ । ବାରିପଦାରେ ସୁରସଙ୍ଗମ ନାମକ ଏକ ସଙ୍ଗୀତ ଶିକ୍ଷାନୁଷ୍ଠାନ ସ୍ଥାପନା କରି ସେ ସଙ୍ଗୀତ ଶିକ୍ଷାପ୍ରଦାନ କରୁଥିଲ ।
ଚଳଚ୍ଚିତ୍ରରେ ଅବଦାନ
[ସମ୍ପାଦନା]ସରୋଜ ପଟ୍ଟନାୟକଙ୍କ ସହଯୋଗୀ ଭାବରେ କାମ ଆରମ୍ଭ କରି ବାଚୁ ମୁଖାର୍ଜୀ ନିଜେ ସ୍ୱତନ୍ତ୍ର ଭାବରେ କେତୋଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ସେଥିମଧ୍ୟରୁ କିଛି ଚଳଚ୍ଚିତ୍ର :
- ଗୋପରେ ବଢୁଚି କଳାକହ୍ନେଇ - ୧୯୯୪
- କଥା ରହିଥିବ କାଳ କାଳକୁ
- ମତେ ତ ଲଭ ହେଲାରେ
- ପୁଅ ଭାଙ୍ଗିଦେଲା ସୁନା ସଂସାର - ୧୯୯୯[୨]
- ଶିମିଲି (ନିର୍ମାଣାଧିନ)
ମୃତ୍ୟୁ
[ସମ୍ପାଦନା]୨୦୨୦ ମସିହା ମାର୍ଚ୍ଚ ମାସ ୧୫ ତାରିଖ ଦିନ ହୃଦ୍ଘାତ ଯୋଗୁ ତାଙ୍କର କଟକଠାରେ ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।[୩][୪]
ଆଧାର
[ସମ୍ପାଦନା]- ↑ "ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ". www.dharitri.com. ଧରିତ୍ରୀ. Archived from the original on 4 June 2022. Retrieved 4 June 2022.
- ↑ "ଆରପାରିରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ". www.otvkhabar.in. ଓଡ଼ିଶା ଟିଭି. Archived from the original on 4 June 2022. Retrieved 4 June 2022.
- ↑ "ସଂଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ". prameya.com/. prameya.com. Archived from the original on 4 June 2022. Retrieved 4 June 2022.
- ↑ "ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ". www.samayalive.in. ସମୟ. Archived from the original on 4 June 2022. Retrieved 4 June 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବାଚୁ ମୁଖାର୍ଜୀ