ଆଟ୍ରିଓଭେଣ୍ଟ୍ରିକୁଲାର ବ୍ଲକ
ବିଭାଗ | Cardiology |
---|---|
ଲକ୍ଷଣ | Tiredness, shortness of breath, chest pain, syncope[୧] |
କାରଣ | Normal, cardiac ischemia, autoimmune disease, medications,electrolyte abnormalities[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Electrocardiogram (ECG)[୨] |
ଚିକିତ୍ସା | 1st & 2nd type 1: Avoiding certain medications[୧] 2nd type 2 & 3rd: Pacemaker[୧] |
ପୁନଃପୌନିକ | 5% of people over 50 years[୩] |
ଆଟ୍ରିଓଭେଣ୍ଟ୍ରିକୁଲାର ବ୍ଲକ ( ଏଭି ବ୍ଲକ୍ ) ବା ଅଳିନ୍ଦନିଳୟ ଅବରୋଧ ଏକ ପ୍ରକାର ହୃତ୍ପିଣ୍ଡ ଅବରୋଧ ଯେଉଁଥିରେ ହୃତ୍ପିଣ୍ଡର ଉପର କୋଠରୀରୁ ତଳ କୋଠରୀକୁ ଯାଉଥିବା ବିଦ୍ୟୁତ ସଙ୍କେତ ଦୁର୍ବଳ ହୋଇଯାଏ | [୨] ଥକ୍କା, ଅଣନିଶ୍ୱାସ, ଛାତି ଯନ୍ତ୍ରଣା ଏବଂ ସିଙ୍କୋପି ଆଦି ଲକ୍ଷଣ ଏହି ରୋଗରେ ଦେଖାଯାଏ | [୧] ରୋଗ ଜଟିଳ ହେଲେ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ କିମ୍ବା ହଠାତ୍ ହୃଦ୍ରୋଧ ହୋଇପାରେ।[୧]
ଏହି ରୋଗକୁ ତିନି ପର୍ଯ୍ୟାୟଭୁକ୍ତ କରାଯାଏ ଯଥା: ପ୍ରଥମ ଡିଗ୍ରୀ, ଦ୍ୱିତୀୟ ଡିଗ୍ରୀ ୧ ଓ ୨ ଏବଂ ତୃତୀୟ ଡିଗ୍ରୀ | [୧] ଆଥଲେଟ୍ ଏବଂ ପିଲାମାନଙ୍କରେ ପ୍ରଥମ ଡିଗ୍ରୀ ଏଭି ବ୍ଲକ୍ ସ୍ୱାଭାବିକ ହୋଇପାରେ | [୧] [୪] କାର୍ଡ଼ିଆକ ଇସକେମିଆ, କାର୍ଡିଓମାଇଓପାଥି, ଅଟୋଇମ୍ୟୁନ ରୋଗ, ଔଷଧ ଏବଂ ଅସ୍ୱାଭାବିକ ଇଲେକ୍ଟ୍ରୋଲାଇଟ ଯୋଗୁ ଅନ୍ୟାନ୍ୟ ଡିଗ୍ରୀର ରୋଗ ଘଟିଥାଏ।[୧] ଡିଗକ୍ସିନ, କ୍ୟାଲସିଅମ ଚ୍ୟାନେଲ ବ୍ଲକର ଓ ବିଟା ବ୍ଲକର ଔଷଧ ନେବା ଫଳରେ ମଧ୍ୟ ଏହି ଅବସ୍ଥା ଉତ୍ପନ୍ନ ହୁଏ । ।[୧] ଇସିଜି (ECG) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ | [୨]
ପ୍ରଥମ ଏବଂ ଦ୍ୱିତୀୟ ଡିଗ୍ରୀର ପ୍ରଥମ ପ୍ରକାର ଥିବା ବ୍ୟକ୍ତିମାନଙ୍କର ସାଧାରଣତଃ ଅବସ୍ଥା ଖରାପ କରୁଥିବା ଔଷଧ ଅପସାରଣ ବ୍ୟତୀତ ଅନ୍ୟ ଚିକିତ୍ସା ଆବଶ୍ୟକ ହୁଏ ନାହିଁ | [୧] ଦ୍ୱିତୀୟ ଡିଗ୍ରୀର ଦ୍ୱିତୀୟ ପ୍ରକାର କିମ୍ବା ତୃତୀୟ ଡିଗ୍ରୀ ପାଇଁ ପେସମେକର ଦେବାକୁ ସୁପାରିଶ କରାଯାଏ | [୧] ଅଧିକ ଡିଗ୍ରୀ ବ୍ଲକଗୁଡିକ ଜଟିଳ ହେବା ସମ୍ଭାବନା ଅଧିକ ଥାଏ | [୧] ଅଧିକନ୍ତୁ ଦ୍ୱିତୀୟ ଡିଗ୍ରୀ ଦ୍ୱିତୀୟ ବ୍ଲକଠାରୁ ତୃତୀୟ ଡିଗ୍ରୀ ବ୍ଲକକୁ ଅଗ୍ରଗତି କରିବା ସମ୍ଭାବନା ଅଧିକ | [୧]
ପ୍ରାୟ ୫% ଅଳ୍ପ ବୟସ୍କ ଯୁବକଙ୍କର ସ୍ୱଳ୍ପକାଳୀନ ଅବଧିର ଏହି ରୋଗ ଥାଏ ଏବଂ ୧%ରୁ କମ୍ ଏଭି ବ୍ଲକ୍ ଚାଲୁ ରହିଥାଏ | [୪] ୫୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୫%ରୁ ଅଧିକ ଲୋକଙ୍କର ଏହି ସମସ୍ୟା ରହିଛି।[୪] ଉଚ୍ଚ ଡିଗ୍ରୀ ବ୍ଲକ ଫଳରେ ପ୍ରତିବର୍ଷ ପ୍ରାୟ ୫,୦୦୦ ଲୋକଙ୍କ ମଧ୍ୟରୁ ଜଣକର ନୂଆ ଲକ୍ଷଣ ଦେଖାଯାଏ | [୪]ପ୍ରଥମେ ୧୮୫୨ ମସିହାରେ ହରମନ ଷ୍ଟାନିୟସ ଏକ ପଶୁ ମଡେଲରେ ଚିହ୍ନଟ କରିଥିଲେ ।[୪] [୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Kashou, AH; Goyal, A; Nguyen, T; Chhabra, L (January 2020). "Atrioventricular Block". PMID 29083636.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ "Atrioventricular Block - Cardiovascular Disorders". Merck Manuals Professional Edition. Retrieved 29 December 2020.
- ↑ Saksena, Sanjeev; Camm, A. John (2011). Electrophysiological Disorders of the Heart E-Book: Expert Consult (in ଇଂରାଜୀ). Elsevier Health Sciences. p. 521. ISBN 978-1-4377-0971-1.
- ↑ ୪.୦ ୪.୧ ୪.୨ ୪.୩ ୪.୪ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Sak2011
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Valentinuzzi, ME (November 2017). "Sinoatrial and Atrioventricular Blocks: Who First Described Them and How? [Retrospectroscope]". IEEE pulse. 8 (6): 62–66. doi:10.1109/MPUL.2017.2750859. PMID 29155381.