ଅରିଜିତ ପଶାୟତ

ଉଇକିପିଡ଼ିଆ‌ରୁ
(Arijit Pasayatରୁ ଲେଉଟି ଆସିଛି)
ଜଷ୍ଟିସ

ଅରିଜିତ ପଶାୟତ
ଜଜ ସର୍ବୋଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୨୦ ଅକ୍ଟୋବର ୨୦୦୧ – ୧୦ ମଇ ୨୦୦୯
ମୁଖ୍ୟ ବିଚାରପତି, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୧୦ ମଇ ୨୦୦୦ – ୧୯ ଅକ୍ଟୋବର ୨୦୦୧
ମୁଖ୍ୟ ବିଚାରପତି, କେରଳ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୨୦ ସେପ୍ଟେମ୍ବର ୧୯୯୯ – ୯ ମଇ ୨୦୦୦
ବିଚାରପତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୨୦ ମାର୍ଚ୍ଚ ୧୯୮୯ – ୧୯ ସେପ୍ଟେମ୍ବର ୧୯୯୯
ବ୍ୟକ୍ତିଗତ ସବିଶେଷ
ଜନ୍ମ (1944-05-10) ୧୦ ମଇ ୧୯୪୪ (ବୟସ ୭୯)
ରାଣୀପଡ଼ା, ଜଗତସିଂହପୁର
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ବାପାବିଶ୍ୱନାଥ ପଶାୟତ[୧]

ଜଷ୍ଟିସ ଅରିଜିତ ପଶାୟତ, ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ଜଣେ ପୂର୍ବତନ ବିଚାରପତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ସେ ନିଜ ଆଇନ ବୃତ୍ତି ଆରମ୍ଭ କରିଥିଲେ ।[୨]

ବୃତ୍ତିଗତ ଜୀବନ[ସମ୍ପାଦନା]

ଜଷ୍ଟିସ ପଶାୟତ, ୧୯୬୮ ମସିହା ଅକ୍ଟୋବର ୧୦ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜଣେ ଓକିଲ ଭାବରେ ନିଜର ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଟିକସ ଓ ସମ୍ବିଧାନିକ ମାମଲାରେ ସେ କେସ ଲଢ଼ୁଥିଲେ । ସେ ଓକିଲାତି ସହିତ ଚାର୍ଟେଡ଼ ଆକାଉଣ୍ଟାନ୍ସି ପାଠ ପଢ଼ା ମଧ୍ୟ ସାରିଛନ୍ତି ।[୩]

୧୯୮୯ ମସିହା ମାର୍ଚ୍ଚ ୨୦ ତାରିଖରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ଜଜ ଭାବରେ ନିଯୁକ୍ତି ପାଇଥିଲେ । ୧୯୯୯ ସେପ୍ଟେମ୍ବର ୨୦ ତାରିଖରେ ସେ କେରଳ ଉଚ୍ଚ ନ୍ୟାୟାଳୟର ଓ ୨୦୦୦ ମସିହା ମଇ ୧୦ ତାରିଖରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ।[୪]

୨୦୦୧ ମସିହା ଅକ୍ଟୋବର ୨୦ ତାରିଖରେ ସେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତ ହୋଇ, ୨୦୦୯ ମସିହା ମଇ ୧୦ ତାରିଖରେ ଅବସର ଗ୍ରହଣ କରିଥିଲେ ।[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଭୂମୀ ଗୌରବ ସମ୍ମାନ - ୨୦୧୯ ( ସାରଳା ସାହିତ୍ୟ ସଂସଦ ଓ ଚେଳିତୋଳ ସାଂସ୍କୃତିକ ଏକାଡେମୀ ପ୍ରଦତ୍ତ)[୫]
  • ଉତ୍କଳ ରତ୍ନ - ୨୦୧୬

ଆଧାର[ସମ୍ପାଦନା]

  1. "ବିଶ୍ୱନାଥ ପଶାୟତ: ସାଧାରଣ ଜନତାର ସେନାପତି". samajalive.in. ସମାଜ. Archived from the original on 13 May 2022. Retrieved 13 May 2022.
  2. "Hon'ble Mr. Justice Arijit Pasayat". nalsa.gov.in. ରାଷ୍ଟ୍ରୀୟ ବିଧୀକ ସେବା ପ୍ରାଧିକରଣ. Archived from the original on 13 May 2022. Retrieved 13 May 2022.
  3. "Former Judge". orissahighcourt.nic.in. ଓଡ଼ିଆ ଉଚ୍ଚ ନ୍ୟାୟାଳୟ. Archived from the original on 13 May 2022. Retrieved 13 May 2022.
  4. ୪.୦ ୪.୧ "Profile at Official Website of Supreme Court of India". Supreme Court of India. Archived from the original on 17 February 2012. Retrieved 28 August 2012.
  5. "ଜଷ୍ଟିସ ଅରିଜିତ ପଶାୟତ ପାଇବ ଭୂମି ଗୌରବ ସମ୍ମାନ". dharitri.com. ଧରିତ୍ରୀ. Archived from the original on 13 May 2022. Retrieved 13 May 2022.