ଅରବିନ୍ଦ ମହାପାତ୍ର
ଅରବିନ୍ଦ ମହାପାତ୍ର | |
---|---|
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୫ ଜୁନ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ସାବିତ୍ରୀ ଅଗ୍ରୱାଲ |
ନିର୍ବାଚନ ମଣ୍ଡଳୀ | ପାଟକୁରା |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବାପା/ବୋଉ | ବିଜୟ ମହାପାତ୍ର (ବାପା) କଳ୍ପନା ମହାପାତ୍ର (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ଅରବିନ୍ଦ ମହାପାତ୍ର ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ ଓ ପରିବାର
[ସମ୍ପାଦନା]ତାଙ୍କ ବାପାଙ୍କ ନାମ ବିଜୟ ମହାପାତ୍ର, ଯିଏକି ଜଣେ ରାଜନେତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ଏବଂ ପାଟକୁରାର ବିଧାୟକ ଭାବରେ ପୂର୍ବରୁ କାର୍ଯ୍ୟ କରିଥିଲେ ।[୧] ତାଙ୍କ ମାଆଙ୍କ ନାମ କଳ୍ପନା ମହାପାତ୍ର ।
ରାଜନୈତିକ ଜୀବନ
[ସମ୍ପାଦନା]ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡ଼ିର ପ୍ରାର୍ଥୀ ଭାବରେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୯୦,୯୦୫ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ତେଜେଶ୍ୱର ପରିଡ଼ାଙ୍କୁ ୧୩,୮୨୨ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଆଧାର
[ସମ୍ପାଦନା]- ↑ Bureau, ABP News (2024-03-07). "Arabinda Mohapatra, Son Of Former Minister Bijoy Mohapatra, Joins BJD". news.abplive.com (in ଇଂରାଜୀ). Retrieved 2024-07-03.
- ↑ "General Election to Assembly Constituencies 2024: Patna (Odisha)". Election Commission of India. Retrieved 3 July 2024.