ଅନୁପମା ଦେଶପାଣ୍ଡେ
(Anupama Deshpandeରୁ ଲେଉଟି ଆସିଛି)
ଅନୁପମା ଦେଶପାଣ୍ଡେ | |
---|---|
ଜନ୍ମ | ବମ୍ବେ, ଭାରତ | ୨ ଅକ୍ଟୋବର ୧୯୫୩
ପେଷା | ପ୍ରଚ୍ଛଦପଟ ଗାୟିକା |
କାର୍ଯ୍ୟକାଳ | ୧୯୮୩-ଏବେଯାଏଁ |
ଅନୁପମା ଦେଶପାଣ୍ଡେ ହେଉଛନ୍ତି ଜଣେ ହିନ୍ଦୀ କଥାଚିତ୍ରର ପ୍ରଚ୍ଛଦପଟ ଗାୟିକା । ସେ ୧୯୮୪ ମସିହାରେ ସେ ସୋନି ମାହିୱାଲ କଥାଚିତ୍ରରେ ଏକ ଲୋକ ଗୀତ "ସୋହନୀ ଚିନାବ ଦେ" ଗାଇଥିଲେ, ଯାହାପାଇଁ ତାଙ୍କୁ ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ ପାଇଁ ଫିଲ୍ମଫେୟାର ପୁରସ୍କାର ମିଳିଥିଲା ।[୧]
ପେଷା[ସମ୍ପାଦନା]
୧୯୮୪ ମସିହାର ସୋନି ମାହିୱାଲ କଥାଚିତ୍ରରେ ସେ ଗାଇଥିବା ଗୀତଟି ପ୍ରଥମେ ଆଶା ଭୋସଲେ ଗାଇବାର ଯୋଜନା ଥିଲା, ମାତ୍ର ସେ ଅନୁପସ୍ଥିତ ଥିବାରୁ ସଙ୍ଗୀତକାର ଅନୁ ମଲ୍ଲିକ ଅନୁପମାଙ୍କୁ ଡମି ଭାବରେ ନେଇ ରେକର୍ଡ଼ କରିଥିଲେ । କିନ୍ତୁ ଗୀତ ଶୁଣିବା ପରେ ଆଶା ଭୋସଲେ ଅନୁପମାଙ୍କ ସ୍ୱର ରଖିବାକୁ ପରାମର୍ଶ ଦେଇଥିଲେ ।[୨] ସେ ୯୨ଟି କଥାଚିତ୍ରରେ ମୋଟ ୧୨୪ଟି ଗୀତ ଗାଇଛନ୍ତି ।
ଆଧାର[ସମ୍ପାଦନା]
- ↑ "Singer Anupama Deshpande's Birthday". Lemonwire. 2 October 2018.
- ↑ "Filmfare Award Winners - 1984". The Times of India. Archived from the original on 8 July 2012. Retrieved 22 January 2010.
ବାହାର ଲିଙ୍କ୍[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ଅନୁପମା ଦେଶପାଣ୍ଡେ