Jump to content

ଆଶା ଭୋସଲେ

ଉଇକିପିଡ଼ିଆ‌ରୁ
ଆଶା ଭୋସଲେ
Background information
ଜନ୍ମ ସମୟରେ ନାମଆଶା ମଙ୍ଗେସକର
ଜନ୍ମ(1933-09-08)ସେପ୍ଟେମ୍ବର ୮, ୧୯୩୩
ସାଙ୍ଗଲୀ, ମୁମ୍ବାଇପ୍ରେସିଡେନ୍ସି, ଇଂରେଜ ଶାସିତଭାରତ
ମୃତ୍ୟୁ୧୨ ଫେବୃଆରୀ ୨୦୨୬(2026-02-12) (ବୟସ ୯୨)
ମୁମ୍ବାଇ
ଶୈଳୀପପ୍ ସଂଗୀତ, ଲୋକ ସଂଗୀତ, ଶାସ୍ତ୍ରୀୟ ସଂଗୀତ
ପେଷାଗାୟନ, ପାର୍ଶ୍ୱଗାୟିକା
କାର୍ଯ୍ୟକାଳ୧୯୪୩–୨୦୨୬

ଆଶା ଭୋସଲେ(୮ ସେପ୍ଟେମ୍ବର ୧୯୩୩ - ୧୨ ଅପ୍ରେଲ ୨୦୨୬) ଆଶା ଭୋନ୍ସଲେ, ଆଶା ଭୋନ୍ସାଲେ, ଆଶା ତାଈ(ମରାଠୀ ଭାଷାରେ ବଡ଼ ଭଉଣୀ) ନାମରେ ମଧ୍ୟ ପରିଚିତା । ତେବେ ଆଶାଜୀ ନାମରେ ସେ ସବୁଠାରୁ ବେଶୀ ଲୋକପ୍ରିୟ। </ref> ୧୯୩୩ ସାଲ ସେପ୍ଟେମ୍ବର ମାସ ଆଠ ତାରିଖରେ ଜନ୍ମ ନେଇଥିବା ଏଇ ମହିଳା ଜଣକ ହିନ୍ଦୀ ସିନେମାର ଏକ ପ୍ରଥିତଯଶା ଗାୟିକା ଥିଲେ। [][][] ମହାରାଷ୍ଟ୍ରରେ ଜନ୍ମିତ ହୋଇଥିବାରୁ ତାଙ୍କ ମାତୃଭାଷା ମରାଠୀରେ ମଧ୍ୟ ସେ ଅନେକ ଲୋକପ୍ରିୟ ସଂଗୀତ ଗାଇଥିଲେ। ୧୯୪୩ ମସିହାରେ ସେ ସଂଗୀତ ଜଗତରେ ପାଦଦେଲେ। ପାଖାପାଖି ୬ ଦଶନ୍ଧି ଧରି ସେ ସଂଗୀତ ଜଗତରେ ଲୋକପ୍ରିୟ ରହିଥିଲେ । ହଜାର ହଜାର ହିନ୍ଦୀ ଛାୟାଛବିରେ ସେ ନିଜ ସୁଲଳିତ କଣ୍ଠସ୍ୱର ପ୍ରଦାନ କରିଥିଲେ। ତା ସାଙ୍ଗକୁ ସେ ଅନେକ ଆଲବମ ଓ ଏକକ ସଂଗୀତ ଆଦିରେ ଭାରତ ଓ ଭାରତ ବାହାରେ ଅନେକ କାର୍ଯ୍ୟକ୍ରମ କରିଥିଲେ।[][] ସେ ହେଉଛନ୍ତି ପ୍ରସିଦ୍ଧ ପାର୍ଶ୍ୱଗାୟିକା ଲତା ମଙ୍ଗେସ୍କର ଓ ଉଷା ମଙ୍ଗେସ୍କରଙ୍କର ଭଗିନୀ।

ଏଇ ମହିୟସୀଙ୍କର ଜୀବନ ଅନେକ ପୁରସ୍କାର ଓ ସମ୍ମାନରେ ସମୃଦ୍ଧ।

ପୁରସ୍କାର

[ସମ୍ପାଦନା]

ପିଲ୍ମଫେୟାର ପୁରସ୍କାର

[ସମ୍ପାଦନା]

୧୮ଟି ନାମାଂକନ ଭିତରୁ ଆଶା ଭେସଲେ ୭ଟି ମହିଳା ପାର୍ଶ୍ୱଗାୟିକା ପୁରସ୍କାର ପାଇଥିଲେ। [] ୧୯୬୭ ଓ ୧୯୬୮ରେ ସେ ପ୍ରଥମ ଦୁଇଟି ପୁରସ୍କାର ଜିଣିଥିଲେ। (ନୂଆ ପ୍ରତିଭାମାନଙ୍କୁ ସୁଯୋଗ ଦେବାପାଇଁ ୧୯୬୯ଠାରୁ ତାଙ୍କୁ ମନୋନୟନ ପାଇଁ ଗ୍ରହଣ ନକରାଯାଉ ବୋଲି ସେ କହିଥିଲେ) ୧୯୭୯ରେ ଏହି ପୁରସ୍କାର ପାଇ ପୁନଃ ସେ ଏହି ଅନୁରୋଧ କରିଥିଲେ। ତଥାପି ବି ଆଲ୍କା ୟାଗ୍ନିକଙ୍କ ପରି ସେ ହେଉଛନ୍ତି ଆଜିଯାଏଁ ସର୍ବାଧିକବାର ପୁରସ୍କାର ଜିତିଥିବା ଗାୟିକା। ପରବର୍ତୀକାଳରେ ୧୯୬୬ରେ ରଙ୍ଗିଲା ଛାୟାଛବିପାଇଁ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ଓ ଫିଲ୍ମଫେୟାର ଲାଇଫଟାଇମ ଆଚିଭମେଣ୍ଟ ଏୱାର୍ଡ ୨୦୦୧ରେ ପ୍ରଦାନ କରାଯାଇଥିଲା। ସେ ଜିତିଥିବା ଫିଲ୍ମଫେୟାର ପୁରସ୍କାର ଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା।

ଫିଲ୍ମ ଫେୟାର ଶ୍ରେଷ୍ଠ ମହିଳା ପାର୍ଶ୍ୱଗାୟିକା ସମ୍ମାନ

[ସମ୍ପାଦନା]
  • ୧୯୬୮: "ଗରୀବୋ କୀ ସୁନୋ" (ଦସ ଲାଖ, ୧୯୬୬)
  • ୧୯୬୯: "ପରଦେ ମେ ରହନେ ଦୋ" (ଶିଖର, ୧୯୬୮)
  • ୧୯୭୨: "ପିୟା ତୁ ଅବ ତୋ ଆଜା" (କାରୱାଁ, ୧୯୭୧)
  • ୧୯୭୩: "ଦମ ମାରୋ ଦମ" (ହରେ ରାମା ହରେ କୃଷ୍ଣା, ୧୯୭୨)
  • ୧୯୭୪: "ହୋନେ ଲଗୀ ହୈ ରାତ" (ନୈନା, ୧୯୭୩)
  • ୧୯୭୫: "ଚୈନ ସେ ହମକୋ କଭୀ" (ପ୍ରାଣ ଜାଯେ ପର ବଚନ ନ ଜାଏ, ୧୯୭୪)
  • ୧୯୭୯: "ୟେ ମେରା ଦିଲ" (ଡନ୍, ୧୯୭୮)

ସ୍ୱତନ୍ତ୍ର ସମ୍ମାନ

[ସମ୍ପାଦନା]
  • ୧୯୯୬ - ସ୍ୱତନ୍ତ୍ର ସମ୍ମାନ (ରଙ୍ଗିଲା ଛାୟାଛବି, ୧୯୯୫)

ଫିଲ୍ମ ଫେୟର ଲାଇଫଟାଇମ ଏଚୀବମେଂଟ ଏୱାର୍ଡ ୨୦୦୧

ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର

[ସମ୍ପାଦନା]

ଶ୍ରେଷ୍ଠ ଚଳଚ୍ଚିତ୍ର ପାର୍ଶ୍ୱଗାୟିକା ଭାବରେ ଆଶା ଭୋସଲେ ଦୁଇଟି ଚଳଚ୍ଚିତ୍ର ସମ୍ମାନ ପାଇଛନ୍ତି

  • ୧୯୮୧ - ଦିଲ ଚୀଜ କ୍ୟା ହୈ [ଉମରାଓ ଜାନ]
  • ୧୯୮୬ - ମେରା କୁଛ ସାମାନ [ଇଜାଜତ]

ଇଫା (IIFA) ସମ୍ମାନ

[ସମ୍ପାଦନା]

ଶ୍ରେଷ୍ଠ ଚଳଚ୍ଚିତ୍ର ପାର୍ଶ୍ୱଗାୟିକା ଭାବରେ ଇଫା ସମ୍ମାନ

  • ୨୦୦୨: "ରାଧା କୈସେ ନା ଜଲେ" ( ଲଗାନ)

ଅନ୍ୟାନ୍ୟ ମୁଖ୍ୟ ପୁରସ୍କାର

[ସମ୍ପାଦନା]

ଆଶାଜୀ ଅନ୍ୟାନ୍ୟ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତା।

  • ୧୯୮୭ - ନାଇଟୀନେଂଗଲ ଅଫ ଏଶିୟା ଅୱାର୍ଡ - ଇଂଡୋ ପାକ ଏଶୋଶିଏଶନ, ଯୁକେ[]
  • ୧୯୮୯ - ଲତା ମଂଗେସ୍କର ଅୱାର୍ଡ ମଧ୍ୟ ପ୍ରଦେଶ ସରକାର - ସ୍କ୍ରୀନ ୱୀଡିଯୋକନ ଅୱାର୍ଡ ଜାନମ ସମଝା କରୋ[]
  • ୧୯୯୮: ଦୟାବତୀ ମୋଦି ପୁରସ୍କାର.[]
  • ୧୯୯୯: ଲତା ମଙ୍ଗେସ୍କର ପୁରସ୍କାର, ମହାରାଷ୍ଟ୍ର ସରକାର
  • ୨୦୦୦: ସିଙ୍ଗର ଅଫ ଦ ମିଲେନିୟମ, ଦୁବାଇ
  • ୨୦୦୦: ଜି ଟିଭି ବଲିଉଡ ପୁରସ୍କାର (ମୁଝେ ରଙ୍ଗ ଦେ)
  • ୨୦୦୧: ଏମ ଟିଭି (କମୱକ୍ତ ଇସ୍କ ପାଇଁ)
  • ୨୦୦୨: ବିବିସି ଲାଇଫଟାଇମ ଏଚିଭମେଣ୍ଟ ଏୱାର୍ଡ (ବ୍ରିଟେନର ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କଦ୍ୱାରା)

ମୃତ୍ୟୁ

[ସମ୍ପାଦନା]

୨୦୨୬ ମସିହା ଅପ୍ରେଲ ୧୨ ତାରିଖରେ ଆଶାଙ୍କର ପରଲୋକ ଘଟିଥିଲା ।[]

  1. Gulzar; Nihalani, Govind; Chatterji, Saibal (2003). Encyclopaedia of Hindi Cinema. Popular Prakashan. pp. 532–533. ISBN 81-7991-066-0.{{cite book}}: CS1 maint: multiple names: authors list (link)
  2. Gangadhar, v. (18 May 2001). "Only the best preferred". The Hindu. Archived from the original on 2003-08-23. Retrieved 2009-07-22.
  3. Arnold, Alison (2000). The Garland Encyclopedia of World Music. Taylor & Francis. pp. 420–421. ISBN 0-8240-4946-2.
  4. "IMDB entry". IMDB. Archived from the original on 2009-03-18. Retrieved 2009-03-28.
  5. "An evergreen voice". The Hindu. September 26, 2003. Archived from the original on 2003-10-02. Retrieved 2010-08-12.
  6. 1 2 3 Asha Bhosle Awards. Asha-Bhosle.com. Accessed October 18, 2007
  7. Abdul Waheed Khan being presented Dayawati Modi Award. portal.unesco.org. November 17, 2006. Accessed October 18, 2007.
  8. The Hindu Bureau (2026-04-12). "Asha Bhosle's last rites to be held in Mumbai tomorrow". The Hindu. Retrieved 2026-04-12.

ଆଗକୁ ପଢ଼ନ୍ତୁ

[ସମ୍ପାଦନା]

ବାହାର ସୂତ୍ର

[ସମ୍ପାଦନା]