ଅନୁପମା ଦେଶପାଣ୍ଡେ

ଉଇକିପିଡ଼ିଆ‌ରୁ
ଅନୁପମା ଦେଶପାଣ୍ଡେ
ଜନ୍ମ (1953-10-02) ୨ ଅକ୍ଟୋବର ୧୯୫୩ (ବୟସ ୭୦)
ବମ୍ବେ, ଭାରତ
ପେଷାପ୍ରଚ୍ଛଦପଟ ଗାୟିକା
କାର୍ଯ୍ୟକାଳ୧୯୮୩-ଏବେଯାଏଁ

ଅନୁପମା ଦେଶପାଣ୍ଡେ ହେଉଛନ୍ତି ଜଣେ ହିନ୍ଦୀ କଥାଚିତ୍ରର ପ୍ରଚ୍ଛଦପଟ ଗାୟିକା । ସେ ୧୯୮୪ ମସିହାରେ ସେ ସୋନି ମାହିୱାଲ କଥାଚିତ୍ରରେ ଏକ ଲୋକ ଗୀତ "ସୋହନୀ ଚିନାବ ଦେ" ଗାଇଥିଲେ, ଯାହାପାଇଁ ତାଙ୍କୁ ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ ପାଇଁ ଫିଲ୍ମଫେୟାର ପୁରସ୍କାର ମିଳିଥିଲା ।[୧]

ପେଷା[ସମ୍ପାଦନା]

୧୯୮୪ ମସିହାର ସୋନି ମାହିୱାଲ କଥାଚିତ୍ରରେ ସେ ଗାଇଥିବା ଗୀତଟି ପ୍ରଥମେ ଆଶା ଭୋସଲେ ଗାଇବାର ଯୋଜନା ଥିଲା, ମାତ୍ର ସେ ଅନୁପସ୍ଥିତ ଥିବାରୁ ସଙ୍ଗୀତକାର ଅନୁ ମଲ୍ଲିକ ଅନୁପମାଙ୍କୁ ଡମି ଭାବରେ ନେଇ ରେକର୍ଡ଼ କରିଥିଲେ । କିନ୍ତୁ ଗୀତ ଶୁଣିବା ପରେ ଆଶା ଭୋସଲେ ଅନୁପମାଙ୍କ ସ୍ୱର ରଖିବାକୁ ପରାମର୍ଶ ଦେଇଥିଲେ ।[୨] ସେ ୯୨ଟି କଥାଚିତ୍ରରେ ମୋଟ ୧୨୪ଟି ଗୀତ ଗାଇଛନ୍ତି ।

ଆଧାର[ସମ୍ପାଦନା]

  1. "Singer Anupama Deshpande's Birthday". Lemonwire. 2 October 2018.
  2. "Filmfare Award Winners - 1984". The Times of India. Archived from the original on 8 July 2012. Retrieved 22 January 2010.

ବାହାର ଲିଙ୍କ୍[ସମ୍ପାଦନା]