ଅନନ୍ତ ଓଝା

ଉଇକିପିଡ଼ିଆ‌ରୁ
(Anant Ojhaରୁ ଲେଉଟି ଆସିଛି)
ଅନନ୍ତ ଓଝା
Born
ଅନନ୍ତ ଓଝା

୧୯୫୭
ବୀରନୀଳକଣ୍ଠପୁର, ଡେରାବିଶ, କେନ୍ଦ୍ରାପଡ଼ା
Died୩୧ ଡିସେମ୍ବର ୨୦୧୭
Occupationନାଟ୍ୟକାର
Spouseହରପ୍ରିୟା[୧]
Childrenସବ୍ୟସାଚୀ ଓଝା[୨]

ଅନନ୍ତ ଓଝା(୧୯୫୭-୨୦୧୭) ଜଣେ ଓଡ଼ିଆ ନାଟ୍ୟକାର ଥିଲେ ।[୩] ସେ ବହୁ ଓଡ଼ିଆ ଅପେରା ଓ ରଙ୍ଗମଞ୍ଚ ନାଟକ ରଚନା କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଏସିପି ସାଗରିକାରେ ସେ ସଂଳାପ ରଚନା କରିଥିଲେ । ସାମ୍ପ୍ରତିକ ଓଡ଼ିଆ ଅପେରାର ଲୋକପ୍ରିୟତା ବୃଦ୍ଧିକରିବାରେ ଅନନ୍ତଙ୍କ ରଚିତ ନାଟକ ଓ ସଂଳାପର ବହୁଳ ଅବଦାନ ରହିଥିଲା ।[୪]

ଅନନ୍ତ, ୧୯୫୭ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଳକ ଅନ୍ତର୍ଗତ ବୀରନୀଳକଣ୍ଠପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୭୩ରେ ସେ ଡେରାବିଶସ୍ଥିତ ସନ୍ଥପୁରା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସକରିଥିଲେ । ପନ୍ଦର ବର୍ଷ ବୟସରେ ସେ ନିଜର ପ୍ରଥମ ନାଟକ ଗାନ୍ଧୀବାଦ ଆଜି କବର ତଳେ ରଚନା କରିଥିଲେ । ୨୦୧୭ମସିହା ଡିସେମ୍ବର ୩୧ତାରିଖରେ କର୍କଟ ରୋଗରେ ପୀଡ଼ିତ ଥାଇ ବେଙ୍ଗାଳୁରୁଠାରେ ତାଙ୍କର ପରଲୋକ ଘଟିଥିଲା ।[୫] କଳିଯୁଗ ତୋତେ ନମସ୍କାର ତାଙ୍କର ଶେଷ ନାଟକ ଥିଲା ।

ରଚିତ ନାଟକ[ସମ୍ପାଦନା]

ଅନନ୍ତ ୧୬୦ଉର୍ଦ୍ଧ୍ୱ ନାଟକ ରଚନା କରିଥିଲେ । ସେଥିରୁ ଅଧିକାଂଶ ନାଟକ ମଞ୍ଚସ୍ଥ ହୋଇ ଲୋକପ୍ରିୟ ହୋଇଥିଲା । ତାଙ୍କର କିଛି ପ୍ରମୁଖ ନାଟକ ଥିଲା :

  • ଖଜୁରି ଗଛର କି ଗୁଣ ଗାଇବି
  • ମୋ ପେଁକାଳି ବଜାଇ ଦେ
  • ଭଲ ମଣିଷ ଖୋଜା ଚାଲିଛି
  • ହରେକୃଷ୍ଣ ହରେରାମ
  • ନର୍କରୁ ନିର୍ମାଲ୍ୟ
  • ଡିମିର ଫୁଲ
  • ମୁଇଁ ସମ୍ବଲପୁରୀ ନନୀ
  • ଜୀବନ ଯଜ୍ଞ
  • ବାଇଶି ପାହାଚେ ଖେଳିବ ମୀନ[୬]
  • ଛତା ଚିହ୍ନରେ ଭୋଟ ଦିଅ
  • ଜୀଅନ୍ତା ଶବ
  • ବିଦେଶିନୀ
  • ବାଜିଗଲେ ଦୋଷ ନାହିଁ
  • ଅସତ୍ୟ ସହର
  • କଂସା କବାଟ
  • ବଇନା ଦେଇଛି ବାହା ହବାକୁ
  • ଆକାଶବାଣୀ କଟକ
  • ବଜାରି ବୁଢ଼ା
  • ପ୍ରଳୟ ୨୦୧୨
  • ରାଜା ଝିଅ ରୁଷିଛି
  • ସବୁ ବାପାଙ୍କ ଦୋଷ
  • ରୁଷ୍‌ ନା ମୋ ସାନ ଭଉଣୀ
  • କାଉଁରୀ କନ୍ୟା
  • କଳିଯୁଗ ତୋତେ ନମସ୍କାର[୭]
  • ମୋ ସ୍ତ୍ରୀର ବାହାଘର
  • ମୋ ଶବ ମୋ କାନ୍ଧରେ
  • ମାଂସ କଣ୍ଢେଇ
  • ଜୀଅନ୍ତା ଶବ
  • କଂସେଇ ଖାନା
  • ମାଇଚିଆ ଗୋଖେଇ ସାହୁ[୮]

ଆଧାର[ସମ୍ପାଦନା]

  1. ସମ୍ବାଦ ରବିବାର ୦୭/୦୧/୨୦୧୭ ପୃଷ୍ଠା ୧୦ http://sambadepaper.com/Details.aspx?id=414198&boxid=5253730. Retrieved 9 January 2018. {{cite news}}: Missing or empty |title= (help)[permanent dead link]
  2. "ଆର୍କାଇଭ୍ କପି". ସମ୍ବାଦ ୦୩/୦୧/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. Archived from the original on 8 January 2018. Retrieved 3 January 2018. {{cite news}}: Cite has empty unknown parameter: |1= (help)
  3. http://www.newindianexpress.com/entertainment/2017/dec/31/odiya-jatra-actor-director-ananta-ojha-passes-away-1741291.html
  4. http://kanaknews.com/odiya-play-writer-ananta-ojha-dies/
  5. http://www.hindustantimes.com/regional-movies/odiya-jatra-actor-director-ananta-ojha-dies-after-prolonged-illness/story-pZFemzqx4x62YsYLSJuZKP.html
  6. http://www.dharitri.com/main/news/16193
  7. http://sambad.in/state/odiya-jatra-actor-director-ananta-ojha-passes-away-56418/
  8. http://www.samajalive.in/post.php?ref=15047&post=%E0%AC%86%E0%AC%B0%E0%AC%AA%E0%AC%B0%E0%AC%B0-%E0%AC%AC%E0%AC%B6%E0%AC%B7%E0%AC%9F-%E0%AC%A8%E0%AC%9F%E0%AD%9F%E0%AC%95%E0%AC%B0-%E0%AC%93-%E0%AC%A8%E0%AC%B0%E0%AC%A6%E0%AC%B6%E0%AC%95-%E0%AC%85%E0%AC%A8%E0%AC%A8%E0%AC%A4-%E0%AC%93%E0%AC%9D[permanent dead link]

ବାହାର ଆଧାର[ସମ୍ପାଦନା]