Jump to content

ଅମୂଲ୍ୟକୃଷ୍ଣ ମିଶ୍ର

ଉଇକିପିଡ଼ିଆ‌ରୁ
(Amulya Krushna Mishraରୁ ଲେଉଟି ଆସିଛି)
ଅମୂଲ୍ୟକୃଷ୍ଣ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ(1932-07-06)୬ ଜୁଲାଇ ୧୯୩୨
ତୁଲଣ୍ଡି, ବରଗଡ଼
ମୃତ୍ୟୁ୨୬ ଫେବୃଆରୀ ୨୦୦୧(2001-02-26) (ବୟସ ୬୮)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଜୀବନସାଥୀଶୈଳବାଳା ମିଶ୍ର

ଅମୂଲ୍ୟକୃଷ୍ଣ ମିଶ୍ର (୬ ଜୁଲାଇ ୧୯୩୨ - ୨୬ ଫେବୃଆରୀ ୨୦୦୧) ଜଣେ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ସେ ଅନେକ ବିଜ୍ଞାନ ଭିତ୍ତିକ ସାହିତ୍ୟ ରଚନା କରିଥିଲେ ।[][][] ସେ ପଦାର୍ଥ ବିଜ୍ଞାନରେ ସ୍ନାତକ, ସ୍ନାତକୋତ୍ତର ଡିଗ୍ରୀ ଲାଭ କରିବା ସହ ରେଭେନ୍ସା, ଗଙ୍ଗାଧର ମେହେର କଲେଜ, ସାମନ୍ତ ଚନ୍ଦ୍ରଶେଖର କଲେଜ, ଖଲ୍ଲିକୋଟ କଲେଜରେ ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ ଶିକ୍ଷାଦାନ କରିଥିଲେ । ଜଣେ ଅଧ୍ୟକ୍ଷ ଭାବେ ସେ ଭଞ୍ଜନଗର କଲେଜ, ଖୋର୍ଦ୍ଧା କଲେଜ, ଜେକେବିକେ କଲେଜ, ରାଜଧାନୀ କଲେଜ ଓ ଭୁବନେଶ୍ୱର ବିଜେବି କଲେଜରେ ଦାୟିତ୍ୱ ନିର୍ବାହ କରିଥିଲେ । ବିଜ୍ଞାନ ଓ ବେସରକାରୀ କଲେଜ ସମୂହର ଡେପୁଟି ଡିପିଆଇ ଏବଂ ଏନସିସିର ଜଣେ ଦକ୍ଷ ଅଫିସର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ବିଜ୍ଞାନ ପ୍ରଚାର ସମିତିର ସଭ୍ୟ, ଓଡ଼ିଶା ଫିଜିକାଲ ସୋସାଇଟିର ସଭାପତି (୧୯୯୧-୧୯୯୬), ଓଡ଼ିଶା ସରକାରୀ କଲେଜ ଶକ୍ଷକ ସଂଘର ସଭାପତି (୧୯୮୬ - ୧୯୮୮), ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି, ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦର ସଭାପତି ରହିବା ସହିତ ଅନେକ ଶିକ୍ଷାନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ ।[]

ରଚନାବଳୀ

[ସମ୍ପାଦନା]

ଅମୂଲ୍ୟକୃଷ୍ଣ ମିଶ୍ର, ବୃତ୍ତିରେ ଜଣେ ବିଜ୍ଞାନ ଅଧ୍ୟାପକ ହୋଇଥିଲେ ମଧ୍ୟ ସାହିତ୍ୟ ରଚନାପ୍ରତି ଆଗ୍ରହୀ ଥିଲେ । ସେ ଗଳ୍ପ, ନାଟକ ଓ ଉପନ୍ୟାସ ଆଦି ରଚନା କରିଥିଲେ । ସେ ଅନେକ ବିଜ୍ଞାନ ଭିତ୍ତିକ ସାହିତ୍ୟ ରଚନା କରିଥିଲେ । ଏତଦଭିନ୍ନ ସେ ପତ୍ନୀ ଶୈଳବାଳା ମିଶ୍ରଙ୍କ ସହ ମିଳିତ ଭାବରେ ନିଜ ପିତା ଦୟାନିଧି ମିଶ୍ରଙ୍କର ଜୀବନୀ ପୁସ୍ତକ ଗସ୍ତସୂର୍ଯ୍ୟ ରଚନା କରିଥିଲେ । ସାଲବେଗଙ୍କ ଚିରନ୍ତନ୍ତ ସାହିତ୍ୟକୃତି ଉପରେ ଗବେଷଣା କରି ସେ ପିଏଚଡ଼ି ହାସଲ କରିଥିଲେ ।

ରଚନାବଳୀ

[ସମ୍ପାଦନା]
  • ଅଲିଭା ଶିଖା - ୧୯୮୨ (ଗ୍ରନ୍ଥ ମନ୍ଦିର)[]
  • ସାଲବେଗ (ନାଟକ) ୧୯୭୯[]
  • ପଳାତକ ଓ ଅନ୍ୟମାନେ[] ୧୯୮୮
  • ଆହୁତି (ନାଟକ) ୧୯୭୭
  • କଂସ ଓ କୃଷ୍ଣ - ୨୦୦୦ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
  • କୁଳବଧୂ - ୧୯୯୪ (ଫ୍ରେଣ୍ଡସ ପବ୍ଲିସରସ)
  • ଗ୍ରସ୍ତସୂର୍ଯ୍ୟ
  • ଜୟୀ ରାଜଗୁରୁ (ନାଟକ) ୧୯୭୮
  • ଏକାକିନୀ
  • ଏବଂ ଆଶ୍ଚର୍ଯ୍ୟ ନଗର
  • କାମଧେନୁର ଲୁହ (ବିଦ୍ୟାପୁରୀ, କଟକ) ଗଳ୍ପ, ୧୯୯୪
  • ଶାନ୍ତି ସଂଗ୍ରାମ
  • ଚାଣକ୍ୟର ଶପଥ (ଗଳ୍ପ) ୧୯୯୫
  • ପ୍ରାଣନାଥ ପରିକ୍ରମା (ସଂପାଦନା)
  • ନିଃଶବ୍ଦ କୋଳାହଳ (ନାଟକ) ୧୯୮୯
  • ଅଭିମାନର ପରାଜୟ (ଉପନ୍ୟାସ) ୧୯୯୯
  • ଫେରାଇଦିଅ ମୋର ଅଖଣ୍ଡ ଭାରତ (ଗଳ୍ପ) ୧୯୯୧
  • ନିଷ୍ପତି (ଉପନ୍ୟାସ) ୧୯୯୪
  • ଜାତୀୟ ସଂହତିର ପ୍ରତୀକ ଭକ୍ତକବି ସାଲବେଗ : ଏକ ଅନ୍ତରଙ୍ଗ ପର୍ଯ୍ୟାଲୋଚନା ୧୯୯୫

ବିଜ୍ଞାନ

  • ମାଇଲ ଖୁଣ୍ଟ ଭାଗ ୧ (ଜୀବନୀ) ୨୦୦୦
  • ବିଜ୍ଞାନର ଗୌରବ ୧୯୮୦
  • ମ୍ୟାଡ଼ାମ କ୍ୟୁରୀ (ଜୀବନୀ) ୧୯୭୮
  • ବିଜ୍ଞାନ ବର୍ତ୍ତିକା (ସଂପାଦନା, ୧୯୬୪)
  • ଆମ ବାସସ୍ଥଳୀ ପୃଥିବୀ - ୧୯୬୫ (ସମ୍ବଲପୁର ବିଜ୍ଞାନ ପ୍ରଚାର ସମିତି)
  • ଧୂମକେତୁ ନା ଧ୍ରୁବତାରା (ପ୍ରବନ୍ଧ) ସଂପାଦନା
  • ବିଜ୍ଞାନର ଛନ୍ଦ
  • ବିଜ୍ଞାନ ସନ୍ଦର୍ଭ ୧୯୬୩

ଜୀବନୀ

[ସମ୍ପାଦନା]

ଅମୂଲ୍ୟକୃଷ୍ଣ, ୧୯୩୨ ମସିହା ଜୁଲାଇ ୬ ତାରିଖରେ ବରଗଡ଼ ଜିଲ୍ଲାର ବରପାଲି ନିକଟସ୍ଥ ତୁଲଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦୟାନିଧି ମିଶ୍ର ଜଣେ ସାହିତ୍ୟିକ, ସମ୍ପାଦକ ଓ ସାହିତ୍ୟ ସଂଗଠକ ଥିଲେ । ସେ ଥିଲେ ପରିବାରର କନିଷ୍ଠତମ ସନ୍ତାନ । ସେ ଶୈଳବାଳା ମିଶ୍ରଙ୍କୁ ବିବାହ କରିଥିଲେ ।

୨୦୦୧ ମସିହା ଫେବୃଆରୀ ୨୬ତାରିଖରେ ୬୮ ବର୍ଷ ବୟସରେ ଅମୂଲ୍ୟକୃଷ୍ଣଙ୍କର ପରଲୋକ ଘଟିଥିଲା ।[]

  1. Urvashi Kuhad. Science Fiction and Indian Women Writers: Exploring Radical Potentials. Retrieved 6 July 2022.
  2. Suparno Banerjee (15 October 2020). Indian Science Fiction: Patterns, History and Hybridity. University of Wales Press. ISBN 9781786836670.
  3. Encyclopaedia of Indian Literature: Sasay to Zorgot. Sahitya Akademi. ୧୯୮୭. Retrieved 6 July 2022.
  4. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୭.
  5. Balraj Verma (୨୦୦୬). The Beautiful India - Orissa. Reference Press. Retrieved 6 July 2022.
  6. Niranjan Mohanty (୧୯୯୬). Salabega. Sahitya Akademi. Retrieved 6 July 2022.
  7. https://archive.org/details/palataka-o-anyamane-1988
  8. "ଆଜି ଜନ୍ମଦିନ: ଅମୂଲ୍ୟକୃଷ୍ଣ ମିଶ୍ର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 6 July 2022. Retrieved 6 July 2022.