ଅମୃତ ଫଳ
| ଅମୃତ ଫଳ | |
|---|---|
| ଲେଖକ | ମନୋଜ ଦାସ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
| ବିଭାଗ | ଐତିହାସିକ ଉପନ୍ୟାସ |
| ପ୍ରକାଶକ | ବିଦ୍ୟାପୁରୀ ବାଲୁବଜାର, କଟକ |
| ପ୍ରକାଶ ତାରିଖ | ୧୯୯୬, ୧୯୯୭, ୨୦୦୦, ୨୦୦୧, ୨୦୦୨, ୨୦୦୪, ୨୦୦୫, ୨୦୦୭, ୨୦୦୯, ୨୦୧୦, ୨୦୧୧, ୨୦୧୪, ୨୦୧୫ |
| ମାଧ୍ୟମ ପ୍ରକାର | ଛପାବହି, ବନ୍ଧେଇ |
| ପୃଷ୍ଠା | ୨୦୨ |
| ISBN | ୮୧-୭୪୧୧-୧୧୪-X |
ଅମୃତ ଫଳ ମନୋଜ ଦାସଙ୍କ ଲିଖିତ ଏକ ଉପନ୍ୟାସ ।[୧] ଏହାର କଥାବସ୍ତୁ ଏକ ଐତିହାସିକ କାହାଣୀ ଉପରେ ଆଧାରିତ । ୧୯୯୬ ମସିହା ଜାନୁଆରୀ ମାସରେ ଏହା ପ୍ରଥମ କରି ପ୍ରକାଶିତ ହୋଇଥିଲା । ବିଦ୍ୟାପୁରୀ, ବାଲୁବଜାର, କଟକର ପିତାମ୍ବର ମିଶ୍ର ଏହି ପୁସ୍ତକଟିର ପ୍ରକାଶକ ଅଟନ୍ତି । କଟକରେ ଥିବା ଆଲାମଚାନ୍ଦବଜାରର ବିଦ୍ୟାଶ୍ରୀ ଡିଟିପି ସେଣ୍ଟରଦ୍ୱାରା ଏହାର ଲିପି ସଂଯୋଜନା କରାଯାଇଛି । ଭୁବନେଶ୍ୱରର ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ବିଶ୍ୱନାଥ ଏଣ୍ଟରପ୍ରାଇଜେସ୍ଦ୍ୱାରା ଏହି ପୁସ୍ତକଟିକୁ ମୁଦ୍ରଣ କରାଯାଇଛି । ଅଦ୍ୟାବଧି ଏହାର ୧୪ଟି ମୁଦ୍ରଣ ପ୍ରକାଶ ପାଇସାରିଛି । ଚତୁର୍ଦ୍ଦଶ ପ୍ରକାଶନରେ ଏହାର ମୂଲ୍ୟ ୧୩୦ ଟଙ୍କା ରଖାଯାଇଛି । ୨୦୦୦ ମସିହାରେ ଏହି ଉପନ୍ୟାସଟି ପାଇଁ ମନୋଜ ଦାସଙ୍କୁ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଛି ।[୨]
ପ୍ରକାଶନ ଇତିହାସ
[ସମ୍ପାଦନା]| ପ୍ରକାଶନ ସଂଖ୍ୟା | ପ୍ରକାଶନ ମାସ | ପ୍ରକାଶନ ବର୍ଷ |
|---|---|---|
| ପ୍ରଥମ | ଜାନୁଆରୀ | ୧୯୯୬ |
| ଦ୍ୱିତୀୟ | ଅଗଷ୍ଟ | ୧୯୯୭ |
| ତୃତୀୟ | ଜାନୁଆରୀ | ୨୦୦୦ |
| ଚତୁର୍ଥ | ମାର୍ଚ୍ଚ | ୨୦୦୧ |
| ପଞ୍ଚମ | ଫେବୃଆରୀ | ୨୦୦୨ |
| ଷଷ୍ଠ | ଏପ୍ରିଲ | ୨୦୦୪ |
| ସପ୍ତମ | ଅଗଷ୍ଟ | ୨୦୦୫ |
| ଅଷ୍ଟମ | ଜାନୁଆରୀ | ୨୦୦୭ |
| ନବମ | ଜାନୁଆରୀ | ୨୦୦୯ |
| ଦଶମ | ଜାନୁଆରୀ | ୨୦୧୦ |
| ଏକାଦଶ | ଜୁନ୍ | ୨୦୧୦ |
| ଦ୍ୱାଦଶ | ନଭେମ୍ବର | ୨୦୧୧ |
| ତ୍ରୟୋଦଶ | ଜାନୁଆରୀ | ୨୦୧୪ |
| ଚତୁର୍ଦ୍ଦଶ | ଜାନୁଆରୀ | ୨୦୧୫ |
କଥାବସ୍ତୁ ଓ ସାରକଥା
[ସମ୍ପାଦନା]ମନୋଜ ଦାସଙ୍କଦ୍ୱାରା ଲିଖିତ ଏହି ଉପନ୍ୟାସର କଥାବସ୍ତୁ ଇତିହାସ, ରହସ୍ୟ ତଥା ବାସ୍ତବିକତାର ଏକ ମିଶ୍ରଣ । ଏଥିରେ ଦୁଇଜଣ ବ୍ୟକ୍ତିଙ୍କ ଜୀବନ କାହାଣୀକୁ ସମାନ୍ତରାଳ ଭାବେ ବର୍ଣ୍ଣନା କରାଯାଇଛି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ପ୍ରାଚୀନ ଯୁଗର ରାଜା ଭର୍ତୃହରି ହୋଇଥିବା ବେଳେ ଆଉଜଣେ ହେଉଛନ୍ତି ଆଧୁନିକ ଯୁଗର ଶିଳ୍ପପତି ଅମରନାଥ । ଏହି ଉପନ୍ୟାସର କାହାଣୀ ଅନୁସାରେ ଉଜ୍ଜୟିନୀର ରାଜା ଭର୍ତୃହରି ଏକ ଅମୃତ ଫଳ ଲାଭ କରିବା ପରେ ବିଭିନ୍ନ ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି । ଫଳରେ ତାଙ୍କ ମନକୁ ଗ୍ରାସ କରିଛି ନିଜ ଅସ୍ତିତ୍ତ୍ୱ ତଥା ଜୀବନର ଉଦ୍ଦେଶ୍ୟକୁ ନେଇ ଅନେକ ପ୍ରଶ୍ନ । ଅପରପକ୍ଷରେ ଶିଳ୍ପପତି ଅମରନାଥଙ୍କର ମଧ୍ୟ ଜୀବନ ବିଷୟରେ ହୋଇଛି ସମାନ ଅନୁଭୂତି । କିପରି ଅମରନାଥ ରାଜା ଭର୍ତୃହରିଙ୍କ ଜୀବନ ସହ ନିଜ ଜୀବନର ସାମଞ୍ଜସ୍ୟକୁ ହୃଦୟଙ୍ଗମ କରିଛନ୍ତି ଓ କିପରି ରାଜାଙ୍କ ଜୀବନ କାହାଣୀରୁ ସେ ନିଜ ମନରେ ଉଠିଥିବା ଆଧ୍ୟାତ୍ମିକ ପ୍ରଶ୍ନଗୁଡ଼ିକର ଉତ୍ତର ପାଇଛନ୍ତି, ତାହା ହିଁ ଏହି ଉପନ୍ୟାସର ମୁଖ୍ୟ ବିଷୟବସ୍ତୁ ।[୪]
ଆଧାର
[ସମ୍ପାଦନା]- ↑ http://sambad.in/state/tata-steel-bhubaneswar-literary-meet-inaugurated-63750/
- ↑ ଅମୃତ ଫଳ. Vidyapuri. 17 August 2016. ISBN 817411114X.
{{cite book}}:|first=missing|last=(help) - ↑ History, Publication (17 August 2016). ଅମୃତ ଫଳ. Vidyapuri. ISBN 817411114X.
- ↑ Gist, ଅମୃତ ଫଳ. "ଅମୃତ ଫଳ (The Divine Fruit) by Manoj Das". Vidyapuri. Retrieved 17 August 2016.