ଆଲୋକ ଅଗ୍ନିବେଶ

ଉଇକିପିଡ଼ିଆ‌ରୁ
(Alok Agnibeshରୁ ଲେଉଟି ଆସିଛି)
ଆଲୋକ ଅଗ୍ନିବେଶ
Born (1983-04-01) ୧ ଅପ୍ରେଲ ୧୯୮୩ (ବୟସ ୪୦)
Nationalityଭାରତୀୟ
Alma materଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ
Occupationପଶୁ ଚିକିତ୍ସକ
Organizationଶତାବ୍ଦୀର କଳାକାର
Parent(s)ଧୀରେନ୍ଦ୍ର ନାଥ ମଲ୍ଲିକ (ବାପା)
ମନିଦୀପା ମଲ୍ଲିକ (ମାଆ)

ଆଲୋକ ଅଗ୍ନିବେଶ (ଜନ୍ମ: ୧ ଅପ୍ରେଲ ୧୯୮୩), ଜଣେ ଓଡ଼ିଆ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ।[୧] ଶତାବ୍ଦୀର କଳାକାର ନାଟ୍ୟାନୁଷ୍ଠାନ ସହ ଜଡ଼ିତ ହୋଇ, ସେ ବହୁ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା କରିଛନ୍ତି ।[୨] ପଶୁ ଚିକିତ୍ସକ ଭାବରେ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ବର୍ତ୍ତମାନ ଓମ୍‌ଫେଡ଼୍ ଅନୁଷ୍ଠାନରେ କାର୍ଯ୍ୟରତ ଅଛନ୍ତି ।[୩]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ଆଲୋକ, ଗୋଟିଏ କଳାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ଧୀର ମଲ୍ଲିକ ଓ ମାତା ମନିଦୀପା ମଲ୍ଲିକ ଉଭୟ ମଞ୍ଚ ସହିତ ଜଡ଼ିତ । ପିତା ଧୀର ମଲ୍ଲିକ ଶତାବ୍ଦୀର କଳାକାର ଅନୁଷ୍ଠାନର ପ୍ରତିଷ୍ଠାତା । ଆଲୋକ ମାତ୍ର ତିନି ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ । ସେ ଥିଲା ଏକ ଚା ବିକାଳିର ଚରିତ୍ର । ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ପଶୁଚିକିତ୍ସକ ଓ ବେଲଜିୟମର "ଇଣ୍ଟରନେସନାଲ ମାନେଜମେଣ୍ଟ ଇନଷ୍ଟିଚୁଟ"ରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ସେ ଭୁବନେଶ୍ୱରର "ଏସ କେ ସ୍କୁଲ ଅଫ ଆକ୍ଟିଂ"ରୁ ଅଭିନୟରେ ଡିପ୍ଲୋମା ମଧ୍ୟ ହାସଲ କରିଛନ୍ତି ।

ନାଟକ ଜୀବନ[ସମ୍ପାଦନା]

ଆଲୋକ ୨୭ ବର୍ଷ ବୟସରେ ସେ ନିର୍ଦ୍ଦେଶନାରେ ପାଦ ରଖିଥିଲେ । ଏଯାବତ ସେ ୧୫ଟି ନାଟକର ନିର୍ଦ୍ଦେଶନା କରିସାରିଲେଣି । ଚମଚମର ଖେଳ (୨୦୦୧), ତାଙ୍କ ନିର୍ଦ୍ଦେଶିତ ପ୍ରଥମ ନାଟକ ।[୪] ସେ ନିର୍ଦ୍ଦେଶକ ରତନ ଥିୟାମ, କେ ଏନ ପାନିକର, ଉଷା ଗାଙ୍ଗୁଲି, ନଦିରା ବାବରସୀମା ବିଶ୍ୱାସଙ୍କ ଅଧିନରେ ସହ-ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୦୯ରେ ସ୍ୱିଡେନର ଗୋଥେନବର୍ଗ ଅପେରାରେ ଜଣେ ପର୍ଯ୍ୟବେକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଅଭିନୀତ/ନିର୍ଦ୍ଦେଶିତ ନାଟକ[ସମ୍ପାଦନା]

  • ଚମଚମର ଖେଳ - ୨୦୧୧
  • ତାସର ଦେଶ - ୨୦୧୧[୫]
  • ଜାନୁଆରୀ ୩୦ - ୨୦୧୪
  • ଚନ୍ଦ୍ରରଭା - ୨୦୧୫
  • ଏବଂ ଅଭିମନ୍ୟୁ
  • କନକ ଉପତ୍ୟକାର କାହାଣୀ - ୨୦୧୩[୬][୭]
  • ବ୍ୟାଘ୍ରାରୋହଣ
  • ଯାଦୁକର
  • ତରଳ ସୁନା
  • ବକ୍ସି ଜଗବନ୍ଧୁ
  • ଶକୁନ୍ତଳା
  • Tandra lokara Prahari
  • Agana Agani Bana lo Sangata
  • Sangram
  • Debadasi
  • Devi
  • Koti Bramhanda Sundari

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର(କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରଦତ୍ତ) - ୨୦୧୫[୮]

ଆଧାର[ସମ୍ପାଦନା]

  1. http://www.newindianexpress.com/states/odisha/article229156.ece[permanent dead link]?
  2. http://www.indiaculture.nic.in/sites/default/files/Schemes/Performing%20Arts%20Grant%20Scheme%20Minutes%20_2014-15.pdf
  3. "Contact Marketing Office". www.omfed.com. OMFED. Archived from the original on 8 March 2021. Retrieved 8 March 2021.
  4. http://www.telegraphindia.com/1110625/jsp/orissa/story_14156434.jsp
  5. http://www.telegraphindia.com/1111129/jsp/odisha/story_14809568.jsp
  6. "Aloka Agnibesh". www.sangeetnatak.gov.in. କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ. Archived from the original on 8 March 2021. Retrieved 8 March 2021.
  7. http://www.telegraphindia.com/1150302/jsp/odisha/story_6368.jsp#.Vkmzu14wDSg
  8. "ଆଲୋକ ଅଗ୍ନିବେଶ : ନିର୍ଦ୍ଦେଶନାର ନିଆରା ସ୍ୱର". ସମ୍ବାଦ ରବିବାର ୧୫/୧୧/୨୦୧୫ ପୃଷ୍ଠା ୧୧. Archived from the original on 4 March 2016. Retrieved 16 November 2015.