ଅଲେଖ ଚନ୍ଦ୍ର ବିଶ୍ୱାଳ

ଉଇକିପିଡ଼ିଆ‌ରୁ
(Alekh Chandra Biswalରୁ ଲେଉଟି ଆସିଛି)
ଅଲେଖ ଚନ୍ଦ୍ର ବିଶ୍ୱାଳ
ଜନ୍ମ (1954-01-06) ୬ ଜାନୁଆରୀ ୧୯୫୪ (ବୟସ ୭୦)
ସୋଲପାଟ, ଯାଜପୁର
ପ୍ରସିଦ୍ଧିଗୀତିକାର
ବୈବାହିକ-ସାଥୀସୁଷମା
ପିତାମାତା(s)ଅଙ୍ଗୁର ବିଶ୍ୱାଳ, କୁମୁଦିନୀ ବିଶ୍ୱାଳ

ଅଲେଖ ଚନ୍ଦ୍ର ବିଶ୍ୱାଳ(ଜନ୍ମ : ୦୬ ଜାନୁଆରୀ ୧୯୫୪) ଜଣେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗୀତିକାର ।[୧] ଚଳଚ୍ଚିତ୍ର ଗୀତ ବ୍ୟତିତ, ସେ ଗୀତିକବିତା ଓ ଭକ୍ତିସଙ୍ଗୀତ ମଧ୍ୟ ଲେଖିଥାନ୍ତି । ଏଯାବତ ସେ ୯୦୦୦ରୁ ଅଧିକ ଗୀତ, ୭୦୦ରୁ ଅଧିକ ସିଡ଼ି ଓ ୧୭ଟି ଓଡ଼ିଆ ଚଳଚ୍ଚିତ୍ରପାଇଁ ଗୀତରଚନା କରିସାରିଲେଣି । ସେ କେନ୍ଦ୍ରସରକାରଙ୍କ ଚାକିରିରୁ ସେବାନିବୃତ ହୋଇ ସାରିଛନ୍ତି ।

ଜୀବନୀ[ସମ୍ପାଦନା]

ଅଲେଖ ୧୯୫୪ ମସିହାରେ ଯାଜପୁର ଜିଲ୍ଲାର ସୋଲପାଟଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଙ୍ଗୁର ବିଶ୍ୱାଳ ଓ ମାତାଙ୍କ ନାମ କୁମୁଦିନୀ ଥିଲା । ଅଲେଖ, କଲେଜରେ ପାଠପଢିବା ସମୟରୁ ଗୀତରଚନାରେ ମନୋନିବେଶ କରିଥିଲେ । ୧୯୭୫ମସିହାରେ ସେ ଆକାଶବାଣୀ କଟକର ଗୀତିକାର ଭାବରେ ସ୍ୱୀକୃତି ଲାଭ କରିଥିଲେ ।

ଲୋକପ୍ରିୟ ଗୀତ[ସମ୍ପାଦନା]

  • ଆସିଥିଲି କାଳିଆ ତୋ ଦରଶନ ପାଇଁରେ
  • କେମିତି ସହିବ ଛାତି ତମେ ଯଦି ଆଉ କାର ବଧୁ ବେଶ ସାଜିବ
  • ବିରହିଣୀ ରାଧିକା ମୁଁ ଏ ବାସନ୍ତୀ କୁଞ୍ଜେ
  • ତତେ ମୋ ରାଣ ଦେଲି ଆଲୋ ବାଇଚଢେଇ
  • ଛଅ ଖଣ୍ଡ କାଠରେ ମୋ ହେବ ସବାରୀ
  • ପ୍ରେମ ଭକତିର ବର୍ଣ୍ଣବୋଧ ଗୀତଗୋବିନ୍ଦ
  • ଖଟା ହେଲା ପଛେ ହାଣ୍ଡିକ ଦହି
  • କଳସୀରେ ଗଙ୍ଗାଜଳ
  • ସେଇ ବର୍ଷା, ସେଇ ରାତି ମନେପଡେ
  • ଜହ୍ନ କହୁଛି, ଏଇ ରାତି କହୁଛି

ରଚିତ ପୁସ୍ତକ[ସମ୍ପାଦନା]

  • ଜଗନ୍ନାଥ ଭଜନମାଳା
  • ଗୀତ ମଞ୍ଜରୀ
  • ସାକାର ବ୍ରହ୍ମ
  • ଗୀତି ମନ୍ଦାର
  • ଅମୃତ ଭାରତୀ
  • ସମ୍ପର୍କର ସ୍ୱର
  • ସାବିତ୍ରୀ ବ୍ରତ(ଗୀତିରୂପ)
  • ଶ୍ରୀହନୁମାନ ଚାଳିଶା(ଓଡ଼ିଆ ରୂପାନ୍ତର)

ଓଡ଼ିଆ କଥାଚିତ୍ର[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.tathya.in/news/11657/1/Mohanty-Bags-Bhanja-Award[permanent dead link]
  2. "ଅନନ୍ୟ ଗୀତିକାର ଅଲେଖ". ସମାଜ ରବିବାର ୪/୦୩/୨୦୧୮ ପୃଷ୍ଠା ୭. Retrieved 8 March 2018.
  3. "ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ 'ଉତ୍କଳ ରତ୍ନ'". No. ସମାଜ ୧୨/୦୫/୨୦୨୨ କଟକ ସଂସ୍କରଣ ପୃଷ୍ଠା ୪. ସମାଜ. Archived from the original on 12 May 2022. Retrieved 12 May 2022.

ଅଧିକ ତଥ୍ୟ[ସମ୍ପାଦନା]