ଅଚିହ୍ନା ବାସଭୂମି
ଅଚିହ୍ନା ବାସଭୂମି | |
---|---|
ଲେଖକ | କଳ୍ପନା କୁମାରୀ ଦେବୀ |
ଭାଷା | ଓଡ଼ିଆ |
ବିଭାଗ | ଉପନ୍ୟାସ |
ପ୍ରକାଶକ | କାହାଣୀ ( କଲ୍ୟାଣୀନଗର, କଟକ - ୭୫୩୦୧୩ ) |
ପ୍ରକାଶ ତାରିଖ | ୨୦୦୯ (ପ୍ରଥମ), ୨୦୧୨ (ଦ୍ୱିତୀୟ, ତୃତୀୟ) |
ମାଧ୍ୟମ ପ୍ରକାର | ଛପାବହି, ବନ୍ଧେଇ |
ପୃଷ୍ଠା | ୫୮୪ |
ISBN | ୯୭୮-୯୩-୮୧୭୫୬-୨୪-୯ |
ଅଚିହ୍ନା ବାସଭୂମି କଳ୍ପନା କୁମାରୀ ଦେବୀଙ୍କଦ୍ୱାରା ରଚିତ ଏକ ଉପନ୍ୟାସ । ୨୦୧୨ ମସିହା ପାଇଁ ଏହା ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲା ।[୧]
ବିବାଦ
[ସମ୍ପାଦନା]ଏହି ପୁସ୍ତକଟି ପୁରସ୍କାର ପାଇବାକୁ ବୋରୋଧକରି କିଛି ଲେଖକ ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହେବା ପରେ ସାହିତ୍ୟ ଏକାଡେମିର ସଭାପତି ନିଜ ଇସ୍ତଫା ଦେଇଥିଲେ । ଏହା ପରେ ନ୍ୟାୟଳୟ ପୁରସ୍କାର ଉପରେ ବିରତି ଘୋଷଣା କରିଥିଲେ ।[୨] [୩]
ପୁସ୍ତକ ସମୀକ୍ଷା
[ସମ୍ପାଦନା]ସଂକ୍ଷିପ୍ତ କାହାଣୀ
[ସମ୍ପାଦନା]ଉପନ୍ୟାସଟିର ନାୟିକା "ନଳିନାକ୍ଷୀ"ର ଭାଇ "ଅତ୍ରିନାରାୟଣ" ହାଣବଂଶର ଅଷ୍ଟମ ପ୍ରଜନ୍ମର ପୁରୁଷ । ଏହି ବଂଶର ପ୍ରଥମ ପ୍ରଜନ୍ମର ପୁରୁଷ ଖୋର୍ଦ୍ଧା ରାଜାଙ୍କ ଦେୱାନ ଥିଲେ, ତେଣୁ କେହି କେହି ଦେୱାନବଂଶ ବି କହିଥାନ୍ତି । ଦେୱାନଙ୍କୁ କୌଣସି ଏକ ଘଟନା ଯୋଗୁଁ ରାଜଦଣ୍ଡ - ମୁଣ୍ଡକାଟ ଭୋଗିବାକୁ ପଡ଼ିଥିଲା । ରାଜାଜ୍ଞାରେ ଦେୱାନବଂଶର ମୂଳୋତ୍ପାଟନ ପାଇଁ ସୈନ୍ୟମାନେ ବଂଶର ଆବାଳବୃଦ୍ଧବନିତା ସମସ୍ତଙ୍କୁ ଖୋଜିବୁଲି ନିପାତ କଲେ । ହେଲେ ସେ ବଂଶର ବୋହୁଟିଏ ସେତେବେଳକୁ ଗର୍ଭବତୀ ଥିଲା । ଗର୍ଭସ୍ଥ ସନ୍ତାନର ସଂହାର ଧର୍ମଶାସ୍ତ୍ରାନୁଯାୟୀ ପାପକର୍ମ, ଏଣୁ ରାଜଦରବାରରେ ନିଷ୍ପତ୍ତି ନିଆଗଲା ଯେ ପିଲା ଜନ୍ମ ହେବାପରେ ଶେଷ କରିଦିଆଯିବ ମାଆପୁଅଙ୍କୁ । ବନ୍ଦୀଶାଳାରେ ଥାଇ ବୋହୁଟି ବାରମ୍ବାର ଡାକୁଥାଏ - "ବାପ ଗାଁ ଠାକୁର, ରକ୍ଷା କର" ! ଦିନେ ରାତିରେ ଘଟିଲା ଅଭାବିତ କାଣ୍ଡ । ବୋହୁଟି ଦୈବାତ୍ ଅଧନିଦରୁ ଉଠି ଦେଖିଲାବେଳକୁ ବନ୍ଦୀଶାଳାର କବାଟ ଖୋଲା ! ସେଇଦିନ ରାତିରେ ହିଁ ସେ ଲୁଚିଛପି ପଳେଇଆସିଲା ବାପଘର ଗାଁ ଝଙ୍କଡ - ଦେବୀ ଶାରଳାଙ୍କ ପୂଜାପୀଠ । ବାପଗାଁ ଠାକୁରାଣୀ ଶାରଳାଙ୍କ ପାଖରେ ବଂଶରକ୍ଷା ପାଇଁ ଅଧିଆ ପଡ଼ିଲା ବୋହୁଟି । କିଛିଦିନ ପରେ ତାର ପୁଅଟିଏ ହେଲା - ଜନ୍ମବେଳୁ ହାତରେ କଟାଚିହ୍ନଟାଏ ! ସେ ପୁଅର ବଂଶହିଁ ହେଉଛି ହାଣବଂଶ । ଏହି ବଂଶର ସନ୍ତାନମାନଙ୍କ ହାତରେ ଜନ୍ମରୁ ଦେଖାଯାଏ ଏଇ କଟାଚିହ୍ନ !
ଏହାତ ଥିଲା ସେ ବଂଶର ଇତିହାସ, ବର୍ତ୍ତମାନ ଉପନ୍ୟାସର ନାୟିକା 'ନଳିନାକ୍ଷୀ' ସାମ୍ନା କରୁଛି ନୂଆ ସମୟକୁ । ଆଉ ତାକୁ ହିଁ କେନ୍ଦ୍ର କରି ଗଢିଉଠିଛି ଉପନ୍ୟାସର ମୁଖ୍ୟ ବିଷୟବସ୍ତୁ । [୪]
ଆଧାର
[ସମ୍ପାଦନା]- ↑ "Kalpana Devi Receives Kendriya Sahitya Akademi Award for 'Achinha Basabhumi'". Odisha360.com. Retrieved 10 October 2013.
- ↑ "No Akademi Award for 'Achinha Basabhumi' for Now, Odisha High Court Orders Stay". Odisha360.com. February 3, 2012. Retrieved 10 October 2013.
- ↑ Furore over award to Kalpanakumari (December 31 2011). "Sahitya Akademi member resigns, authors claim better novels have been ignored". The Telegraph. Retrieved 10 October 2013.
{{cite news}}
: Check date values in:|date=
(help) - ↑ ଅଚିହ୍ନା ବାସଭୂମି (2012). ଦୁରଭାଷର ସ୍ୱର. କାହାଣୀ. p. ୭. ISBN 978-93-81756-24-9.