ଅଚିହ୍ନା ବାସଭୂମି

ଉଇକିପିଡ଼ିଆ‌ରୁ
ଅଚିହ୍ନା ବାସଭୂମି  
ଲେଖକକଳ୍ପନା କୁମାରୀ ଦେବୀ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକକାହାଣୀ
( କଲ୍ୟାଣୀନଗର, କଟକ - ୭୫୩୦୧୩ )
ପ୍ରକାଶ ତାରିଖ୨୦୦୯ (ପ୍ରଥମ),
୨୦୧୨ (ଦ୍ୱିତୀୟ, ତୃତୀୟ)
ମାଧ୍ୟମ ପ୍ରକାରଛପାବହି, ବନ୍ଧେଇ
ପୃଷ୍ଠା୫୮୪
ISBN୯୭୮-୯୩-୮୧୭୫୬-୨୪-୯

ଅଚିହ୍ନା ବାସଭୂମି କଳ୍ପନା କୁମାରୀ ଦେବୀଙ୍କଦ୍ୱାରା ରଚିତ ଏକ ଉପନ୍ୟାସ । ୨୦୧୨ ମସିହା ପାଇଁ ଏହା ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲା ।[୧]

ବିବାଦ[ସମ୍ପାଦନା]

ଏହି ପୁସ୍ତକଟି ପୁରସ୍କାର ପାଇବାକୁ ବୋରୋଧକରି କିଛି ଲେଖକ ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହେବା ପରେ ସାହିତ୍ୟ ଏକାଡେମିର ସଭାପତି ନିଜ ଇସ୍ତଫା ଦେଇଥିଲେ । ଏହା ପରେ ନ୍ୟାୟଳୟ ପୁରସ୍କାର ଉପରେ ବିରତି ଘୋଷଣା କରିଥିଲେ ।[୨] [୩]

ପୁସ୍ତକ ସମୀକ୍ଷା[ସମ୍ପାଦନା]

ସଂକ୍ଷିପ୍ତ କାହାଣୀ[ସମ୍ପାଦନା]

ଉପନ୍ୟାସଟିର ନାୟିକା "ନଳିନାକ୍ଷୀ"ର ଭାଇ "ଅତ୍ରିନାରାୟଣ" ହାଣବଂଶର ଅଷ୍ଟମ ପ୍ରଜନ୍ମର ପୁରୁଷ । ଏହି ବଂଶର ପ୍ରଥମ ପ୍ରଜନ୍ମର ପୁରୁଷ ଖୋର୍ଦ୍ଧା ରାଜାଙ୍କ ଦେୱାନ ଥିଲେ, ତେଣୁ କେହି କେହି ଦେୱାନବଂଶ ବି କହିଥାନ୍ତି । ଦେୱାନଙ୍କୁ କୌଣସି ଏକ ଘଟନା ଯୋଗୁଁ ରାଜଦଣ୍ଡ - ମୁଣ୍ଡକାଟ ଭୋଗିବାକୁ ପଡ଼ିଥିଲା । ରାଜାଜ୍ଞାରେ ଦେୱାନବଂଶର ମୂଳୋତ୍ପାଟନ ପାଇଁ ସୈନ୍ୟମାନେ ବଂଶର ଆବାଳବୃଦ୍ଧବନିତା ସମସ୍ତଙ୍କୁ ଖୋଜିବୁଲି ନିପାତ କଲେ । ହେଲେ ସେ ବଂଶର ବୋହୁଟିଏ ସେତେବେଳକୁ ଗର୍ଭବତୀ ଥିଲା । ଗର୍ଭସ୍ଥ ସନ୍ତାନର ସଂହାର ଧର୍ମଶାସ୍ତ୍ରାନୁଯାୟୀ ପାପକର୍ମ, ଏଣୁ ରାଜଦରବାରରେ ନିଷ୍ପତ୍ତି ନିଆଗଲା ଯେ ପିଲା ଜନ୍ମ ହେବାପରେ ଶେଷ କରିଦିଆଯିବ ମାଆପୁଅଙ୍କୁ । ବନ୍ଦୀଶାଳାରେ ଥାଇ ବୋହୁଟି ବାରମ୍ବାର ଡାକୁଥାଏ - "ବାପ ଗାଁ ଠାକୁର, ରକ୍ଷା କର" ! ଦିନେ ରାତିରେ ଘଟିଲା ଅଭାବିତ କାଣ୍ଡ । ବୋହୁଟି ଦୈବାତ୍ ଅଧନିଦରୁ ଉଠି ଦେଖିଲାବେଳକୁ ବନ୍ଦୀଶାଳାର କବାଟ ଖୋଲା ! ସେଇଦିନ ରାତିରେ ହିଁ ସେ ଲୁଚିଛପି ପଳେଇଆସିଲା ବାପଘର ଗାଁ ଝଙ୍କଡ - ଦେବୀ ଶାରଳାଙ୍କ ପୂଜାପୀଠ । ବାପଗାଁ ଠାକୁରାଣୀ ଶାରଳାଙ୍କ ପାଖରେ ବଂଶରକ୍ଷା ପାଇଁ ଅଧିଆ ପଡ଼ିଲା ବୋହୁଟି । କିଛିଦିନ ପରେ ତାର ପୁଅଟିଏ ହେଲା - ଜନ୍ମବେଳୁ ହାତରେ କଟାଚିହ୍ନଟାଏ ! ସେ ପୁଅର ବଂଶହିଁ ହେଉଛି ହାଣବଂଶ । ଏହି ବଂଶର ସନ୍ତାନମାନଙ୍କ ହାତରେ ଜନ୍ମରୁ ଦେଖାଯାଏ ଏଇ କଟାଚିହ୍ନ !

ଏହାତ ଥିଲା ସେ ବଂଶର ଇତିହାସ, ବର୍ତ୍ତମାନ ଉପନ୍ୟାସର ନାୟିକା 'ନଳିନାକ୍ଷୀ' ସାମ୍ନା କରୁଛି ନୂଆ ସମୟକୁ । ଆଉ ତାକୁ ହିଁ କେନ୍ଦ୍ର କରି ଗଢିଉଠିଛି ଉପନ୍ୟାସର ମୁଖ୍ୟ ବିଷୟବସ୍ତୁ । [୪]

ଆଧାର[ସମ୍ପାଦନା]

  1. "Kalpana Devi Receives Kendriya Sahitya Akademi Award for 'Achinha Basabhumi'". Odisha360.com. Retrieved 10 October 2013.
  2. "No Akademi Award for 'Achinha Basabhumi' for Now, Odisha High Court Orders Stay". Odisha360.com. February 3, 2012. Retrieved 10 October 2013.
  3. Furore over award to Kalpanakumari (December 31 2011). "Sahitya Akademi member resigns, authors claim better novels have been ignored". The Telegraph. Retrieved 10 October 2013. {{cite news}}: Check date values in: |date= (help)
  4. ଅଚିହ୍ନା ବାସଭୂମି (2012). ଦୁରଭାଷର ସ୍ୱର. କାହାଣୀ. p. ୭. ISBN 978-93-81756-24-9.

ଅଧିକ ତଥ୍ୟ[ସମ୍ପାଦନା]