୨୦୧୧ କ୍ରିକେଟ ବିଶ୍ୱ କପ

ଉଇକିପିଡ଼ିଆ‌ରୁ
(2011 Cricket World Cupରୁ ଲେଉଟି ଆସିଛି)

୨୦୧୧ ମସିହାରେ ହେଇଥିବା ICC କ୍ରିକେଟ ବିଶ୍ୱ କପ, ବିଶ୍ୱ କପ ଇତିହାସରେ ୧୦ ମ ବିଶ୍ୱ କପ ଥିଲା । ଏହା ମିଳିତ ଭାବରେ ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶରେ ଆୟୋଜିତ ହେଇଥିଲା । ଭାରତ ଏହି ଟୁର୍ଣାମେଣ୍ଟ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଜିତିଥିଲା । ଏହା ଭାରତର ୧୯୮୩ ପରେ ଜିତିଥିବା ଅନ୍ୟତମ ବିଶ୍ୱ କପ ବିଜୟ । ଏହା ଜିତିବା ପରେ ଭାରତ ନିଜ ଦେଶରେ ଆୟୋଜିତ ହଉଥିବା ବିଶ୍ୱ କପ ଜିତିବାରେ ପ୍ରଥମ ଦେଶ ମଧ୍ୟ ହେଲା । ଏହି ବିଶ୍ୱ କପରେ ଯୁବରାଜ ସିଂହ "man of the tournament ପୁରସ୍କାର ଜିତିଥିଲେ । ପ୍ରଥମ ଥର ପାଇଁ ୨ଟି ଏସୀୟ ଦେଶ ବିଶ୍ୱ କପ ଫାଇନାଲ ଖେଳିଥିଲେ ଓ ଅଷ୍ଟ୍ରେଲିଆ ୧୯୯୨ ପରେ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇ ନଥିଲା । 

ଏହି ବିଶ୍ୱ କପରେ ୧୪ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ଟେଷ୍ଟ ମାନନ୍ୟତା ପ୍ରାପ୍ତ ୧୦ଟି ଦେଶ ସମେତ ICCର ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟରୁ ବାକି ୪ଟି ଦଳ ଚୟନ କରା ଯାଇଥିଲା । 

ଫର୍ମାଟ [ସମ୍ପାଦନା]

୨୦୦୭ ମସିହାରେ ICCଦ୍ୱାରା ଆହୁତ ସମ୍ମିଳନୀରେ ବିଶ୍ୱ କପର ପ୍ରଚଳିତ ଫର୍ମାଟର ପରିବର୍ତ୍ତନ କରିବା ପାଇଁ  ନିଷ୍ପତ୍ତି ନିଆଗଲା । ୧୪ଟି ଦଳକୁ ନେଇ ଦୁଇଟି ଗ୍ରୁପରେ ୭ଟି ଲେଖା ଦଳ ଭିତରେ ରାଉଣ୍ଡ ରବୀନ ପଦ୍ଧତିରେ ମେଚ ଅନୁଷ୍ଠିତ କରି ପ୍ରତି ଗ୍ରୁପରୁ ଶ୍ରେଷ୍ଠ ୪ଟି ଲେଖା ଟିମକୁ ନେଇ ସୁପର ୮ ପ୍ରତିଯୋଗିତା ହେବାର ସ୍ଥିର ହେଇଥିଲା । 

ଯୋଗ୍ୟତା ଅର୍ଜନ [ସମ୍ପାଦନା]

ICC ଟେଷ୍ଟ ମାନ୍ୟତାରେ ଥିବା ୧୦ଟି ଦଳକୁ ସିଧା ସଳଖ ପ୍ରବେଶ ଦିଅ ଯାଇ ଅବଶିଷ୍ଟ ୪ଟି ସ୍ଥାନ ପାଇଁ ଯୋଗ୍ୟତା ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଏହି ଯୋଗ୍ୟତା ପ୍ରତିଯୋଗିତାରେ ଆୟରଲଣ୍ଡ, କାନାଡା, ହଲାଣ୍ଡ ଓ କେନିୟା ଏହି ପ୍ରତିଯୋଗତାର ପ୍ରଥମ ୪ଟି ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କଲେ । 

ଅଂଶ ଗ୍ରହଣ କାରୀ ଦଳର ସୂଚୀ [ସମ୍ପାଦନା]

୧୪ଟି ଅଂଶ ଗ୍ରହଣ ଯୋଗ୍ୟ ଦଳଙ୍କ ମଧ୍ୟରେ ଗ୍ରୁପ A ଓ ଗ୍ରୁପ B ଗଠିତ ହେଲା 

Group A Group B
Rank Team Rank Team
Full Members
1  Australia 2  India (co-host)
3  Pakistan 4  South Africa
5  New Zealand 6  England
7  Sri Lanka(co-host) 8  West Indies
9  Zimbabwe 10  Bangladesh (co-host)
Associate Members
11  Canada 12  Ireland
13  Kenya 14  Netherlands

ପ୍ରସ୍ତୁତି [ସମ୍ପାଦନା]

ଉଦଘାଟନ ସମାରୋହରେ ଆତଶବାଜି ପ୍ରଦର୍ଶନ  

ପାକିସ୍ତାନର ସହ ଆୟୋଜକ ହେବାର ଯୋଗ୍ୟତା ରଦ୍ଦ [ସମ୍ପାଦନା]

ଏହି ପ୍ରତିଯୋଗିତା ପାଇଁ ପାକିସ୍ତାନ ମଧ୍ୟ ସହ ଆୟୋଜକ ହେବାର ସ୍ଥିର ହେଇଥିଲା । ତେବେ ୨୦୦୯ ମସିହାରେ ଆତଙ୍କବାଦୀମାନଙ୍କଦ୍ୱାରା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ବସରେ ଆକ୍ରମଣ ହେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନକୁ ମେଚ ଆୟୋଜନ ସୁଯୋଗରୁ ବାଦ ଦିଆ ଯିବାର ନିଷ୍ପତ୍ତି ନିଆଯାଇଥିଲା । 

ଯୋଗ୍ୟତା ଅର୍ଜନ [ସମ୍ପାଦନା]

Group A Group B
Rank Team Rank Team
Full Members
1  Australia 2  India (co-host)
3  Pakistan 4  South Africa
5  New Zealand 6  England
7  Sri Lanka(co-host) 8  West Indies
9  Zimbabwe 10  Bangladesh (co-host)
Associate Members
11  Canada 12  Ireland
13  Kenya 14  Netherlands

ଗାନ [ସମ୍ପାଦନା]

ଏହି ବିଶ୍ୱ କପ ପାଇଁ ହିନ୍ଦୀ, ସିଂହଳୀ ଓ ବାଂଲା ଭାଷାରେ ୩ଟି ଗାନ ଚୟନ କରାଯାଇଥିଲା । ଉଦ୍ଧଘାଟନ ସମାରୋହରେ ଏହି ସବୁ ଗାନ ପରିବେଷିତ ହେଇଥିଲା । 

ମାସ୍କଟ[ସମ୍ପାଦନା]

" ସ୍ତୁମ୍ପି " ନାମ ଦିଅ ହେଇଥିବା ଏକ ହାତିଶାବକକୁ ମାସ୍କଟ ଭାବରେ ସ୍ୱୀକୃତି ଦିଅ ଯାଇଥିଲା । ଏକ ଅନଲାଇନ ପ୍ରତିଯୋଗିତା ମାଧ୍ୟମରେ ଏହା ବଛା ଯାଇଥିଲା । 

ଉଦଘାଟନ ସମାରୋହ[ସମ୍ପାଦନା]

ବାଂଲାଦେଶର ରାଜଧାନୀ ଢାକାର ବଙ୍ଗବନ୍ଧୁ ଜାତୀୟ ଷ୍ଟାଡିଅମରେ ୧୭ ଫେବୃଆରୀ, ୨୦୧୧ରେ ଏହି ବିଶ୍ୱ କପର ଉଦଘାଟନ ସମାରୋହ ଅନୁଷ୍ଠିତ ହେଇଥିଲା । 

ପୁରସ୍କାର ରାଶି [ସମ୍ପାଦନା]

ଏହି ପ୍ରତିଯୋଗିତାରେ ଦଳ ମାନଙ୍କ ପାଇଁ ପୁରସ୍କାର ରାଶିର ବର୍ଦ୍ଧନ କରା ଯାଇଥିଲା 

  • କ୍ୱାଟର ଫାଇନାଲରୁ ବାହାରିଥିବା ଦଳ -୨୫୦,୦୦୦ ଡଲାର
  • ୪ ର୍ଥ ସ୍ଥାନିତ ଦଳ -୫୦୦,୦୦୦ ଡଲାର 
  • ୩ ୟ ସ୍ଥାନିତ ଦଳ -୫୦୦,୦୦୦ ଡଲାର 
  • ରାନର୍ସ ଅପ - ୧.୫୦୦,୦୦୦ ଡଲାର 
  • ବିଜେତା - ୩.୨୫୦,୦୦୦ ଡଲାର 

ପ୍ରାଙ୍ଗଣ ସବୁ [ସମ୍ପାଦନା]

India India
Kolkata Chennai New Delhi Nagpur Ahmedabad
Eden Gardens M. A. Chidambaram Stadium Feroz Shah Kotla Ground Vidarbha Cricket

Association Stadium

Sardar Patel Stadium
Capacity: 66,349 Capacity: 37,220 Capacity: 40,715 Capacity: 45,000 Capacity: 54,000
Mumbai Mohali Bangalore
Wankhede Stadium Punjab Cricket

Association Stadium

M. Chinnaswamy Stadium
Capacity: 32,000 Capacity: 42,000 Capacity: 36,430
Sri Lanka Sri Lanka Bangladesh Bangladesh
Colombo Pallekele Hambantota Chittagong Dhaka
R. Premadasa Stadium Pallekele International

Cricket Stadium

Mahinda Rajapaksa

International Stadium

Zohur Ahmed

Chowdhury Stadium

Sher-e-Bangla National

Cricket Stadium

Capacity: 35,000 Capacity: 35,000 Capacity: 35,000 Capacity: 20,000 Capacity: 26,000

ଆମ୍ପୟର[ସମ୍ପାଦନା]

ଦଳ ସବୁ [ସମ୍ପାଦନା]

ପ୍ରତେକ ଦଳରେ ୧୫ ଜଣ ଖେଳାଳିଙ୍କୁ ଆସିବାକୁ ଅନୁମତି ଦିଆ ଯାଇଥିଲା । 

Matches[ସମ୍ପାଦନା]

ଅଭ୍ଯାସ ମେଚ [ସମ୍ପାଦନା]

ପରିସ୍ଥିତି ସହ ଖାପ ଖୁଆଇବାକୁ ବିଶ୍ୱ କପ ମେଚ ଆରମ୍ଭ ହେବା ଆଗରୁ ପ୍ରତି ଦଳ ପାଇଁ ଅଭ୍ଯାସ ମେଚ ସବୁର ଆୟୋଜନ କରା ଯାଇଥିଲା । 

ଗ୍ରୁପ ସ୍ତର [ସମ୍ପାଦନା]

ଗ୍ରୁପ  A[ସମ୍ପାଦନା]

ଗ୍ରୁପର ୭ଟି ଦଳ ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ କ୍ୱାଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ  

ଗ୍ରୁପ B [ସମ୍ପାଦନା]

ଗ୍ରୁପର ୭ଟି ଦଳ ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ କ୍ୱାଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ  

କ୍ୱାଟର ଫାଇନାଲ [ସମ୍ପାଦନା]

ସେମି ଫାଇନାଲ [ସମ୍ପାଦନା]

ଫାଇନାଲ [ସମ୍ପାଦନା]

ପରିସଙ୍ଖ୍ୟାଁନ [ସମ୍ପାଦନା]

ବିବାଦୀୟ ପରିସ୍ଥିତି [ସମ୍ପାଦନା]

  • ବାଂଲାଦେଶର କିଛି ଦର୍ଶକ ୱେଷ୍ଟ ଇଣ୍ଡିଜ ଦଳ ଉପରେ ଟେକା ପଥର ଫୋପଡିଥିବାର ଅଭିଯୋଗ ହେଇଥିଲା । ତାହା ପରେ ଦଳକୁ ଦିଆଯାଉଥିବା ସୁରକ୍ଷ୍ୟା ବଢ଼େଇ ଦିଅ ଯାଇଥିଲା । 
  • ମୁମ୍ବାଇରେ ଶିବ ସେନା ପାକିସ୍ତାନ ଦଳକୁ ଅନ୍ତର୍ଭୁକ୍ତ କରା ଯାଇଥିବାରୁ ବିରୋଧ ପ୍ରଦର୍ଶନ କରିଥିଲେ ମଧ୍ୟ ମେଚ ହେବାରେ କିଛି ଅସୁବିଧା ହେଇ ନ ଥିଲା । 
  • ଗୃପ ସ୍ତରରେ ଭାରତ ବନାମ ଇଂଲଣ୍ଡ ମେଚରେ ଅମ୍ପାୟରଙ୍କ ନିଷ୍ପତ୍ତି ନେଇ ବିବାଦ ଉପୁଜିଥିଲା ।  
  • ଫାଇନାଲରେ ମେଚ ରେଫରି ଦର୍ଶକଙ୍କ କୋଳାହଳଦ୍ୱାରା ଟସରେ ଶ୍ରୀଲଙ୍କା ଅଧିନାୟକ କହିଥିବା କଥା ଠିକ ଶୁଣି ପାରିନଥିବାରୁ ଟସ ଆଉଥରେ ହେଇଥିଲା । ଏପରି ଦୃଷ୍ଟାନ୍ତ କ୍ରିକେଟରେ ପ୍ରଥମ ଥର ପାଇଁ ହେଲା । 

ଆଧାର [ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]