ଯୁବରାଜ ସିଂହ

ଉଇକିପିଡ଼ିଆ‌ରୁ
ଯୁବରାଜ ସିଂହ
ବ୍ୟକ୍ତିଗତ ତଥ୍ୟ
ଡାକ ନାମୟୁବି
ଉଚ୍ଚତା1.88 m (6 ft 2 in)
ବ୍ୟାଟିଂ ପ୍ରକାରବାମ-ହାତି
ବୋଲିଂ ପ୍ରକାରବାମ ହାତି ଲେଗ୍ ସ୍ପିନ
ଭୂମିକାବ୍ୟାଟସମାନ
ସମ୍ପର୍କୀୟଯୋଗିନ୍ଦର ସିଂହ
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap [[List of ଭାରତ Test cricketers|୨୪୭]])୧୬ ଅକ୍ଟୋବାର ୨୦୦୩ v ନ୍ୟୁଜିଲାଣ୍ଡ
ଶେଷ ଟେଷ୍ଟ୨୨ ଜୁଲାଇ ୨୦୧୦ v ଶ୍ରିଲଙ୍କା
ପ୍ରଥମ ଦିନିକିଆ (cap [[List of ଭାରତ ODI cricketers|୧୩୫]])୩ ଅକ୍ଟୋବାର ୨୦୦୦ v କେନିଆ
ଶେଷ ଦିନିକିଆ୨୪ ମାର୍ଚ ୨୦୧୧ v ଅଷ୍ଟ୍ରେଲିଆ
ଘରୋଇ ଦଳ ତଥ୍ୟ
YearsTeam
୧୯୯୬/୯୭–୨୦୧୯ପଞ୍ଜାବ
୨୦୦୩ୟର୍କସାୟର୍ କ୍ରିକେଟ କ୍ଲବ
୨୦୦୮–୨୦୧୦କିଙ୍ଗ୍ୱସ ୧୧ ପଞ୍ଜାବ
୨୦୧୧–୨୦୧୯ପୁନେ ୱାରିଅରସ
Career statistics
ପ୍ରତିଯୋଗିତା ଟେଷ୍ଟ ଦିନିକିଆ ପ୍ରଥମ ଶ୍ରେଣୀ A ତାଲିକା
ମ୍ୟାଚ ସଂଖ୍ୟା 34 266 95 336
ମୋଟ ରନ 1,639 7,689 6,044 9,874
ବ୍ୟାଟିଂ ହାର 35.63 36.61 45.10 37.26
ଶତକ/ଅର୍ଦ୍ଧଶତକ 3/9 12/45 18/29 16/58
ସର୍ବାଧିକ ରନ 169 139 209 172
ବଲ ସଂଖ୍ୟା 751 4,424 1,981 5,493
ଉଇକେଟ 8 101 20 128
ବୋଲିଂ ହାର 53.87 39.62 54.15 35.94
ଇନିଙ୍ଗସରେ ୫ଟି ଉଇକେଟ 0 2 0 0
ମ୍ୟାଚରେ ୧୦ଟି ଉଇକେଟ 0 0 0 n0
ସବୁଠୁ ଭଲ ବୋଲିଂ 2/9 5/31 3/25 5/31
କ୍ୟାଚ/ଷ୍ଟମ୍ପିଙ୍ଗ 30/– 82/– 91/– 104/–
Source: Cricinfo, 15 March 2011

ଯୁବରାଜ ସିଂହ   (୧୨ ଡିସେମ୍ବର ୧୯୮୧ ଚଣ୍ଡୀଗଡ଼ର ଏକ ପଞ୍ଜାବୀ ଜାଠ ପରିବାରରେ ଜନ୍ମ । ସେ ଭାରତୀୟ କ୍ରିକେଟର ଏବଂ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଓ ପଞ୍ଜାବୀ ଅଭିନେତା ଯୋଗରାଜ ସିଂହଙ୍କ ପୁଅ ଅଟନ୍ତି । ସେ ଭାରତୀୟ କ୍ରିକେଟ (ଦିନକିଆ)ଦଳରେ ୨୦୦୦ ମସିହାରେ ସାମିଲ ହେଲେ ଓ ପ୍ରଥମ ଟେଷ୍ଟଦଳରେ ୨୦୦୩ରେ ଖେଳିଥିଲେ । ସେ ୨୦୦୭-୨୦୦୮ରେ ଭାରତୀୟ ଏକଦିବସୀୟ କ୍ରିକେଟ ଦଳର ଉପଅଧିନାୟକ ଥିଲେ । ସେ ନିଜର ଅଲରାଉଣ୍ଡ ପ୍ରଦର୍ଶନ (୩୬୨ ରନ୍ ଓ ୧୫ଟି ୱିକେଟ) ପାଇଁ ୨୦୧୧ ଏକଦିବସୀୟ କ୍ରିକେଟ ବିଶ୍ୱକପରେ ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ । ସେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ୪ ଥର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ । ତାଙ୍କର ୨୦୦୭ ମସିହା ୨୦–୨୦ ବିଶ୍ୱକପରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଏକ ଓଭରର ୬ଟିଯାକ ବଲରେ ୬ଟି ଛକା ମାରିବାର ରେକର୍ଡ ବି ରହିଛି ।

ଯୁବରାଜ ୧୯ ବର୍ଷରୁ କମ୍ କୁଚ୍-ବିହାର ଟ୍ରଫିର ଫାଇନାଲ(ବିହାର ବିପକ୍ଷରେ)ରେ ୩୫୮ ରନ୍ କରି ଦୃଷ୍ଟି ଆକର୍ଷଣ କରିଥିଲେ, ସେ ମଧ୍ୟ ଏଥିରେ ପଞ୍ଜାବ ଦଳର ଅଧିନାୟକ ଥିଲେ । ତାଙ୍କୁ ୨୦୦୦ ମସିହାରେ ଶ୍ରୀଲଙ୍କାରେ ହେବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ୱକପରେ ସାମିଲ କରାଗଲା । ତାଙ୍କୁ ମଧ୍ୟ ୨୦୦୦ ମସିହାରେ ବେଙ୍ଗାଳୁରୁସ୍ଥିତ ଜାତୀୟ କ୍ରିକେଟ ପ୍ରତିଷ୍ଠାନରେ ଭର୍ତ୍ତି ପାଇଁ ବଛା ଯାଇଥିଲେ । ୨୦୧୧ ମସିହାରେ ସେ ଫୁସଫୁସ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ, ସଫଳତାର ସହ କର୍କଟ ରୋଗରୁ ବାହାରି ସେ ପୁଣିଥରେ ଆନ୍ତର୍ଜାତିକ କ୍ରିକେଟରେ ୨୦୧୨ ମସିହାରେ ପ୍ରତ୍ୟାବର୍ତ୍ତନ କରିଥିଲେ ।

୧୦ ମଇ ୨୦୧୯ ମସିହାରେ ସେ ଆନ୍ତର୍ଜାତିକ କ୍ରିକେଟରୁ ନିଜର ଅବସର ଘୋଷଣା କରିଥିଲେ ।[୧] ୨୦୧୨ ମସିହାରେ ସେ ଶେଷ ଥର ପାଇଁ ଟେଷ୍ଟ କ୍ରିକେଟ, ୨୦୧୭ ମସିହାରେ ଶେଷଥର ପାଇଁ ଭାରତ ପକ୍ଷରୁ ପ୍ରତିଧ୍ୱନିତ୍ବ କରିଥିଲେ ।[୧][୨]

ଯୁବରାଜ ଏବଂ ଓଡ଼ିଶା[ସମ୍ପାଦନା]

  • ୧୯୯୭ ମସିହା ଫେବୃୟାରୀ ମାସ ୮ ତାରିଖରେ ଯୁବରାଜ ତାଙ୍କର ପ୍ରଥମ ଶ୍ରେଣୀ ପଦାର୍ପଣ ଓଡ଼ିଶା ବିପକ୍ଷରେ ମୋହାଲିଠାରେ ଖେଳି ଆରମ୍ଭ କରିଥିଲେ ।[୩]
  • କଟକର ବାରବାଟୀ ଷ୍ଟାଡିୟମରେ ସେ ମୋଟ ୫ଟି ମ୍ୟାଚ ଖେଳିଥିଲେ । ଏଥିମଧ୍ୟରୁ ୨୦୧୭ ମସିହାରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ୧୫୦ ରନ ତାଙ୍କର ଅନେକ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟରୁ ଗୋଟିଏ । ଏହି ପାଞ୍ଚଟି ମ୍ୟାଚ ମଧ୍ୟରୁ ଭାରତ ୪ଟି ମ୍ୟାଚରେ ଜିତିଥିଲା ।[୩]

କୃତିତ୍ୱ[ସମ୍ପାଦନା]

  • ସେ ୧୪ ବର୍ଷ କମ ରୋଲର ସ୍କାଟିଙ୍ଗ ଚମ୍ପିୟନସିପ ଜିତିଥିଲେ ।
  • ସେ ଉପରାଷ୍ଟ୍ରପତିଙ୍କଠାରୁ porsche 911 ପୁରସ୍କାର ପାଇଥିଲେ ।
  • ଆଇସିସି Twenty20ବିଶ୍ୱକପ ।
  • ସେ ବିଶ୍ୱରେ ପ୍ରଥମ ଖେଳାଳି ଭାବେ ୨୦୧୧ ବିଶ୍ୱକପରେ ୩୦୦ ରନରୁ ଉର୍ଦ୍ଧ କରିବା ସହ ୧୫ଟି ୱିକେଟ ନେଇଥିଲେ ।
  • ରାଷ୍ଟ୍ରପତିଙ୍କଠାରୁ ସେ ୨୦୧୨ରେ ଅର୍ଜୁନ ପୁରସ୍କାର ପାଇଥିଲେ ।
  • ୨୦୧୪ରେ ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Dharitri (2019-06-10). "ଅନ୍ତର୍ଜାତୀୟ କ୍ରିକେଟରୁ ଯୁବିଙ୍କ ଅଲ୍‌ବିଦା -" (in ଆମେରିକୀୟ ଇଂରାଜୀ). Retrieved 2019-06-11.
  2. Bureau, Samaja Live (2019-06-10). "ଅବସର ନେଲେ କ୍ରିକେଟିୟର ଯୁବରାଜ ସିଂ". Samaja Live (in ଆମେରିକୀୟ ଇଂରାଜୀ). Retrieved 2019-06-11.
  3. ୩.୦ ୩.୧ "ଯୁବରାଜଙ୍କ ଓଡ଼ିଶା ସମ୍ପର୍କ: ରଣଜୀ ପଦାର୍ପଣରେ ଶୂନ, ଶ୍ରେଷ୍ଠ ଦିନିକିଆ ପାଳି". Sambad (in ଆମେରିକୀୟ ଇଂରାଜୀ). 2019-06-10. Retrieved 2019-06-11.

ବାହାର ତଥ୍ୟ[ସମ୍ପାଦନା]