ୱେଲେନ୍ସ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Wellens' syndrome
Wellens syndrome, Wellens' sign, Wellens' warning, Wellens' waves, anterior descending T-wave syndrome
ECG of Wellens' syndrome. Note biphasic T-waves in leads V1-V4.
ବିଭାଗCardiology
ଲକ୍ଷଣAngina that resolves[୧]
କାରଣAtherosclerosis, coronary vasospasm, Takotsubo cardiomyopathy[୧]
ରୋଗ ନିର୍ଣ୍ଣୟ ପଦ୍ଧତିECG (deeply inverted or biphasic T waves in leads V2 and V3)[୧]
ସଠିକ ରୋଗ ନିର୍ଣ୍ଣୟBrain injury, left ventricular hypertrophy (LVH), right bundle branch block (RBBB), hypertrophic cardiomyopathy (HOCM), pulmonary embolism, Brugada syndrome[୧][୨]
ଔଷଧAspirin, heparin[୧]
ଚିକିତ୍ସାPercutaneous coronary intervention (PCI)[୧]
ପୁନଃପୌନିକRelatively common[୧]

ୱେଲେନ୍ସ ସିଣ୍ଡ୍ରୋମ ହେଉଛି ଏକ ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG) ସ୍ୱରୂପ ଯେଉଁଥିରେ ବାମ ପୂର୍ବବର୍ତ୍ତୀ ଅବତରଣକାରୀ (LAD) କରୋନାରୀ ଧମନୀର ସଂକୀର୍ଣ୍ଣତାକୁ ପ୍ରତିପାଦିତ କରେ ।[୧] ଲୋକମାନେ ଛାତିରେ ଯନ୍ତ୍ରଣା ଅନୁଭବ କରନ୍ତି ଯାହା ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଉପଶମ ହୋଇଥାଏ ।[୧] ଜଟିଳତା ମଧ୍ୟରେ ଉପଯୁକ୍ତ ଚିକିତ୍ସା ବିନା କିଛି ସପ୍ତାହ ମଧ୍ୟରେ ହୃଦ୍‌ଘାତ ବା ମାୟୋକାର୍ଡିଆଲ୍ ଇନଫାର୍କସନ (MI) ରୋଗର ସଙ୍କଟ ୭୫% ରହିଥାଏ । [୧]

ଅନ୍ତର୍ନିହିତ ରୋଗ ଶୈଳୀ ମଧ୍ୟରେ ଆଥେରୋସ୍କ୍ଲେରୋଟିକ୍ ପ୍ଲେକ୍ ଭାଙ୍ଗିଯାଇ ଏଲଏଡି ଅବରୋଧ ହେଉଥିବା ବିଶ୍ୱାସ କରାଯାଏ, ଏବଂ ପରେ କ୍ଲଟ ଭାଙ୍ଗିଯାଇ ହୃଦ୍‌ଘାତ ହୁଏ ।[୧] ପ୍ରାୟ ୯୦% କ୍ଷେତ୍ରରେ ପ୍ରକ୍ସିମାଲ୍ ଏଲଏଡି ଅବରୋଧ ଥାଏ ।[୩] କରୋନାରୀ ଭାସୋସ୍ପାଜ୍ମ ଏବଂ ଟାକୋଟସୁବୋ କାର୍ଡିଓମାଇଓପାଥିରେ ମଧ୍ୟ ଏହି ରୋଗ ହୋଇପାରେ । [୧]

ଅନ୍ତତ ପକ୍ଷେ ଗଭୀର ଓଲଟା ଭି୨ଭି୩ କିମ୍ବା ଦ୍ୱିପାକ୍ଷିକଟି ତରଙ୍ଗ ଥିବା ଇସିଜି ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] [୩] ଅନ୍ୟାନ୍ୟ ଅନୁସନ୍ଧାନରେ ୧ ମିମିରୁ କମ୍ ଏସଟି-ସେଗମେଣ୍ଟ ଉଚ୍ଚତା, Q ତରଙ୍ଗ ଅଭାବ ଏବଂ ସାଧାରଣ କିମ୍ବା ସାମାନ୍ୟ ଅଧିକ ଟ୍ରପୋନିନ୍ ଥାଇପାରେ । [୧] [୩] ଯେତେବେଳେ ଛାତିରେ ଯନ୍ତ୍ରଣା ହୁଏ, ସେତେବେଳେ ସାଧାରଣ ଇସିଜି ଦେଖାଯାଏ ।[୧]

ପର୍କ୍ୟୁଟାନିଅସ କରୋନାରୀ ହସ୍ତକ୍ଷେପ (PCI)ଦ୍ୱାରା ଚିକିତ୍ସା କରାଯାଇଥାଏ । [୧] ଏହା କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ଆସ୍ପିରିନ୍ ଏବଂ ହେପାରିନ୍ ବ୍ୟବହୃତ ହୁଏ ।[୧] ୱେଲେନ୍ସ ସିଣ୍ଡ୍ରୋମ ଅପେକ୍ଷାକୃତ ସାଧାରଣ ରୋଗ ଅଟେ ।[୧] ଏହାକୁ ପ୍ରଥମେ ୧୯୮୨ ମସିହାରେ ହେନ୍ ୱେଲେନ୍ସ ବର୍ଣ୍ଣନା କରିଥିଲେ। [୪] [୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Miner, B; Grigg, WS; Hart, EH (January 2022). "Wellens Syndrome". PMID 29494097. {{cite journal}}: Cite journal requires |journal= (help)
  2. Cadogan, Mike; Buttner, Robert; Buttner, Mike Cadogan and Robert (1 August 2020). "Wellens Syndrome". Life in the Fast Lane • LITFL. Archived from the original on 1 August 2021. Retrieved 28 July 2022.
  3. ୩.୦ ୩.୧ ୩.୨ Tzimas, Georgios; Antiochos, Panagiotis; Monney, Pierre; Eeckhout, Eric; Meier, David; Fournier, Stephane; Harbaoui, Brahim; Muller, Olivier; Schläpfer, Jürg (October 2019). "Atypical Electrocardiographic Presentations in Need of Primary Percutaneous Coronary Intervention". The American Journal of Cardiology. 124 (8): 1305–1314. doi:10.1016/j.amjcard.2019.07.027.
  4. PA-C, David Roberts, MSPAS, RN (31 December 2019). Mastering the 12-Lead EKG (in ଇଂରାଜୀ). Springer Publishing Company. p. 407. ISBN 978-0-8261-8194-7. Archived from the original on 28 July 2022. Retrieved 28 July 2022.{{cite book}}: CS1 maint: multiple names: authors list (link)
  5. de Zwaan, C; Bär FW; Wellens HJJ (April 1982). "Characteristic electrocardiographic pattern indicating a critical stenosis high in left anterior descending coronary artery in patients admitted because of impending myocardial infarction". American Heart Journal. 103 (4): 730–736. doi:10.1016/0002-8703(82)90480-X. PMID 6121481.