ୱିମସ ଅର୍ବୁଦ

ଉଇକିପିଡ଼ିଆ‌ରୁ
Wilms' tumor
Wilms's tumor, nephroblastoma
Cut section showing two halves of a Wilms' tumor. Note the prominent septa subdividing the sectioned surface and the protrusion of tumor into the renal pelvis, resembling sarcoma botryoides.
ଉଚ୍ଚାରଣ
ବିଭାଗOncology, urology
ଲକ୍ଷଣBlood in the urine, abdominal mass, abdominal pain, high blood pressure[୧][୨]
ଆକ୍ରାନ୍ତ ସମୟ3 to 5 years old[୨]
କାରଣUsually unclear[୨]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୨]
ସଠିକ ରୋଗ ନିର୍ଣ୍ଣୟClear cell renal sarcoma, rhabdoid renal tumor, congenital mesoblastic nephroma, renal cell cancer[୨]
ଚିକିତ୍ସାSurgical removal of the kidney, chemotherapy[୨]
PrognosisFive-year survival 78% to 92% depending on access to treatment[୨]
ପୁନଃପୌନିକ650 cases per year (USA)[୩]

ୱିମସ ଅର୍ବୁଦ (ଇଂରାଜୀ ଭାଷାରେ Wilms' tumor, ଅନ୍ୟ ନାମ ନେଫ୍ରୋବ୍ଲାଷ୍ଟୋମା) ଏକ ପ୍ରକାର ବୃକ୍‌କ କର୍କଟ ରୋଗ ଯାହା ସାଧାରଣତଃ ପିଲାମାନଙ୍କଠାରେ ହୁଏ | [୧] ଏହାର ଲକ୍ଷଣରେ ରକ୍ତମେହ, ଉଦରରେ ଗୋଟାଳି, ଉଦର ଯନ୍ତ୍ରଣା କିମ୍ବା ଉଚ୍ଚ ରକ୍ତଚାପ ହୋଇପାରେ । [୧] [୨] ପ୍ରାୟ ୫% କ୍ଷେତ୍ରରେ ଉଭୟ ବୃକ୍‌କ ଜଡ଼ିତ ଥାଏ । [୨] ଏହା ଫୁସଫୁସ, ଯକୃତ, ହାଡ, ମସ୍ତିଷ୍କ କିମ୍ବା ଲସିକା ଗ୍ରନ୍ଥିକୁ ବ୍ୟାପିପାରେ । [୧] ଅନ୍ୟାନ୍ୟ ଜଟିଳତାରେ ଭନ ୱିଲବ୍ରାଣ୍ଡସ ରୋଗ ହୋଇପାରେ। [୨]

ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଅସ୍ପଷ୍ଟ, ଯଦିଓ ଏହା ଅନେକ ଜେନେଟିକ ପରିବର୍ତ୍ତନ ସହିତ ଜଡ଼ିତ ଥାଏ | [୨] ଏହିପରି ବ୍ୟକ୍ତିଙ୍କ ପିତାମାତା ପ୍ରଭାବିତ ହେବା ବିରଳ ଘଟଣା ଅଟେ। [୨] ପ୍ରାୟ ୧୦% କ୍ଷେତ୍ରରେ ଡବ୍ଲ୍ୟୁଏଜିଆର ବା ଡ୍ରାସ ସିଣ୍ଡ୍ରୋମ ଭଲି ଜନ୍ମ ତୃଟି ରୋଗ ସହିତ ଜଡ଼ିତ ଥାଆନ୍ତି ।[୩] ରୋଗ ନିର୍ଣ୍ଣୟ ସାଧାରଣତଃ କେବଳ ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ କରାଯାଏ, ବାୟୋପ୍ସି କଲେ ରୋଗ ବ୍ୟାପିବା ଆଶଙ୍କା ଥାଏ ।[୨]

ଚିକିତ୍ସାରେ ସାଧାରଣତଃ ଅସ୍ତ୍ରୋପଚାର କରି ବୃକ୍‌କ ଅପସାରଣ କରାଯାଏ ଓ କେମୋଥେରାପି ଦିଆଯାଏ ।[୨] ଅପରେଶନ କରିବା ସମୟରେ ଆଓର୍ଟା ବା ମହାଧମନୀ ପାଖରେ ଥିବା ଲସିକା ଗ୍ରନ୍ଥିଗୁଡ଼ିକ ଯାଞ୍ଚ କରାଯାଏ। [୨] ଅଧିକ ଗୁରୁତର ରୋଗରେ ବିକିରଣ ଚିକିତ୍ସା କରାଯାଇପାରେ। [୨] ଯୁକ୍ତରାଷ୍ଟ୍ରରେ ୯୨% ଏବଂ ବିକାଶଶୀଳ ଦେଶମାନଙ୍କରେ ୭୮% ବଞ୍ଚିବା ହାର ଥାଏ ।[୨]

ୱିମସର ଅର୍ବୁଦ ପ୍ରାୟ ଏକ ବର୍ଷରୁ କମ୍ ୧୦,୦୦୦ ପିଲାଙ୍କ ମଧ୍ୟରୁ ଜଣେ ଏବଂ ବର୍ଷକୁ 15 ବର୍ଷରୁ କମ୍ ୧୦୦,୦୦୦ ପିଲାଙ୍କ ମଧ୍ୟରୁ ଜଣେ ପ୍ରଭାବିତ ହେବା ଦେଖାଯାଏ | [୩] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୬୫୦ ମାମଲା ଘଟେ । [୩] ୧୫ ବର୍ଷ ବୟସରୁ କମ୍ ପିଲାମାନଙ୍କ ମଧ୍ୟରେ ବୃକ୍‌କ କର୍କଟ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ ଏବଂ ପିଲାଙ୍କ କର୍କଟର ଚତୁର୍ଥ ସାଧାରଣ କର୍କଟ ଅଟେ | [୧] [୨] ପୂର୍ବ ଏସିଆ ଲୋକଙ୍କ ଅପେକ୍ଷା ଆଫ୍ରିକାରେ ଏହି ରୋଗ ଅଧିକ ଦେଖାଯାଏ | [୨] ଜର୍ମାନୀର ସର୍ଜନ ମ୍ୟାକ୍ସ ୱିମସଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା ଯିଏ ୧୮୯୯ ମସିହାରେ ସର୍ବ ପ୍ରଥମେ ଏହାର ବର୍ଣ୍ଣନା କରିଥିଲେ। [୪] [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ଆଧାର ଭୁଲ: ଅଚଳ <ref> ଚିହ୍ନ; NCI2021Pt ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Leslie, SW; Sajjad, H; Murphy, PB (January 2020). "Wilms Tumor". PMID 28723033. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ "Wilms Tumor and Other Childhood Kidney Tumors Treatment (PDQ®)–Health Professional Version - National Cancer Institute". www.cancer.gov (in ଇଂରାଜୀ). 6 November 2020. Retrieved 25 January 2021.
  4. "Max Wilms". www.whonamedit.com. Retrieved 25 January 2021.