Jump to content

୧୯୩୦ ଫିଫା ବିଶ୍ୱକପ

ଉଇକିପିଡ଼ିଆ‌ରୁ

୧୯୩୦ ମସିହାରେ ଉରୁଗୁଏଦ୍ୱାରା ପ୍ରଥମ ଫିଫା ବିଶ୍ୱ କପ ଫୁଟବଲ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତା ୧୯୩୦ ମସିହା ଜୁଲାଇ ୧୩ ତାରିଖରୁ ୩୦ ତାରିଖ ପର୍ଯ୍ୟଂତ ଉରୁଗୁଏ ରାଜଧାନୀ ମଣ୍ଟେଭିଡିଓ ସହରରେ ଖେଳା ଯାଇଥିଲା ।

ପ୍ରତିଯୋଗୀ ଦେଶ

[ସମ୍ପାଦନା]
World map highlighting competing nations, colour-coded by finishing position with the top four marked separately (Uruguay 1, Argentina 2, USA 3, Yugoslavia 4). Most of the Americas are shaded, with small representation in Europe. Other continents are entirely unshaded.
୧୯୩୦ ଫିଫା ବିଶ୍ୱକପ ପ୍ରତିଯୋଗୀ ଦେଶ ସମୂହ

ଏହି ପ୍ରଥମ ଫିଫା ବିଶ୍ୱ କପ ଫୁଟବଲ ପ୍ରତିଯୋଗିତାରେ ଆୟୋଜକ ଦେଶ ଉରୁଗୁଏକୁ ମିଶାଇ ମୋଟ ୧୩ଟି ଦେଶ ଭାଗ ନେ‍ଇଥିଲେ । ସେମାନେ ହେଲେ ଏହିପରି

କ୍ରମିକପ୍ରତିଯୋଗୀ ଦେଶଟୀକା
ଉରୁଗୁଏଆୟୋଯୋକ ତଥା ଚମ୍ପିୟନ
ଆର୍ଜେଣ୍ଟିନାରନର୍ସ ଅପ
ଯୁକ୍ତରାଷ୍ଟ୍ର ଆମେରିକାତୃତୀୟ ସ୍ଥାନ
ଯୁଗୋସ୍ଲାଭିଆଚତୁର୍ଥ ସ୍ଥାନ
ଚିଲି୫ମ ସ୍ଥାନ
ବ୍ରାଜିଲ୬ଷ୍ଠ ସ୍ଥାନ
ଫ୍ରାନ୍ସ୭ମ
ରୋମାନିଆ୮ମ
ପାରାଗୁଏ୯ମ
୧୦ପେରୁ୧୦ମ
୧୧ବେଲଜିୟମ୧୧ଶ
୧୨ବଲିଭିଆ୧୨ଶ
୧୩ମେକ୍ସିକୋ୧୩ଶ ସ୍ଥାନ

ପ୍ରତିଯୋଗିତାର ଖେଳ

[ସମ୍ପାଦନା]
୧୯୩୦ ଫିଫା ବିଶ୍ୱକପ (Uruguay)
Montevideo
"ଏଷ୍ଟାଡିଓ ସେଣ୍ଟେନାରିଓ" ଷ୍ଟାଡିୟମ "ଏଷ୍ଟାଡିଓ ଗ୍ରାନ ପାର୍କ ସେଣ୍ଟ୍ରାଲ" ଷ୍ଟାଡିୟମ "ଏଷ୍ଟାଡିଓ ପୋସିଟୋସ" ଷ୍ଟାଡିୟମ
34°53′40.38″S 56°9′10.08″W / 34.8945500°S 56.1528000°W / -34.8945500; -56.1528000 (Estadio Centenario) 34°54′4″S 56°9′32″W / 34.90111°S 56.15889°W / -34.90111; -56.15889 (Estadio Gran Parque Central) 34°54′18.378″S 56°9′22.42″W / 34.90510500°S 56.1562278°W / -34.90510500; -56.1562278 (Estadio Pocitos)
Capacity: ୯୦,୦୦୦ Capacity: ୨୦,୦୦୦ Capacity: ୧,୦୦୦

ଉରୁଗୁଏ ରାଜଧାନୀ ମଣ୍ଟେଭିଡିଓ ସହରର ଉପରୋକ୍ତ ତିନୋଟି ଷ୍ଟାଡିୟମରେ ଏହି ଟୁର୍ଣାମେଣ୍ଟର ମ୍ୟାଚଗୁଡ଼ିକ ଖେଳ ହୋଇଥିଲା ।

ଭାଗ ନେଇଥିବା ୧୩ଟି ଦେଶ୍ଂକୁ ଚାରୋଟି ଗ୍ରୁପ୍‍ରେ ବିଭକ୍ତ କରାଯାଇଥିଲା । ଗ୍ରୁପ୍‍-୧ରେ ୪ଟି ଦଳ ଥିଲେ, ଅନ୍ୟ ୩ଟିରେ ତିନି ତିନି କରି ଦେଶ ଥିଲେ। ପ୍ରତ୍ୟେକ ଗ୍ରୁପରେ ଲିଗ ଭାବରେ ଦେଶଗୁଡିକ ପରସ୍ପର ସହ ଖେଳିଥିଲେ । ଏହିପରି ମୋଟ ୧୫ଟି ଗ୍ରୁପ ସ୍ତରୀୟ ମ୍ୟାଚ ଖେଳ ହୋଇଥିଲା । ପ୍ରତ୍ୟେକ ଗ୍ରୁପ ବିଜୟୀ ସେମି ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ । ସେହି ଚାରୋଟି ଦଳଂକ ଭିତରେ ନକ୍‍-ଆଉଟ ଭିତ୍ତିରେ ଦୁଇଟି ସେମି-ଫାଇନାଲ୍‍ ଖେଳ ଅନୁଷ୍ଠିତ ହୋଇଥିଲା ।

୨୬-୭-୧୯୩୦ ଦିନ ପ୍ରଥମ ସେମି-ଫାଇନାଲ୍‍ରେ ଆର୍ଜେଣ୍ଟିନା ଯୁକ୍ତରାଷ୍ଟ୍ର ଆମେରିକାକୁ ୬-୧ ଗୋଲ୍‍ରେ ପରାସ୍ତ କରିଥିଲା । ଏହି ଖେଳ ମଣ୍ଟେଭିଡେଓର "ଏଷ୍ଟାଡିଓ ସେଣ୍ଟେନାରିଓ" ଷ୍ଟାଡିୟମରେ ଖେଳାଯାଇଥିଲା । ୨୭-୭-୧୯୩୦ ଦିନ ସେହି ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ସେମି-ଫାଇନାଲ୍‍ରେ ଆୟୋଜକ ଉରୁଗୁଏ ଯୁଗୋସ୍ଲାଭିଆ ଦେଶକୁ ୬-୧ ଗୋଲ୍‍ରେ ହରାଇ ଆର୍ଜେଣ୍ଟିନା ସହ ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଥିଲା ।

ଫାଇନାଲ ଖେଳ ୩୦-୭-୧୯୩୦ ତାରିଖ ଦିନ ସେହି "ଏଷ୍ଟାଡିଓ ସେଣ୍ଟେନାରିଓ" ଷ୍ଟାଡିୟମରେ ଖେଳାଯାଇଥିଲା । ଏଥିରେ ଉରୁଗୁଏ ୪-୨ ଗୋଲ ବ୍ୟବଧାନରେ ଆର୍ଜେଣ୍ଟିନାକୁ ହରାଇ ପ୍ରଥମ ବିଶ୍ୱକପ ଫୁଟବଲ ଚମ୍ପିୟନ ଆଖ୍ୟା ପାଇଥିଲା । ପ୍ରଥମାର୍ଦ୍ଧରେ ୨-୧ ଗୋଲରେ ପଛରେ ଥାଇ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ଆଉ ତିନିଟି ଗୋଲ ଉରୁଗୁଏ ଦେ‍ଇଥିଲା ।

ଏହିପରି ମୋଟ ୧୮ଟି ମ୍ୟାଚ ଏହି ଟୁର୍ଣାମେଣ୍ଟରେ ଖେଳଯାଇଥିଲା , ଯେଉଁଥିରେ ସର୍ବମୋଟ ୭୦ଟି ଗୋଲ୍‍ ହୋଇଥିଲା, ପ୍ରତି ମ୍ୟାଚ ପିଛା ହାରାହାରି ୩.୮୯ ।

ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ କୌଣସି ଆନୁଷ୍ଠାନିକ ମ୍ୟାଚ ହୋଇନଥିଲା । ଉଭୟ ଯୁଗୋସ୍ଲାଭିଆ ଓ ଯୁକ୍ତରାଷ୍ଟ୍ର ଆମେରିକାଙ୍କୁ ବ୍ରୋଂଜ ପଦକ ଦିଆଯାଇଥିଲା । ମାତ୍ର ଫିଫାର ୧୯୮୬ ମସିହାର ଗୋଟିଏ ରିପୋର୍ଟ ଅନୁସାରେ ଗୋଲ ବ୍ୟବଧାନରେ ଅଗ୍ରଣୀ ଥିବାରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ତୃତୀୟ ଘୋଷଣା କରାଯାଇଥିଲା ।

ଏହି ଟୁର୍ଣାମେଣ୍ଟରେ ମୋଟ ଆଠଟି ଗୋଲ ସ୍କୋର ସହ ଆର୍ଜେଣ୍ଟିନା ଦେଶର ଖେଳାଳୀ ଗୁଲିମୋର ଷ୍ଟାବିଲି ସର୍ବାଧିକ ଗୋଲ ଦେ‍ଇଥିବା ଖେଳାଳୀ ହୋଇଥିଲେ ।

[]

  1. "1930 FIFA World Cup". ଇଂରାଜୀ ଉଇକିପିଡ଼ିଆ. Wikipedia. Retrieved 8 July 2018.