୧୯୩୦ ଫିଫା ବିଶ୍ୱକପ
୧୯୩୦ ମସିହାରେ ଉରୁଗୁଏଦ୍ୱାରା ପ୍ରଥମ ଫିଫା ବିଶ୍ୱ କପ ଫୁଟବଲ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତା ୧୯୩୦ ମସିହା ଜୁଲାଇ ୧୩ ତାରିଖରୁ ୩୦ ତାରିଖ ପର୍ଯ୍ୟଂତ ଉରୁଗୁଏ ରାଜଧାନୀ ମଣ୍ଟେଭିଡିଓ ସହରରେ ଖେଳା ଯାଇଥିଲା ।
ପ୍ରତିଯୋଗୀ ଦେଶ
[ସମ୍ପାଦନା]ଏହି ପ୍ରଥମ ଫିଫା ବିଶ୍ୱ କପ ଫୁଟବଲ ପ୍ରତିଯୋଗିତାରେ ଆୟୋଜକ ଦେଶ ଉରୁଗୁଏକୁ ମିଶାଇ ମୋଟ ୧୩ଟି ଦେଶ ଭାଗ ନେଇଥିଲେ । ସେମାନେ ହେଲେ ଏହିପରି
କ୍ରମିକ | ପ୍ରତିଯୋଗୀ ଦେଶ | ଟୀକା |
---|---|---|
୧ | ଉରୁଗୁଏ | ଆୟୋଯୋକ ତଥା ଚମ୍ପିୟନ |
୨ | ଆର୍ଜେଣ୍ଟିନା | ରନର୍ସ ଅପ |
୩ | ଯୁକ୍ତରାଷ୍ଟ୍ର ଆମେରିକା | ତୃତୀୟ ସ୍ଥାନ |
୪ | ଯୁଗୋସ୍ଲାଭିଆ | ଚତୁର୍ଥ ସ୍ଥାନ |
୫ | ଚିଲି | ୫ମ ସ୍ଥାନ |
୬ | ବ୍ରାଜିଲ | ୬ଷ୍ଠ ସ୍ଥାନ |
୭ | ଫ୍ରାନ୍ସ | ୭ମ |
୮ | ରୋମାନିଆ | ୮ମ |
୯ | ପାରାଗୁଏ | ୯ମ |
୧୦ | ପେରୁ | ୧୦ମ |
୧୧ | ବେଲଜିୟମ | ୧୧ଶ |
୧୨ | ବଲିଭିଆ | ୧୨ଶ |
୧୩ | ମେକ୍ସିକୋ | ୧୩ଶ ସ୍ଥାନ |
ପ୍ରତିଯୋଗିତାର ଖେଳ
[ସମ୍ପାଦନା]
୧୯୩୦ ଫିଫା ବିଶ୍ୱକପ (Uruguay) |
Montevideo | ||
---|---|---|---|
"ଏଷ୍ଟାଡିଓ ସେଣ୍ଟେନାରିଓ" ଷ୍ଟାଡିୟମ | "ଏଷ୍ଟାଡିଓ ଗ୍ରାନ ପାର୍କ ସେଣ୍ଟ୍ରାଲ" ଷ୍ଟାଡିୟମ | "ଏଷ୍ଟାଡିଓ ପୋସିଟୋସ" ଷ୍ଟାଡିୟମ | |
34°53′40.38″S 56°9′10.08″W / 34.8945500°S 56.1528000°W | 34°54′4″S 56°9′32″W / 34.90111°S 56.15889°W | 34°54′18.378″S 56°9′22.42″W / 34.90510500°S 56.1562278°W | |
Capacity: ୯୦,୦୦୦ | Capacity: ୨୦,୦୦୦ | Capacity: ୧,୦୦୦ | |
ଉରୁଗୁଏ ରାଜଧାନୀ ମଣ୍ଟେଭିଡିଓ ସହରର ଉପରୋକ୍ତ ତିନୋଟି ଷ୍ଟାଡିୟମରେ ଏହି ଟୁର୍ଣାମେଣ୍ଟର ମ୍ୟାଚଗୁଡ଼ିକ ଖେଳ ହୋଇଥିଲା ।
ଭାଗ ନେଇଥିବା ୧୩ଟି ଦେଶ୍ଂକୁ ଚାରୋଟି ଗ୍ରୁପ୍ରେ ବିଭକ୍ତ କରାଯାଇଥିଲା । ଗ୍ରୁପ୍-୧ରେ ୪ଟି ଦଳ ଥିଲେ, ଅନ୍ୟ ୩ଟିରେ ତିନି ତିନି କରି ଦେଶ ଥିଲେ। ପ୍ରତ୍ୟେକ ଗ୍ରୁପରେ ଲିଗ ଭାବରେ ଦେଶଗୁଡିକ ପରସ୍ପର ସହ ଖେଳିଥିଲେ । ଏହିପରି ମୋଟ ୧୫ଟି ଗ୍ରୁପ ସ୍ତରୀୟ ମ୍ୟାଚ ଖେଳ ହୋଇଥିଲା । ପ୍ରତ୍ୟେକ ଗ୍ରୁପ ବିଜୟୀ ସେମି ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ । ସେହି ଚାରୋଟି ଦଳଂକ ଭିତରେ ନକ୍-ଆଉଟ ଭିତ୍ତିରେ ଦୁଇଟି ସେମି-ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା ।
୨୬-୭-୧୯୩୦ ଦିନ ପ୍ରଥମ ସେମି-ଫାଇନାଲ୍ରେ ଆର୍ଜେଣ୍ଟିନା ଯୁକ୍ତରାଷ୍ଟ୍ର ଆମେରିକାକୁ ୬-୧ ଗୋଲ୍ରେ ପରାସ୍ତ କରିଥିଲା । ଏହି ଖେଳ ମଣ୍ଟେଭିଡେଓର "ଏଷ୍ଟାଡିଓ ସେଣ୍ଟେନାରିଓ" ଷ୍ଟାଡିୟମରେ ଖେଳାଯାଇଥିଲା । ୨୭-୭-୧୯୩୦ ଦିନ ସେହି ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ସେମି-ଫାଇନାଲ୍ରେ ଆୟୋଜକ ଉରୁଗୁଏ ଯୁଗୋସ୍ଲାଭିଆ ଦେଶକୁ ୬-୧ ଗୋଲ୍ରେ ହରାଇ ଆର୍ଜେଣ୍ଟିନା ସହ ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଥିଲା ।
ଫାଇନାଲ ଖେଳ ୩୦-୭-୧୯୩୦ ତାରିଖ ଦିନ ସେହି "ଏଷ୍ଟାଡିଓ ସେଣ୍ଟେନାରିଓ" ଷ୍ଟାଡିୟମରେ ଖେଳାଯାଇଥିଲା । ଏଥିରେ ଉରୁଗୁଏ ୪-୨ ଗୋଲ ବ୍ୟବଧାନରେ ଆର୍ଜେଣ୍ଟିନାକୁ ହରାଇ ପ୍ରଥମ ବିଶ୍ୱକପ ଫୁଟବଲ ଚମ୍ପିୟନ ଆଖ୍ୟା ପାଇଥିଲା । ପ୍ରଥମାର୍ଦ୍ଧରେ ୨-୧ ଗୋଲରେ ପଛରେ ଥାଇ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ଆଉ ତିନିଟି ଗୋଲ ଉରୁଗୁଏ ଦେଇଥିଲା ।
ଏହିପରି ମୋଟ ୧୮ଟି ମ୍ୟାଚ ଏହି ଟୁର୍ଣାମେଣ୍ଟରେ ଖେଳଯାଇଥିଲା , ଯେଉଁଥିରେ ସର୍ବମୋଟ ୭୦ଟି ଗୋଲ୍ ହୋଇଥିଲା, ପ୍ରତି ମ୍ୟାଚ ପିଛା ହାରାହାରି ୩.୮୯ ।
ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ କୌଣସି ଆନୁଷ୍ଠାନିକ ମ୍ୟାଚ ହୋଇନଥିଲା । ଉଭୟ ଯୁଗୋସ୍ଲାଭିଆ ଓ ଯୁକ୍ତରାଷ୍ଟ୍ର ଆମେରିକାଙ୍କୁ ବ୍ରୋଂଜ ପଦକ ଦିଆଯାଇଥିଲା । ମାତ୍ର ଫିଫାର ୧୯୮୬ ମସିହାର ଗୋଟିଏ ରିପୋର୍ଟ ଅନୁସାରେ ଗୋଲ ବ୍ୟବଧାନରେ ଅଗ୍ରଣୀ ଥିବାରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ତୃତୀୟ ଘୋଷଣା କରାଯାଇଥିଲା ।
ଏହି ଟୁର୍ଣାମେଣ୍ଟରେ ମୋଟ ଆଠଟି ଗୋଲ ସ୍କୋର ସହ ଆର୍ଜେଣ୍ଟିନା ଦେଶର ଖେଳାଳୀ ଗୁଲିମୋର ଷ୍ଟାବିଲି ସର୍ବାଧିକ ଗୋଲ ଦେଇଥିବା ଖେଳାଳୀ ହୋଇଥିଲେ ।
ଆଧାର
[ସମ୍ପାଦନା]- ↑ "1930 FIFA World Cup". ଇଂରାଜୀ ଉଇକିପିଡ଼ିଆ. Wikipedia. Retrieved 8 July 2018.