ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ (Hemolytic-uremic syndrome)
Haemolytic-uraemic syndrome, thrombocytopenia and microangiopathic hemolytic anemia associated with distorted erythrocytes
ସିସ୍ଟୋସାଇଟ (Schistocytes) ଦେଖାଯାଉଛି ।
ବିଭାଗଶିଶୁରୋଗ ବିଜ୍ଞାନ (Pediatrics), nephrology
ଲକ୍ଷଣକିଛି ଦିନର ରକ୍ତମିଶ୍ରିତ ତରଳ ଝାଡ଼ା (bloody diarrhea) ପରେ ଆନିମିଆ, ବୃକ୍‌କ ବିଫଳତା, ଅଳ୍ପ ଅଣୁଚକ୍ରିକା ବା ପ୍ଲାଟେଲେଟ (low platelets) ଅଳ୍ପ ଲୋହିତ ରକ୍ତ କଣିକା (low red blood cells), and ବୃକ୍‌କ ବିଫଳତା [୧]
କାରଣ(E coli O157:H7), (shigella), (salmonella) ଇତ୍ୟାଦି ଜୀବାଣୁ ସଂକ୍ରମଣ[୨]
ବିପଦ କାରକଅଳ୍ପ ବୟସ, ମହିଳା [୧]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା ଓ ମଳ ପରୀକ୍ଷା [୩]
ସଠିକ ରୋଗ ନିର୍ଣ୍ଣୟ(Thrombotic thrombocytopenic purpura/ TTP), (disseminated intravascular coagulation/ DIC), (artificial heart valve)[୪]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ଡାଏଲିସିସ (dialysis), କର୍ଟିକୋସ୍ଟିରଏଡ (steroids), ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusions), ପ୍ଲାଜମାଫେରେସିସ (plasmapheresis)[୨][୧]
Prognosis<୨୫% ଦୀର୍ଘକାଳୀନ ବୃକ୍‌କ ସମସ୍ୟା [୧]
ପୁନଃପୌନିକଏକ ଲକ୍ଷରେ ୧.୫ [୫]
ମୃତ୍ୟୁ ସାନ୍ଦ୍ରତା<୫% ମୃତ୍ୟୁ ସଙ୍କଟ [୧]

ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ ବା ଏଚୟୁଏସ (ଇଂରାଜୀ ଭାଷାରେ Hemolytic-uremic syndrome/ HUS) ଏକ ରକ୍ତ ରୋଗ (blood disorders) ଦଳର ନାମ ଯେଉଁଥିରେ ଆନିମିଆ, ଆକ୍ୟୁଟ ବୃକ୍‌କ ବିଫଳତା (acute kidney failure) ଓ ଅଳ୍ପ ଅଣୁଚକ୍ରିକା ବା ପ୍ଲାଟେଲେଟ (low platelets) ଦେଖାଯାଏ ।[୧][୩] ରୋଗ ଆରମ୍ଭରେ ରକ୍ତମିଶ୍ରିତ ତରଳ ଝାଡ଼ା (bloody diarrhea), ଜ୍ୱର, ବାନ୍ତି (vomiting) ଓ ଦୁର୍ବଳ ଲାଗେ ।[୧][୨] ତରଳ ଝାଡ଼ା ଉପଶମ ଆରମ୍ଭ ବେଳକୁ ପ୍ଲାଟେଲେଟ କମିଯାଏ ଓ ବୃକ୍‌କ ସମସ୍ୟା ଆରମ୍ଭ ହୁଏ ।[୧] ସାଧାରଣତଃ ପିଲାଙ୍କୁ ଏହି ରୋଗ ହୁଏ କିନ୍ତୁ ଯୁବକମାନଙ୍କର ରୋଗର ଫଳାଫଳ ଅତି ଖରାପ ହୁଏ ।[୨] ରୋଗ ଜଟିଳ ହେଲେ ସ୍ନାୟୁ ସମସ୍ୟା (neurological problems) ଓ ହୃଦ୍‌ପାତ ହୁଏ । [୧]

ଏକ ନିର୍ଦ୍ଦିଷ୍ଟ ଏସେରିକିଆ କୋଲାଇ ୦୧୫୭:ଏଚ୭ (O157:H7) ସଂକ୍ରମଣ ଯୋଗୁ ହେଉଥିବା ସଂକ୍ରାମକ ତରଳ ଝାଡ଼ା (infectious diarrhea) ପରେ ଅଧିକାଂଶ ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ ରୋଗ ସୃଷ୍ଟି ହୁଏ ।[୨] ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ସ୍ଟ୍ରେପ୍ଟୋକୋକା ନିମୋନି (Strep. pneumoniae), ସିଗେଲା (shigella), ସାଲମୋନେଲା (salmonella), ଓ କେତେକ ଔଷଧ ଯୋଗୁ ଏହି ରୋଗ ହୁଏ ।[୧][୨][୩] ଜୀବାଣୁରୁ ସିଗା ଟକ୍ସିନ (Shiga toxin) ନିର୍ଗତ ହେବା ଯୋଗୁ ଏହି ପରିବର୍ତ୍ତନ ହୁଏ ।[୧][୨] ଜେନେଟିକ ମ୍ୟୁଟେସନ (genetic mutation) ଯୋଗୁ ଆଟିପିକାଲ ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ (Atypical hemolytic uremic syndrome ବା aHUS) ନାମକ ରୋଗ ଅନ୍ୟ ଭାବରେ ଉପସ୍ଥାପିତ ହୁଏ ।[୧][୨] ଏହି ଦୁଇ ପ୍ରକାର ରୋଗରେ ବ୍ୟାପକ ପ୍ରଦାହ ଓ କ୍ଷୁଦ୍ର ରକ୍ତନଳୀମାନଙ୍କରେ (blood vessels) ଅନେକ ରକ୍ତ ଜମାଟ (blood clots) ହୋଇଯାଏ ଯାହାକୁ ଥ୍ରୋମ୍ବୋଟିକ ମାଇକ୍ରୋଆଞ୍ଜିଓଗ୍ରାଫି (thrombotic microangiopathy) କୁହାଯାଏ । [୬]

ସ‌ହାୟକ ଯତ୍ନ (Supportive care), ଡାଏଲିସିସ (dialysis), କର୍ଟିକୋସ୍ଟିରଏଡ (steroids), ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusions), ପ୍ଲାଜମାଫେରେସିସ (plasmapheresis) ସାହାଯ୍ୟରେ ଚିକିତ୍ସା କରାଯାଏ ।[୧][୨] ବର୍ଷକୁ ପ୍ରାୟ ୧୦୦,୦୦୦ ଲୋକରେ ୧.୫ ଜଣ ଲୋକ ଆକ୍ରାନ୍ତ ହୁଅନ୍ତି । [୫][୧] ୫% ରୋଗୀଙ୍କର ମୃତ୍ୟୁ ହୁଏ ଓ ବାକି ରୋଗୀଙ୍କ ମଧ୍ୟରେ ପ୍ରାୟ ୨୫% ରୋଗୀଙ୍କର ବୃକ୍‌କ ରୋଗ ସମସ୍ୟା ହୁଏ । [୧] ସନ ୧୯୫୫ରେ ଏହା ପ୍ରଥମେ ଏକ ସିଣ୍ଡ୍ରୋମ (syndrome) ଭାବରେ ସଂଜ୍ଞା ଲାଭ କଲା । [୧][୭]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Cody, EM; Dixon, BP (February 2019). "Hemolytic Uremic Syndrome". Pediatric Clinics of North America. 66 (1): 235–246. doi:10.1016/j.pcl.2018.09.011. PMID 30454746.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Hemolytic uremic syndrome". Genetic and Rare Diseases Information Center (GARD) (in ଇଂରାଜୀ). Archived from the original on 29 January 2020. Retrieved 21 November 2018.
  3. ୩.୦ ୩.୧ ୩.୨ Salvadori, M; Bertoni, E (6 August 2013). "Update on hemolytic uremic syndrome: Diagnostic and therapeutic recommendations". World Journal of Nephrology. 2 (3): 56–76. doi:10.5527/wjn.v2.i3.56. PMC 3832913. PMID 24255888.{{cite journal}}: CS1 maint: unflagged free DOI (link)
  4. Ferri, Fred F. (2010). Ferri's Differential Diagnosis E-Book: A Practical Guide to the Differential Diagnosis of Symptoms, Signs, and Clinical Disorders (in ଇଂରାଜୀ). Elsevier Health Sciences. p. 219. ISBN 978-0323081634.
  5. ୫.୦ ୫.୧ Noris, M; Remuzzi, G (2009). "Atypical hemolytic-uremic syndrome". N Engl J Med. 361 (17): 1676–1687. doi:10.1056/NEJMra0902814. PMID 19846853.
  6. Benz, K; Amann, K (2010). "Thrombotic microangiopathy: new insights". Current Opinion in Nephrology and Hypertension. 19 (3): 242–247. doi:10.1097/MNH.0b013e3283378f25. PMID 20186056.
  7. Gasser C, Gautier E, Steck A, Siebenmann RE, Oechslin R (September 1955). "Hemolytic-uremic syndrome: bilateral necrosis of the renal cortex in acute acquired hemolytic anemia". Schweiz Med Wochenschr (in German). 85 (38–39): 905–9. PMID 13274004.{{cite journal}}: CS1 maint: unrecognized language (link)

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ