Jump to content

ହେପାଟାଇଟିସ ବି ଇମ୍ୟୁନୋଗ୍ଲୋବୁଲିନ

ଉଇକିପିଡ଼ିଆ‌ରୁ
ହେପାଟାଇଟିସ ବି ଇମ୍ୟୁନୋଗ୍ଲୋବୁଲିନ
Clinical data
Trade namesHepaGam B, Nabi-HB, Zutectra, others
AHFS/Drugs.commonograph
Pregnancy
category
Routes of
administration
Intramuscular, intravenous
Legal status
Legal status
Pharmacokinetic data
Onset of actionImmediate[୨]
Duration of action3 to 6 months[୨]
  (verify)

ହେପାଟାଇଟିସ ବି ଇମ୍ୟୁନୋଗ୍ଲୋବୁଲିନ (ଇଂରାଜୀ ଭାଷାରେ Hepatitis B immunoglobulin/ HBIG) ହେଉଛି ଏକ ଔଷଧ ଯାହା ହେପାଟାଇଟିସ ବି ଏକ୍ସପୋଜର ପରେ ରୋକିବା ପାଇଁ ବ୍ୟବହୃତ ହୁଏ ।[୩] ହେପାଟାଇଟିସ ବି ପଜିଟିଭ ଥିବା ମହିଳାଙ୍କ ଶିଶୁ ଜନ୍ମ ପରେ, ହେପାଟାଇଟିସ ବି ରୋଗୀର ଲିଭର ପ୍ରତିରୋପଣ ପରେ ଏବଂ ଯେଉଁମାନେ ରୋଗ ପ୍ରତିରୋଧକ ନଥାଇ ଏକ୍ସପୋଜର ବା ଅନାବରଣ କେଶରେ ଏହା ଦିଆଯାଏ । [୩] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[୩] ହେପାଟାଇଟିସ୍ ବି ଟିକା ସ‌ହିତ ଏକ ସମୟରେ ଔଷଧ ଦିଆଯାଇପାରେ, କିନ୍ତୁ ଏକ ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ।[୪] [୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଅଇ, ମୁଣ୍ଡ ହାଲୁକା ଏବଂ ଜ୍ୱର ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ [୩] ଆବଶ୍ୟକ ସମୟରେ ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ ।[୩] ଏହା ହେପାଟାଇଟିସ୍ ବି ପୃଷ୍ଠ ଭାଗ ଆଣ୍ଟିଜେନ୍ (ଆଣ୍ଟି-ଏଚ୍) ବିରୁଦ୍ଧରେ ଆଣ୍ଟିବଡି ଅଟେ ।[୩]

୧୯୭୪ ମସିହାରେ ଚିକିତ୍ସା କ୍ଷେତ୍ରରେ 'ହେପାଟାଇଟିସ ବି ଇମ୍ୟୁନୋଗ୍ଲୋବୁଲିନ' ଔଷଧର ବ୍ୟବହାର ଆରମ୍ଭ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୫୦୦ ଯୁନିଟ/ଏକ‌କର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୫୦୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ୫ ମି.ଲି. ଔଷଧର ମୂଲ୍ୟ ୮୩୦ ଡଲାର ଥିଲା ।[୬] ଏହା ମାନବ ପ୍ଲାଜ୍ମାରୁ ତିଆରି ହୁଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Hepatitis b immune globulin Use During Pregnancy". Drugs.com. 3 August 2020. Archived from the original on 21 October 2020. Retrieved 13 September 2020.
  2. ୨.୦ ୨.୧ ୨.୨ Zuckerman, JN (July 2007). "Review: hepatitis B immune globulin for prevention of hepatitis B infection". Journal of medical virology. 79 (7): 919–21. doi:10.1002/jmv.20816. PMID 17516515.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Hepatitis B Immune Globulin Monograph for Professionals". Drugs.com (in ଇଂରାଜୀ). Archived from the original on 24 August 2019. Retrieved 9 December 2021.
  4. ୪.୦ ୪.୧ ୪.୨ "14. Vaccines". British National Formulary (BNF) (82 ed.). London: BMJ Group and the Pharmaceutical Press. September 2021 – March 2022. pp. 1343–1346. ISBN 978-0-85711-413-6.{{cite book}}: CS1 maint: date format (link)
  5. Richman, Douglas D.; Whitley, Richard J.; Hayden, Frederick G. (10 July 2020). Clinical Virology (in ଇଂରାଜୀ). John Wiley & Sons. p. 365. ISBN 978-1-55581-943-9. Archived from the original on 11 December 2021. Retrieved 10 December 2021.
  6. "Hepatitis B Immune Globulin Prices, Coupons & Savings Tips - GoodRx". GoodRx. Retrieved 10 December 2021.