Jump to content

ହିରାଖଣ୍ଡ ଏକ୍ସପ୍ରେସ ଟ୍ରେନ

ଉଇକିପିଡ଼ିଆ‌ରୁ

ହିରାଖଣ୍ଡ ଏକ୍ସପ୍ରେସ, ଟ୍ରେନଟି ଛତିଶଗଡ଼ର ଜଗଦଲପୁରଠାରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଚଳାଚଳ କରେ ।[] ପ୍ରଥମେ ରାୟଗଡ଼ାରୁ ବିଜୟନଗରମ ହୋଇ ଓ ଭୁବନେଶ୍ୱର ଯାଏଁ ଚାଲୁଥିଲା । କ୍ରମେ ଏହା କୋରାପୁଟ ପର୍ଯ୍ୟନ୍ତ ଚାଲିଲା । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଅଲଗା ପଥ ଦେଇ ଜଗଦଲପୁରଠାରୁ ଭୁବନେଶ୍ୱର ଯାଏ ଚାଲୁଛି ।[]

ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସର ପଥମେପ

 


ସମୟ ତାଲିକା 

[ସମ୍ପାଦନା]

ହିରାଖଣ୍ଡ ଏକ୍ସପ୍ରେସ ପ୍ରତ୍ୟହ ଭୁବନେଶ୍ୱରରୁ ୧୯.୩୫ ବା ସନ୍ଧ୍ୟା ୭.୩୫ରେ ଛାଡି ଗନ୍ତବ୍ୟ ସ୍ଥଳ ଜଗଦଲପୁରରେ ପରଦିନ ୧୩.୩୦ ବା ଦିନ ୧.୩୦ରେ ପହଞ୍ଚେ । ପୁଣି ଜଗଦଲପୁରରୁ ୧୪.୩୦ ବା ଦିନ ୨.୩୦ରେ ଛାଡି ଭୁବନେଶ୍ୱରରେ ପରଦିନ ୦୮.୨୫ ବା ସନ୍ଧ୍ୟା ୮.୨୫ରେ ପହଞ୍ଚେ ।   

ମୁଖ୍ୟ ରହଣି 

[ସମ୍ପାଦନା]

ଜୟପୁର, କୋରାପୁଟ ଜଂକ୍ସନ, ରାୟଗଡ଼ା, ବିଜୟନଗରମ, ଶ୍ରୀକାକୁଲମ, ପଲାଶା, ବ୍ରହ୍ମପୁର ଓ ଖୋର୍ଦ୍ଧାରୋଡ଼ ଦେଇ ଏହା ଭୁବନେଶ୍ୱର ଆସେ ।  

ବିଚ୍ଛିନ୍ନ ଗତିପଥ 

[ସମ୍ପାଦନା]

ଅଗଷ୍ଟ ୧୧ , ୨୦୧୨ରୁ ଆଉ ଏକ ଟ୍ରେନ ଜୁନାଗଡ - ଭବାନୀପାଟଣା ରେଳପଥରେ ଚାଲିଲା । ଏହି ଟ୍ରେନଟି ଭାବନିପାଟଣାରୁ ଛାଡି ରାୟଗଡାଠାରେ ମୂଳ ହିରାଖଣ୍ଡ ଏକ୍ସପ୍ରେସ ସହିତ ଯୋଡ଼ା ହେଇ ଭୁବନେଶ୍ୱର ଯାଏ ।  

  1. "18448/Hirakhand Express". indiarailinfo.com. indiarailinfo.com. Retrieved 23 August 2019.
  2. Jagran Josh. Current Affairs February 2017 eBook. Jagran Josh. pp. 324–. GGKEY:ABX2N22XCKH.