ହିମା ଦାସ

ଉଇକିପିଡ଼ିଆ‌ରୁ
ହିମା ଦାସ
ବ୍ୟକ୍ତିଗତ ତଥ୍ୟ
ମାତୃଭାଷାରେ ନାମହିମା ଦାସ
ଜାତୀୟତାଭାରତୀୟ
ଜନ୍ମ (2000-01-09) ୯ ଜାନୁଆରୀ ୨୦୦୦ (ବୟସ ୨୪)
ନାଗାଓଁ, ଗୌହାଟୀ, ଆସାମ
Sport
ଦେଶଭାରତ
କ୍ରୀଡ଼ାTrack and field
Event(s)Sprints
Coached byନିପନ୍ ଦାସ
Medal record
Women's athletics
Competitor for  ଭାରତ
World U20 Championships
Gold 2018 Tampere 400 m
Updated on ୧୪ ଜୁଲାଇ ୨୦୧୮.

ହିମା ଦାସ (ଅସମୀୟା: হিমা দাস) (ଜନ୍ମ : ୯ ଜାନୁଆରୀ ୨୦୦୦) ଜଣେ ଭାରତୀୟ ଧାବିକା । ସେ ପ୍ରଥମ ଭାରତୀୟ ଭାବେ ୨୦୧୮ ମସିହାରେ ଆଇଏଏଫ୍ ୨୦ ବର୍ଷରୁ କମ ବିଶ୍ୱ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ ।[୧]

ଆଦ୍ୟ ଜୀବନ[ସମ୍ପାଦନା]

ହିମା ଆସାମର ନାଗାଓଁଠାରେ ଜନ୍ମ ହୋଇଥିଲେ । ତାଙ୍କର ମା, ବାପା ହେଉଛନ୍ତି ଜୋନାଲୀ ଓ ରଞ୍ଜିତ୍ ଦାସ ।[୨] ଦାସ, ତାଙ୍କର ବିଦ୍ୟାଳୟ ଜୀବନ, ଗାଁ ସ୍କୁଲ୍‌ରେ ପୁଅମାନଙ୍କ ସ‌ହ ଫୁଟବଲ ଖେଳି ଆରମ୍ଭ କରିଥିଲେ । ସେ ଭାରତ ତରଫରୁ ଫୁଟବଲ ଖେଳିବାପାଇଁ ଚାହିଁଥିଲେ ।

ପରେ ତାଙ୍କୁ ଦୌଡ଼କୁଦରେ ଖେଳିବା ପାଇଁ ଉପଦେଶ ଆସିଥିଲା । ଏକ ଆନ୍ତ-ଜିଲ୍ଲା ପ୍ରତିଯୋଗିତାରେ ସେ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟର ନିର୍ଦ୍ଦେଶକ ତ‌ଥା ପ୍ରଶିକ୍ଷକ ନିପନ୍ ଦାସଙ୍କୁ ଦେଖା ହୋଇଥିଲେ ଓ ସେ ହିମାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । ନିପନ୍ ତାଙ୍କୁ ଦୌଡ଼କୁଦକୁ ପେଶା କରିବା ପାଇଁ ତାଙ୍କ ଗାଁଠାରୁ ୧୪୦ କିମି ଦୂର ଗୌହାଟୀକୁ ସ୍ଥାନାନ୍ତରିତ ହେବାକୁ ଉପଦେଶ ଦେଇଥିଲେ । ଏହାପରେ ହିମା ସରୁସଜାଇ କ୍ରୀଡ଼ା ଅନୁଷ୍ଠାନରେ ରହି ପ୍ରଶିକ୍ଷଣ ନେଇଥିଲେ । କେବଳ ବକ୍ସିଂ ଓ ଫୁଟ୍‌ବଲ୍ ଥିବା ରାଜ୍ୟ ଏକାଡେମୀରେ ତାଙ୍କ ନାମ ଲେଖା ଯାଇଥିଲା । ପରେ ସେଠାରେ ଆଥ୍‌ଲେଟିକ୍‌ସ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଖୋଲା ଯାଇଥିଲା ।[୩]

ପେଶା ଜୀବନ[ସମ୍ପାଦନା]

ସେ ଫିନ୍‌ଲ୍ୟାଣ୍ଡ୍‌ର ତାମ୍ପେରେଠାରେ ଅନୁଷ୍ଠିତ ୨୦୧୮ ଆଇଏଏଏଫ୍ ୨୦ ବର୍ଷରୁ କମ୍ ବିଶ୍ୱ ପ୍ରତିଯୋଗିତାର ୨୦୧୮ ଆଇଏଏଏଫ୍ ୨୦ ବର୍ଷରୁ କମ୍ ବିଶ୍ୱ ପ୍ରତିଯୋଗିତା - ମହିଳା ୪୦୦, ମିଟର୍ ବିଭାଗରେ ୫୧.୪୬ ସେକେଣ୍ଡ୍ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୪][୫] ସେ ଶେଷ୍ଠ ୮୦ ମିଟର୍‌ରେ ୩ ଜଣ ପ୍ରତିଦ୍ୱନ୍ଦୀଙ୍କୁ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଜିତିବା ସ‌ହ ଇତିହାସ ସୃଷ୍ଟି କରିଥିଲେ ।

ଆନ୍ତର୍ଜାତୀୟ ପ୍ରତିଯୋଗିତା[ସମ୍ପାଦନା]

ବର୍ଷ ପ୍ରତିଯୋଗିତା ପ୍ରତିଯୋଗିତା ସ୍ଥାନ ସ୍ଥାନ ବିଭାଗ ନୋଟ୍‌ସ
Representing  ଭାରତ
୨୦୧୮ ୨୦୧୮ ଆଇଏଏଏଫ୍ ୨୦ ବର୍ଷରୁ କମ୍ ବିଶ୍ୱ ପ୍ରତିଯୋଗିତା ତାମ୍ପେରେ, ଫିନ୍‌ଲ୍ୟାଣ୍ଡ ପ୍ରଥମ ୪୦୦ ମି ୫୧.୪୬ ସେକେଣ୍ଡ୍
୨୦୧୯ ପୋଜନାନ ଗ୍ରାଣ୍ଡ ପ୍ରିକ୍ସ ସିଜନ ପୋଲାଣ୍ଡ ପ୍ରଥମ ୨୦୦ ମି ୨୩.୬୫ ସେକେଣ୍ଡ୍
୨୦୧୯ କୁଣ୍ଟୋ ଆଥଲେଟିକ୍ ମିଟ ପୋଲାଣ୍ଡ ପ୍ରଥମ ୨୦୦ ମି ୨୩.୯୭ ସେକେଣ୍ଡ୍
୨୦୧୯ କ୍ଲାଦନୋ ଆଥଲେଟିକ୍ ମିଟ ଚେକ ରିପ୍ଲବିକ ପ୍ରଥମ ୨୦୦ ମି ୨୩.୪୩ ସେକେଣ୍ଡ୍
୨୦୧୯ ଟାବର ଆଥଲେଟିକ୍ସ ମିଟ ଚେକ ରିପ୍ଲବିକ ପ୍ରଥମ ୨୦୦ ମି ୨୩.୨୫ ସେକେଣ୍ଡ୍
୨୦୧୯ ନୋଭେ ମେଷ୍ଟୋ ନାଦ ମେଟୁଜି ଗ୍ରାଣ୍ଡ ପ୍ରିକ୍ସ ଚେକ୍ ରିପବ୍ଲିକ୍ରେ ପ୍ରଥମ ୪୦୦ ମି ୫୨.୦୯ ସେକେଣ୍ଡ୍

ଆଧାର[ସମ୍ପାଦନା]

  1. "Kohli, Sachin Lead the Way as Cricketers Pay Tribute to Hima Das for Scripting History". News18. 13 July 2018. Retrieved 13 July 2018.
  2. http://www.espn.co.uk/athletics/story/_/id/22667482/hima-das-meteoric-rise-assam-village-gold-coast
  3. "Hima Das: From Assam's rice fields to becoming India's first world gold medallist on track". The Indian Express (in ଆମେରିକୀୟ ଇଂରାଜୀ). 2018-07-13. Retrieved 2018-07-13.
  4. "Hima Das scripts history, wins gold in 400m". The Times of India. 12 July 2018. Retrieved 13 July 2018.
  5. "Hima Wins Historic Gold for India". Hotstar. 13 July 2018. Archived from the original on 13 July 2018. Retrieved 13 July 2018.