ହାଣ୍ଟାଭୂତାଣୁ ସଂକ୍ରମଣ

ଉଇକିପିଡ଼ିଆ‌ରୁ

 

Hantavirus, hantavirus disease, hantavirus syndrome
The cotton rat, Sigmodon hispidus, is a hantavirus carrier that becomes a threat when it enters human habitation in rural and suburban areas.
ବିଭାଗInfectious disease
ଲକ୍ଷଣHFRS: Headache, abdominal pain, fever, nausea, bleeding, kidney failure[୧]
HPS: Tiredness, fever, muscle pain, cough, shortness of breath[୨]
ଆକ୍ରାନ୍ତ ସମୟ1 to 8 weeks following exposure[୩][୪]
କାରଣOrthohantavirus spread by rodents[୫]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests[୫]
ପ୍ରତିକାରRodent control[୫]
ଚିକିତ୍ସାSupportive care[୫]
ପୁନଃପୌନିକHFRS 100,000 cases per year, HPS < 50 cases per year[୫]
ମୃତ୍ୟୁ ସାନ୍ଦ୍ରତାHFRS 12%, HPS 40%[୫]

ହାଣ୍ଟାଭୂତାଣୁ ସଂକ୍ରମଣ ଅନେକ ଗୁଡ଼ିଏ ରୋଗରେ ହୁଏ ଯଥା: ହେମୋରେଜିକ ଫିଭର ଉଇଥ ରେନାଲ ସିଣ୍ଡ୍ରୋମ ବା ଏଚଏଫଆରଏସ (HFRS) ଏବଂ ହାଣ୍ଟାଭୂତାଣୁ ପଲମୋନାରୀ ସିଣ୍ଡ୍ରୋମ ବା ଏଚପିଏସ (HPS) | [୬] ଏଚଏଫଆରଏସର ଲକ୍ଷଣ ମଧ୍ୟରେ ସାଧାରଣତଃ ମୁଣ୍ଡବିନ୍ଧା, ଉଦର ଯନ୍ତ୍ରଣା, ଜ୍ୱର, ବାନ୍ତି, ରକ୍ତସ୍ରାବ ଏବଂ ବୃକ୍‌କ ବିଫଳତା ଦେଖାଯାଏ | [୧] ଏଚପିଏସର ଲକ୍ଷଣ ମଧ୍ୟରେ ଥକ୍କା, ଜ୍ୱର, ମାଂସପେଶୀ ଯନ୍ତ୍ରଣା, କାଶ ଏବଂ ଅଣନିଶ୍ୱାସ ହୋଇପାରେ | [୨] ପ୍ରାରମ୍ଭିକ ଲକ୍ଷଣଗୁଡ଼ିକର ଆରମ୍ଭ ସାଧାରଣତଃ ସଂସ୍ପର୍ଶରେ ଆସିବାର ୧ରୁ ୮ ସପ୍ତାହ ପରେ ଆରମ୍ଭ ହୋଇଥାଏ | [୧] [୨]

ଏଚଏଫପିଏସ ପୁରୁଣା ପୃଥିବୀ ହାଣ୍ଟାଭୂତାଣୁ କାରଣରୁ ହୋଇଥିବାବେଳେ ଏଚପିଏସ ନୂଆ ପୃଥିବୀ ହାଣ୍ଟାଭୂତାଣୁ କାରଣରୁ ହୁଏ | [୬] ୨୮ ପ୍ରକାରରୁ ଅଧିକ ନିର୍ଦ୍ଦିଷ୍ଟ ହାଣ୍ଟାଭୂତାଣୁ ମଣିଷଠାରେ ରୋଗ ସୃଷ୍ଟି କରେ | [୫] ମୁଷା ଜାତୀୟ ଜୀବାମାନଙ୍କଦ୍ୱାରା ପ୍ରଦୂଷିତ ବାୟୁ ପ୍ରଶ୍ୱାସରେ ଗ୍ରହଣ କରିବା ଯୋଗୁ ଏହି ରୋଗ ବ୍ୟାପିଥାଏ ।[୫] ଉଭୟ ରୋଗରେ ପ୍ଲାଟେଲେଟ ସଂଖ୍ୟା କମିଯାଏ ଓ ରକ୍ତନଳୀରେ ଛିଦ୍ର ହୋଇଥାଏ । [୫] ରକ୍ତ ପରୀକ୍ଷା ଓ ସେରୋଲୋଜି ପରୀକ୍ଷା ଆଧାରରେ ରୋଗ ନିର୍ଣ୍ଣୟ କରାଯାଏ ।[୫]

ଏହି ରୋଗରେ ମୁଖ୍ୟତଃ ସ‌ହାୟକ ଚିକିତ୍ସା କରାଯାଏ | [୫] ଏଥିରେ ଅମ୍ଳଜାନ ଚିକିତ୍ସା, ଯାନ୍ତ୍ରିକ ଭେଣ୍ଟିଲେସନ, ଡାଏଲିସିସ, କିମ୍ବା ପ୍ଲାଲେଟ୍ ଟ୍ରାନ୍ସଫ୍ୟୁଜନ ଦିଆଯାଏ | [୫] ଏଚଏଫଆରଏସ ଆରମ୍ଭ ହେବା ସଙ୍ଗେ ସଙ୍ଗେ ରିବାଭିରିନ୍ ଦେଲେ ଉପ‌ଯୋଗୀ ହୁଏ । [୫] ମୃତ୍ୟୁ ହେବାର ଆଶଙ୍କା HFRS ସହିତ ପ୍ରାୟ 12% ଏବଂ HPS ସହିତ ପ୍ରାୟ 40% | [୫]

ସନ ୧୯୯୩ ପରଠାରୁ ବର୍ଷକୁ ପ୍ରାୟ ୧୦୦,୦୦୦ ଏଚଏଫଆରଏସ ରୋଗ ଓ ୧୦୦୦ ଏଚପିଏସ ରୋଗ ଚିହ୍ନଟ କରାଯାଇଛି ।[୫]ପ୍ରାୟ ୧୦୦୦ ମସିହା ପରଠାରୁ ହାଣ୍ଟାଭୂତାଣୂ ବର୍ଣ୍ଣନା ହୋଇଥିବା ବିଶ୍ୱାସ କରାଯାଏ । [୫] ୧୯୭୬ ମସିହାରେ ଏହି ଭୂତାଣୁ ଦକ୍ଷିଣ କୋରିଆର ହାଣ୍ଟାନ ଅଞ୍ଚଳରେ ଆବିଷ୍କୃତ ହୋଇଥିଲା | [୫] [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; CDC2021HFRS ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ୨.୦ ୨.୧ ୨.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; CDC2016Sym ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. "CDC - Hemorrhagic Fever with Renal Syndrome (HFRS) - Hantavirus". www.cdc.gov (in ଆମେରିକୀୟ ଇଂରାଜୀ). 22 February 2019. Retrieved 29 March 2021.
  4. "Signs & Symptoms | Hantavirus | DHCPP | CDC". www.cdc.gov (in ଆମେରିକୀୟ ଇଂରାଜୀ). 22 February 2019. Retrieved 28 March 2021.
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ ୫.୧୧ ୫.୧୨ ୫.୧୩ ୫.୧୪ ୫.୧୫ ୫.୧୬ Avšič-Županc T, Saksida A, Korva M (2019). "Hantavirus infections". Clin Microbiol Infect. 21S: e6–e16. doi:10.1111/1469-0691.12291. PMID 24750436. Retrieved 21 April 2020.
  6. ୬.୦ ୬.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; CDC2021 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. "ICTV 9th Report (2011) – Negative Sense RNA Viruses – Bunyaviridae". International Committee on Taxonomy of Viruses (ICTV) (in ଇଂରାଜୀ). Retrieved 31 January 2019. Hanta: from Hantaan, river in South Korea near where type virus was isolated.