ହାଣ୍ଟାଭୂତାଣୁ ପଲମୋନାରୀ ସିଣ୍ଡ୍ରୋମ

ଉଇକିପିଡ଼ିଆ ରୁ
Jump to navigation Jump to search
ହାଣ୍ଟାଭୂତାଣୁ ପଲମୋନାରୀ ସିଣ୍ଡ୍ରୋମ
(Hantavirus pulmonary syndrome)
ଫୋର କର୍ଣ୍ଣରସ ରୋଗ (Four Corners disease)
Radiographic progression of hantavirus pulmonary syndrome in patient.jpg
ହାଣ୍ଟାଭୂତାଣୁ ପଲମୋନାରୀ ସିଣ୍ଡ୍ରୋମ ରୋଗର ବିକାଶ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ

ହାଣ୍ଟାଭୂତାଣୁ ପଲମୋନାରୀ ସିଣ୍ଡ୍ରୋମ ବା ହାଣ୍ଟାଭାଇରସ ପଲମୋନାରୀ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Hantavirus pulmonary syndrome (HPS)) ଦୁଇଟ ସମ୍ଭାବ୍ୟ ଘାତକ ସିଣ୍ଡ୍ରୋମ (ଏକ ନିର୍ଦ୍ଦଷ୍ଟ ଲକ୍ଷଣ ପୁଞ୍ଜ) ମଧ୍ୟରୁ ଗୋଟିଏ ଯାହା ହାଣ୍ଟାଭୂତାଣୁ (hantavirus) ପ୍ରଜାତିମାନଙ୍କ ଯୋଗୁ ହୁଏ ଓ ପ୍ରାଣୀମାନଙ୍କଠାରୁ ମାନବକୁ ସଂକ୍ରମିତ ହୋଇଥାଏ ।[୧] ଏହି ଭୁତାଣୁମାନଙ୍କର ନାମ: ବ୍ଲାକ କ୍ରିକ କେନାଲ ଭୂତାଣୁ (Black Creek Canal virus (BCCV)) , ନିୟୁ ୟୋର୍କ ଅର୍ଥୋହାଣ୍ଟାଭାଇରସ (New York orthohantavirus (NYV)), ମୋନୋହାଗେଲା ଭାଇରସ (Monongahela virus (MGLV)), ସିନ ନୋମ୍ବ୍ରେ ଅର୍ଥୋହାଣ୍ଟାଭାଇରସ (Sin Nombre orthohantavirus (SNV)) ଓ ଅନ୍ୟ କେତେକ ହାଣ୍ଟାଭାଇରସ ପ୍ରଜାତିର ଭୂତାଣୁ ଯେଉଁମାନେ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାରେ ଦେଖାଯାଆନ୍ତି ।[୨]

ଇଂରାଜୀରେ ରୋଡେଣ୍ଟ କୁହାଯାଉଥିବା ପ୍ରାଣୀ ଯଥା: ମୂଷା, ଚୁଚୁନ୍ଦ୍ରା, ଝିଙ୍କ ଇତ୍ୟାଦି ଜୀବଙ୍କଦ୍ୱାରା ଏହି ରୋଗ ବ୍ୟାପିଥାଏ । ଏହାର ମୁଖ୍ୟ ବାହକମାନଙ୍କର ନାମ ଯଥାକ୍ରମେ: ଦକ୍ଷିଣ ଫ୍ଲୋରିଡାରେ ବ୍ଲାକ କ୍ରିକ କେନାଲ ଭୂତାଣୁ ବାହକ 'ହିସପିଡ କଟନ ମୂଷା' (hispid cotton rat (Sigmodon hispidus)),[୩][୪] କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକରେ ସିନ ମୋମ୍ବ୍ରେ ଭୂତାଣୁର ବାହକ 'ଡିଅର ମାଉସ' ବା ହରିଣ ମୂଷା,[୫][୬] ପୂର୍ବ ଯୁକ୍ତରାଷ୍ଟ୍ର ଆମେରିକାରେ ନିୟୁ ୟୋର୍କ ଭୂତାଣୁର ବାହକ 'ହ୍ୱାଇଟ ଫୁଟେଡ ମୂଷା' (white-footed mouse (Peromyscus leucopus))।[୭] ଦକ୍ଷିଣ ଆମେରିକାରେ ଓଲିଗୋରିଜୋମିସ ଲଙ୍ଗିକଡାଟସ (Oligoryzomys longicaudatus) ଓ ଜେନସ୍ ଓଲିଗୋରିଜୋମିସ (Oligoryzomys) ପ୍ରଜାତିର କେତେକ ମୂଷା ଆଣ୍ଡେସ (Andes virus) ଭୂତାଣୁର ବାହକ ହୋଇଥିବା ଲିଖିତ ଅଛି । [୮][୯][୧୦]

ଲକ୍ଷଣ ଓ ଚିହ୍ନ[ସମ୍ପାଦନା]

ପ୍ରାରମ୍ଭିକ ଲକ୍ଷଣ ଓ ଚିହ୍ନ (Prodromal) ମଧ୍ୟରେ ଫ୍ଲୁ ଭଳି ଲକ୍ଷଣ ଯେପରିକି ଜ୍ୱର, କାଶ, ଜଙ୍ଘ ପିଚା ଓ ପିଠିର ମାଂସପେଶୀ ଯନ୍ତ୍ରଣା, ଥକ୍କାଣ, ମୁଣ୍ଡ ବିନ୍ଧା, କାଲୁଆ ଅନୁଭବ, ଅଇ, ବାନ୍ତି, ତରଳ ଝାଡ଼ା, ଆଳସ୍ୟ ଓ ଅଣନିଶ୍ୱାସୀ ଲାଗେ ଯାହା ଦୃତ ଗତିରେ ବୃଦ୍ଧି ହୋଇ 'ତୀବ୍ର ଶ୍ୱାସକ୍ରିୟା ଫେଲ'ରେ ପରିଣତ ହୁଏ । ହଠାତ୍ ଅଣନିଶ୍ୱାସୀ ଲକ୍ଷଣ ଆରମ୍ଭ ହୋଇ ଦୃତ ଗତିରେ ପଲମୋନାରୀ ଇଡିମା (pulmonary edema) ହୋଇଯାଏ; ଅଧିକାଂଶ ସମୟରେ ମେକାନିକାଲ ଭେଣ୍ଟିଲାସନ ଓ ମୂତ୍ର ବର୍ଦ୍ଧକ ଔଷଧ (ଡାଇୟୁରେଟିକ) ଦେବା ସତ୍ୱେ ଏହା ଘାତକ ହୋଇ ମୃତ୍ୟୁ ହୁଏ । ଏହାର ମୃତ୍ୟୁ ହାର ପ୍ରାୟ ୩୬% ।

ସଂଚାର[ସମ୍ପାଦନା]

ବ୍ଲାକ କ୍ରିକ କେନାଲ ଭୂତାଣର ବାହକ, ଦକ୍ଷିଣ ଫ୍ଲୋରିଡାରେ ଥିବା କଟନ ମୂଷା ।

ମୂଷାମାନଙ୍କର ମଳ, ମୂତ୍ରର ଏରୋସୋଲ ଯୋଗୁ ଏହି ରୋଗ ମାନବକୁ ସଞ୍ଚାରିତ ହୁଏ ଓ ଏହାହିଁ ଏକମାତ୍ର ପନ୍ଥା । ଲୁଗାପଟା, ବାସନ କୁଶନ ବା କ୍ଷୁଦ୍ର ତରଳ-କଣା ପଦାର୍ଥ ଯୋଗୁ ଏହି ସଞ୍ଚାରିତ ହୁଏନାହିଁ ।[୧୧][୧୨]

ରୋଗ ନିର୍ଣ୍ଣୟ[ସମ୍ପାଦନା]

କେଭିନ ଲିଟମାନ-ନାଭାରୋ ମତରେ ଏହି ରୋଗର ଫ୍ଲୁ ରୋଗ ଭଳି ଲକ୍ଷଣ ଥିବାରୁ ସ‌ହଜରେ ବାରିହୁଏନି । ସଂକ୍ରମିତ ହେବାର କିଛି ସପ୍ତାହ ମଧ୍ୟରେ ରୋଗୀର ଜ୍ୱର, କାଶ, ଜଙ୍ଘ ପିଚା ଓ ପିଠିର ମାଂସପେଶୀ ଯନ୍ତ୍ରଣା, ଥକ୍କାଣ, ମୁଣ୍ଡ ବିନ୍ଧା, କାଲୁଆ ଅନୁଭବ, ଅଇ, ବାନ୍ତି, ତରଳ ଝାଡ଼ା, ଆଳସ୍ୟ ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ଲକ୍ଷଣ ଆରମ୍ଭ ହେବାର ଏକ ସପ୍ତାହ ପରେ ଲକ୍ଷଣ ଉପଶମ ହୋଇଯାଏ ଓ ଦ୍ୱିତୀୟ ସୋପାନ ଆରମ୍ଭ ହୁଏ ଯେଉଁଥିରେ ଫୁସଫୁସରେ ତରଳ ପଦାର୍ଥ ଭରିଯିବାରୁ ରୋଗୀର ଅତ୍ୟଧିକ କାଶ ହୋଇ ଅଣନିଶ୍ୱାସୀ ହୋଇଯାଏ । ଏହା ପରେ ଫୁସଫୁସ ନଷ୍ଟ ହୋଇ ପ୍ରାୟ ୩୮% ରୋଗୀଙ୍କର ମୃତ୍ୟୁ ହୁଏ ।[୧୩]

ପ୍ରତିଷେଧ[ସମ୍ପାଦନା]

ବାସସ୍ଥାନରେ ଓ ଚାରିପାଖରେ ମୂଷା ବଂଶର ନିୟନ୍ତ୍ରଣ କରିବା ଆବଶ୍ୟକ ଓ ତାଙ୍କ ସଂସ୍ପର୍ଶରେ ନ ଆସିବାକୁ ଚେଷ୍ଟିତ ହେବା ଉଚିତ । ବନ୍ଦ ପଡ଼ିଥିବା ଘର ଓ କ୍ୟାବିନ ସବୁ ଏହାର ଆଦର୍ଶ ସଞ୍ଚାର ସ୍ଥାନ । ତେଣୁ ଏ ସମସ୍ତ ସ୍ତାନରେ ବାୟୁ ଚଳାଚଳ ହେବା ନିମନ୍ତେ ବନ୍ଦପୋସ୍ତ କରିବାକୁ ହୁଏ । ସେହି ପ୍ରାଣୀମାନଙ୍କ ବାସ ସ୍ଥାନ‌କୁ ଯିବାକୁ ହେଲେ ମୁହଁରେ ମାସ୍କ ଲଗେଇ ଯିବେ ଓ ସେହି ପ୍ରାଣୀଙ୍କର ଦେହଜାତ ଏରୋସୋଲ ପଦାର୍ଥଠାରୁ ଦୂରରେ ରହିବେ ।[୧୪]

ଚିକିତ୍ସା[ସମ୍ପାଦନା]

ଏହି ରୋଗ ଆରୋଗ୍ୟ ସାଧ୍ୟ ନୁହେଁ । ଏହାର ଶ୍ୱାସକ୍ରିୟ ଫେଲ ହେବା ଅବସ୍ଥା ଥିଲେ ଚିକିତ୍ସାରେ କେବଳ ମେକାନିକାଲ ଭେଣ୍ଟିଲେସନ ଓ ଆବଶ୍ୟକ ସ୍ଥଳେ ଅମ୍ଳଜାନ ସ‌ହାୟକ ଥେରାପି ଦିଆଯାଏ । ଶୀଘ୍ରାତିଶୀଘ୍ର ଚିହ୍ନଟ ହେଲେ ଉତ୍ତମ ଫଳାଫଳର ପୂର୍ବାନୁମାନ କରାଯାଇପାରେ ।

ରୋଗାନୁଶୀଳନ[ସମ୍ପାଦନା]

ଦକ୍ଷିଣପଶ୍ଚିମ ଯୁକ୍ତରାଷ୍ଟର ଫୋରକର୍ଣ୍ଣର ସ୍ଥାନରେ ସନ ୧୯୯୩ରେ ପ୍ରଥମେ ହାଣ୍ଟାଭୂତାଣୁ ପଲମୋନାରୀ ସିଣ୍ଡ୍ରୋମ‌ ଚିହ୍ନଟ ହୋଇଥିଲା । ଏହି ରୋଗ ଡ: ବ୍ରୁସ ଟେମ୍ପେଷ୍ଟ ପ୍ରଥମେ ଚିହ୍ନଟ କରିଥିଲେ । ଏହି ରୋଗକୁ ପ୍ରଥମେ ଫୋର କର୍ଣ୍ଣର ରୋଗ କୁହାଯାଉଥିଲା ଯାହାକୁ ସ୍ଥାନୀୟ ଲୋକମାନେ ସ୍ଥାନର କଳଙ୍କ ଲାଗିବା ଅଭିଯୋଗ କରିବା କାରଣରୁ ନାମ ପରିବର୍ତ୍ତନ କରି ସିନ ନୋମ୍ବ୍ରେ ଭୁତାଣୁ ନାମ ଦିଆଗଲା । [୧୫] It has since been identified throughout the United States.

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Koster FT. Levy H. "Hantavirus cardiopulmonary syndrome: a new twist to an established pathogen", In: Fong IW, editor; Alibek K, editor. New and Evolving Infections of the 21st Century, New York: Springer-Verlag New York, Inc.; 2006. pp. 151–170.
  2. Nichol ST. Beaty BJ. Elliott RM. Goldbach R, et al. Family Bunyaviridae. In: Fauquet CM, editor; Mayo MA, editor; Maniloff J, editor; Desselberger U, et al., editors. Virus Taxonomy: 8th Report of the International Committee on Taxonomy of Viruses. San Diego, CA: Elsevier Academic Press;
  3. Rollin PE. Ksiazek TG. Elliott LH. Ravkov EV, et al. "Isolation of Black Creek Canal virus, a new hantavirus from Sigmodon hispidus in Florida", J Med Virol. 1995;46:35–39. [PubMed]
  4. Glass GE. Livingstone W. Mills JN. Hlady WG, et al. "Black Creek Canal virus infection in Sigmodon hispidus in southern Florida", Am J Trop Med Hyg. 1998;59:699–703. PubMed
  5. Childs JE, Ksiazek TG, Spiropoulou CF, Krebs JW, Morzunov S, Maupin GO, Gage KL, Rollin PE, Sarisky J, Enscore RE (1994). "Serologic and genetic identification of Peromyscus maniculatus as the primary rodent reservoir for a new hantavirus in the southwestern United States". J. Infect. Dis. 169 (6): 1271–80. doi:10.1093/infdis/169.6.1271. PMID 8195603.
  6. Drebot MA. Gavrilovskaya I. Mackow ER. Chen Z, et al. "Genetic and serotypic characterization of Sin Nombre-like viruses in Canadian Peromyscus maniculatus mice", Virus Res. 2001;75:75–86. [PubMed]
  7. Hjelle B. Lee SW. Song W. Torrez-Martinez N, et al. "Molecular linkage of hantavirus pulmonary syndrome to the white-footed mouse, Peromyscus leucopus: genetic characterization of the M genome of New York virus", J Virol. 1995;69:8137–8141. [PMC free article] [PubMed]
  8. Wells RM, Sosa Estani S, Yadon ZE, Enria D, Padula P, Pini N, Mills JN, Peters CJ, Segura EL (April–June 1997). "An unusual hantavirus outbreak in southern Argentina: person-to-person transmission? Hantavirus Pulmonary Syndrome Study Group for Patagonia". Emerg Infect Dis. 3 (2): 171–4. doi:10.3201/eid0302.970210. PMC 2627608. PMID 9204298.
  9. Levis S, Morzunov SP, Rowe JE, Enria D, Pini N, Calderon G, Sabattini M, St Jeor SC (March 1998). "Genetic diversity and epidemiology of hantaviruses in Argentina". J Infect Dis. 177 (3): 529–38. doi:10.1086/514221. PMID 9498428.
  10. Cantoni G, Padula P, Calderón G, Mills J, Herrero E, Sandoval P, Martinez V, Pini N, Larrieu E (October 2001). "Seasonal variation in prevalence of antibody to hantaviruses in rodents from southern Argentina". Trop Med Int Health. 6 (10): 811–6. doi:10.1046/j.1365-3156.2001.00788.x. PMID 11679129.
  11. Peters, C.J. (2006). "Emerging Infections: Lessons from the Viral Hemorrhagic Fevers". Transactions of the American Clinical and Climatological Association. 117: 189–197. PMC 1500910. PMID 18528473.
  12. Crowley, J.; Crusberg, T. "Ebola and Marburg Virus Genomic Structure, Comparative and Molecular Biology". Dept. of Biology & Biotechnology, Worcester Polytechnic Institute. Archived from the original on 2013-10-15.
  13. Litman-Navarro, Kevin. "U.S. Woman Dies From Hantavirus, a Flu-Like Disease Spread by Rodents". Inverse.com.
  14. "CDC - Hantavirus Pulmonary Syndrome (HPS) - Hantavirus". Cdc.gov. 2013-02-06. Retrieved 2013-07-07.
  15. "Death at the Corners". Discover Magazine. 1993-12-01. Retrieved 2013-03-25.