ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା

Coordinates: 20°18′00″N 85°52′00″E / 20.299996°N 85.866544°E / 20.299996; 85.866544
ଉଇକିପିଡ଼ିଆ‌ରୁ
ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା‌, ଭୁବେନଶର
ହାଇ-ଟେକ ଭେଷଜ ମହାବିଦ୍ୟାଳୟ କ୍ୟାମ୍ପସ
ସ୍ଥାପିତ୨୦୦୫
ପ୍ରକାରବେସରକାରୀ ମେଡ଼ିକାଲ କଲେଜ
ଅଧକ୍ଷତିରୁପତି ପାଣିଗ୍ରାହୀ[୧]
ତଳସ୍ନାତକବର୍ଷକୁ ୧୦୦
ଅବସ୍ଥାନଭୁବନେଶ୍ୱର[୨], ଓଡ଼ିଶା, ଭାରତ
20°18′00″N 85°52′00″E / 20.299996°N 85.866544°E / 20.299996; 85.866544
ପରିସରନଗର 42 acres (170,000 m2)
ଅନୁବନ୍ଧନଭାରତୀୟ ମେଡ଼ିକାଲ କାଉନସିଲ
ୱେବସାଇଟଏଚ.ଏମ.ଚି.ଏଚ. ଭୁବନେଶ୍ୱର


ହାଇ-ଟେକ ଭେଷଜ କଲେଜ ଓ ହସ୍ପିଟାଲ (HMCH) ଏକ ବେସରକାରୀ, ଅଣ-ଲାଭକାରୀ, ସ୍ୱ-ଅର୍ଜିତ ମେଡ଼ିକାଲ କଲେଜ ।[୩] ଏହା ୨୦୦୫ ମସିହାରେ ଭାରତୀୟ ମେଡ଼ିକାଲ କାଉନସିଲଠାରୁ ସ୍ୱୀକୃତି ପ୍ରାପ୍ତ ଓଡ଼ିଶାର ପ୍ରଥମ ବେସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ମେଡିକାଲ କଲେଜ ଭାବେ ଭୁବନେଶ୍ୱରଠାରେ[୪] ସ୍ଥାପିତ ହେଇଥିଲା ।[୫][୬] ଏଠାରେ ଥିବା ୪୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ୨୦ଟି ଜରୁରୀକାଳୀନ ଶଯ୍ୟା ସହ ଅତ୍ୟାଧୁନିକ ସୁବିଧାସମୂହ ଥିବା ଅପରେସନ ଥିଏଟର ରହିଛି । କଲେଜରେ MBBS ସହ BDS ଶିକ୍ଷାପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି । 

ଅବସ୍ଥିତି[ସମ୍ପାଦନା]

ଏହାର ଅବସ୍ଥିତି ଭୁବନେଶ୍ୱରର ରସୁଲଗଡ଼ ଛକଠାରୁ କଟକ ଯିବା ରାସ୍ତାରେ ପାଣ୍ଡାରାଠାରେ ରହିଛି । କୁଆଖାଇ ସେତୁଠାରୁ ଏହା ୨ କିଲୋମିଟର ଦୁରରେ ଅବସ୍ଥିତ । 

ଆଧାର [ସମ୍ପାଦନା]

  1. "P'khemundi MlA not to contest 2019 polls". www.dailypioneer.com. daily pioneer. Retrieved 17 July 2019.
  2. S. Bhushan. Dictionary of Education. Prabhat Prakashan. pp. 323–. ISBN 978-93-5186-819-4.
  3. Saksham Chaudhry (23 June 2018). Medical Colleges Around the World. Dr K Chaudhry. pp. 14–. GGKEY:J4C27RNXNGH.
  4. India. Parliament. Rajya Sabha (9 November 2010). Parliamentary Debates.
  5. "HMCH details at MCI". Medical Council of India. Archived from the original on 14 July 2014. Retrieved 14 July 2005.
  6. "HMCH".