ହାଇକ୍ ମେସେଞ୍ଜର୍

ଉଇକିପିଡ଼ିଆ‌ରୁ
Hike Messenger
Screenshot
Hike Messenger, running on Android
ପ୍ରଥମ ରିଲିଜ୍ଡିସେମ୍ବର 12, 2012; 11 years ago (2012-୧୨-12)
ପ୍ରୀଭିଉ ରିଲିଜ୍
  • 4.1.0 (Android, ଡିସେମ୍ବର 20, 2015; 8 years ago (2015-୧୨-20))[୧]
  • 3.5.0 (Windows Phone, ଡିସେମ୍ବର 25, 2015; 8 years ago (2015-12-25))[୨]
  • 2.6.2 (BlackBerry, ମଇ 7, 2014; 9 years ago (2014-05-07))[୩]
  • 4.0.5 (iOS, ଡିସେମ୍ବର 28, 2015; 8 years ago (2015-12-28))[୪]
  • 2.6.0 (Symbian)[୫]
ବିକାଶ ଅବସ୍ଥାActive
Operating systemiOS
Android
Windows Phone
BlackBerry OS
Symbian
Size16 MB
ଉପଲବ୍ଧ ଭାଷା9 languages
ପ୍ରକାରInstant messaging
Voice over IP
ଲାଇସେନ୍ସFreeware
ୱେବସାଇଟget.hike.in

ହାଇକ୍ ମେସେଞ୍ଜର୍ ଏକ କ୍ରସ୍ ପ୍ଲାଟଫର୍ମ ମୋବାଇଲ୍ ମେସେଜିଙ୍ଗ ସେବା ଯହାଦ୍ୱାରା ଇଣ୍ଟରନେଟକୁ ବ୍ୟବହାର କରି, ବ୍ୟବହାରକାରିମାନେ ପରସ୍ପର ସହ ଯୋଗାଯୋଗ ଏବଂ ଭାବର ଆଦାନ ପ୍ରଦାନ କାରି ପାରୁଛନ୍ତି । କେବଳ ଲେଖା ନୁହଁ, ଏହି ହାଇକ୍ ମେସେଞ୍ଜର୍ ବ୍ୟବହାର କରି ଅନେକ ସୁନ୍ଦର ସୁନ୍ଦର ଚିତ୍ର ଏବଂ ଷ୍ଟିକର ମଧ୍ୟ ପଠେଇ ହେଉଛି ।

ହାଇକ୍ ପ୍ରଥମ ଥର ପାଇଁ ୧୨ ଡିସେମ୍ବର ୨୦୧୨ରେ ନିଜ ସେବା ଆରମ୍ଭ କରିଥିଲା[୬] । ଏବଂ ଅପ୍ରେଲ ୨୦୧୩ରେ ଏହାକୁ ଏହାର ପ୍ରଥମ ଫନଡିଂଗ୍ ମିଳିଥିଲା । ହାଇକ୍ ମେସେଞ୍ଜର୍ଟି ଭାରତୀ ଏଂଟରପ୍ରଇସ୍ ଏବଂ ସଫ୍ଟବ୍ୟାଙ୍କର ମିଳିତ ଉଦ୍ୟମରେ ତିଆରି ହୋଇଛି[୭]

ଇତିହାସ[ସମ୍ପାଦନା]

୧୨ ଡିସେମ୍ବର ୨୦୧୨ରେ ଆରମ୍ଭ ହୋଇଥିବା ହାଇକରେ ଫେବୃଆରୀ ୨୦୧୪ ସୁଦ୍ଧା ସମୁଦାୟ ୧୫ ନିୟୁତ ବ୍ୟବହାରକରି ଥିବା ସୂଚନା ମିଳିଛି । ଏହି ସମୟରେ ହାଇକ୍ ନିଜର ଅଭିବୃଦ୍ଧି ପାଇଁ ୧୪ ନିୟୁତ ଡଲାରର ଆୟୋଜନ କରି ପାରିଥିଲା । ଏହାର କିଛି ମାସ ମଧ୍ୟରେ ଏହି ସେବା ସହ ମାଗଣା ମେସେଜିଙ୍ଗ, ଗପସପର ଡିଯାଇନ ପରିବର୍ତ୍ତନ, ଷ୍ଟିକର ସେବା, ଗୁପ୍ତ କଥା ବାର୍ତ୍ତା ଇତ୍ୟାଦି ଯୋଡି ହୋଇଥିଲା ।

ମାଗଣା ଦୁରଭାଷ ପାଇଁ, ହାଇକ୍ କମ୍ପାନୀ ଜିପ୍ ଫୋନ୍ସ ନାମକ ଏକ କମ୍ପାନୀକୁ କ୍ରୟ କରିଥିଲା[୮]

୨୦୧୫ ମସିହାରେ ହାଇକ୍ "Great Indiab Sticker Challenge" ନାମକ ଏକ ପ୍ରତିଯୋଗିତା କରି[୯], ଚିତ୍ର ଶିଳ୍ପୀମାନଙ୍କୁ ନୂଆ ନୂଆ ଷ୍ଟିକର ଡିଯାଇନ ପାଇଁ ଉତ୍ସାହିତ କରାଇଥିଲା । କଳନା ଅନୁସାରେ ହାଇକ୍ର ସମୁଦାୟ ଟ୍ରାଫିକର ୩୦ ପ୍ରତିଶତ କେବଳ ଏହି ଷ୍ଟିକରରୁ ଆସିଥାଏ ।

ଅକ୍ଟୋବର ୨୦୧୫ରେ ହାଇକ୍ର ସିଇଓ ସମସ୍ତଙ୍କୁ ଜଣାଇଥିଲେ ଯେ ହାଇକ୍ର ବ୍ୟବହାରକାରୀଙ୍କ ସଂଖ୍ୟା ୭୦ ନିୟୁତରେ[୧୦] ପହଂଚିଛି ଏବଂ ୨୦ ନିୟୁତରୁ ଅଧିକ ସନ୍ଦେଶ ଦୈନିକ ଆଦାନ ପ୍ରଦାନ ହେଉଛି[୧୧]

ବିଶେଷତା[ସମ୍ପାଦନା]

ସୋସିଆଲ ମେସେଜିଙ୍ଗକୁ ବାଦ ଦେଇ, ହାଇକ୍ ମାଧ୍ୟମରେ ଚିତ୍ର ପଠାପଠି, ଭିଡିଓ ଏବଂ ଅଡିଓ ପଠାପଠି, ବିଭିନ୍ନ ଫାଇଲ ପଠାପଠିର ମଧ୍ୟ ବ୍ୟବସ୍ଥା ଅଛି ।

ଜାନୁଆରୀ ୨୦୧୫ରେ, ହାଇକ୍ରେ ମାଗଣା ଭୟେସ୍ କଲିଂର ସେବା ଆରମ୍ଭ ହୋଇଥିଲା ।[୧୨]

ICC Cricket World Cup ସମୟରେ ହାଇକ୍ CricBuzz ସାଙ୍ଗରେ ହାତମିଳାଇ ନିଜ ବ୍ୟବହାରକାରୀଙ୍କୁ କ୍ରିକେଟର ଅପଡେଟ ଦେଇଥିଲା[ଆଧାର ଲୋଡ଼ା]

ସେପ୍ଟେମ୍ବର ୨୦୧୫ରେ ହାଇକ୍ରେ ଗ୍ରୁପ କଲିଂର ବ୍ୟବସ୍ଥା ମଧ୍ୟ ହୋଇଥିଲା ।[୧୩]

ଗୋପନିୟତା[ସମ୍ପାଦନା]

ହାଇକ୍ ୧୨୮-ବିଟ SSL Encriptionର ବ୍ୟବହାର କରୁଛି । ପଠାଯାଇଥିବା ସନ୍ଦେଶଗୁଡ଼ିକ ବ୍ୟବହାରକାରୀଙ୍କ ଯନ୍ତ୍ରରେ ହିଁ ରହିଥାଏ ।[୧୪] ଏହାକୁ ହାଇକ୍ର ସର୍ଭରରେ ରଖାଯାଏ ନାହିଁ ।

ଅଧାର[ସମ୍ପାଦନା]

  1. "hike messenger". Play Store. Google. Retrieved August 12, 2014.
  2. "hike messenger". Windows Phone Marketplace. Microsoft. Retrieved August 12, 2014.
  3. "hike messenger". BlackBerry World. Retrieved August 12, 2014.
  4. "hike messenger". iTunes Store. Apple Inc. Retrieved August 12, 2014.
  5. "hike messenger". Opera Store. Nokia. Retrieved June 4, 2015.[permanent dead link]
  6. "Hike Launches Globally". Bharti SoftBank. December 12, 2012. Archived from the original on April 2, 2015. Retrieved August 12, 2014.
  7. "BSB invests $7 million in free messaging app 'hike' – after it crosses 5 million users in just 4 months". Bharti SoftBank. April 25, 2013. Archived from the original on July 9, 2014. Retrieved August 12, 2014.
  8. "Hike Messenger buys Zip Phone to offer Internet calls". The Economic Times. January 9, 2015. Retrieved January 9, 2015.
  9. "Hike Messenger launches the 'Great Indian Sticker Challenge'". The Financial Express. Feonline. 5 March 2015. Retrieved 14 March 2015.
  10. "No need to regulate OTT players, says Kavin Mittal as Hike touches 70 million users". IndianExpress. 8 Oct 2015. Retrieved 10 Oct 2015.
  11. "ଆର୍କାଇଭ୍ କପି". Archived from the original on 2016-01-05. Retrieved 2016-01-01. {{cite web}}: Cite has empty unknown parameter: |1= (help)
  12. "Hike Messenger Now Offers Free Voice Calling With 'Hike Calls'".
  13. "Hike Adds Feature That Lets Users Send Messages and Files Without Internet". NDTV. 8 Oct 2015. Retrieved 10 Oct 2015.
  14. "Security". Bharti SoftBank. Archived from the original on 10 October 2014. Retrieved 6 October 2014.