ଡଲାର

ଉଇକିପିଡ଼ିଆ‌ରୁ
  ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର ବ୍ୟବହାର କରୁଥିବା ଦେଶ
  ଦେଶ, ଯେଉଁଗୁଡିକର ପ୍ରଚଳିତ ମୁଦ୍ରା ଡଲାର
  ଦେଶ, ଯେଉଁଠି ପୂର୍ବେ ଡଲାର ନାମକ ମୁଦ୍ରା ପ୍ରଚଳିତ ଥିଲା
ଫାଇଲ:US bill obverse series 2003 A.jpg
୨ ଡଲାର ମୂଲ୍ୟର ଏକ ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର ନୋଟ

ଡଲାର (ଯାହାକି $ ଚିହ୍ନ ପ୍ରଦର୍ଶିତ ହୁଏ) ଯାହାକି ଅନେକ ଗୁଡ଼ିଏ ଭିନ୍ନ ଭିନ୍ନ ଦେଶର ମୁଦ୍ରାର ନାମ । କେବଳ ନାମଟି ସମାନ ହେଲେ ହେଁ ମୁଦ୍ରା ଗୁଡ଼ିକ ଭିନ୍ନ । ଅଷ୍ଟ୍ରେଲିଆ, ବେଲିଜ୍, ବୃନେଇ, କାନଡ଼ା, ହଂକଂ, ଜାମାଇକା, ନାମିବିଆ, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, ସୁରିନାମ, ତାଇୱାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ମୁଦ୍ରାର ନାମ ଡଲାର । ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର ନିମ୍ନୋକ୍ତ ଦେଶମାନଙ୍କ ଆଧିକାରିକ ମୁଦ୍ରା : ପୂର୍ବ ତିମୋର, ଇକୁଆଡ଼ର, ଏଲ ସାଲଭାଡ଼ର, ମାଇକ୍ରୋନେସିଆ ସଙ୍ଘୀୟ ରାଜ୍ୟ, ମାର୍ଶାଲ ଦ୍ୱୀପପୁଞ୍ଜ, ପାଲାଉ, କାରିବିଆନ ନେଦରଲ୍ୟାଣ୍ଡ । ସାଧାରଣତଃ ଗୋଟିଏ ଡଲାର ୧୦୦ ସେଣ୍ଟରେ ବିଭକ୍ତ ।

ଇତିହାସ[ସମ୍ପାଦନା]

୧୫ ଜାନୁଆରୀ ୧୫୨୦ରେ ବୋହେମିଆ ରାଜତ୍ୱରେ ଏକ ନୂଆ ପ୍ରକାର ମୁଦ୍ରାର ପ୍ରଚଳନ ହେଲା । ଏଥିଲାଗି ଆବଶ୍ୟକ ରୂପା ଜୋଆଖିମସ୍ଥାଲ ନାମକ ସ୍ଥାନରେ ଥିବା ଖଣିରୁ ମିଳୁଥିଲା । ଏହି ନାମାନୁସାରେ ମୁଦ୍ରାକୁ ସାଧାରଣ ପ୍ରଚଳନରେ ଥାଲର ବା ଟାଲର କୁହାଯାଉଥିଲା । ଚେକ୍ ଭାଷାରୁ ଏହି ଶବ୍ଦ କାଳକ୍ରମେ ଅପଭ୍ରଂଶ ହୋ‍ଇ ଡଚ୍ ଭାଷା ଦେଇ ଇଂରାଜୀରେ ପହଞ୍ଚିବା ବେଳେ ଡଲାରରେ ପରିଣତ ହେଲା । [୧]

ଡଲାର ଚିହ୍ନ[ସମ୍ପାଦନା]

୧୭୭୦ ପାଖାପାଖି କିଛି ବ୍ୟାବସାୟିକ ପତ୍ରାଚାରରେ ସଂକ୍ଷେପଣ ରୂପେ ସ୍ପାନିଶ୍-ଆମେରିକାନ ପେସୋ ଲାଗି "ps" ବ୍ୟବହାର କରାଯାଉଥିଲା ।[୨][୩] ଏହି ପେସୋକୁ ବ୍ରିଟିଶ ଶାସିତ ଉତ୍ତର ଆମେରିକାରେ ସ୍ପେନୀୟ ଡଲାର ମଧ୍ୟ କୁହାଯାଉଥିଲା । ପରବର୍ତ୍ତୀ ସମୟରେ 's' ଟିକୁ 'p' ଉପରେ ଲେଖାଗଲା ଯେଉଁଥିରୁ "$" ଚିହ୍ନର ଉତ୍ପତ୍ତି ହେଲା । [୪][୫][୬][୭][୮]

ଡଲାରକୁ ମୁଦ୍ରା ଭାବେ ବ୍ୟବହାର କରୁଥିବା ଦେଶମାନଙ୍କ ତାଲିକା[ସମ୍ପାଦନା]

ଦେଶ ମୁଦ୍ରା ISO 4217 ସଙ୍କେତ ପ୍ରଚଳନ ତାରିଖ ପ୍ରଚଳନ ପୂର୍ବ ମୁଦ୍ରା
 ଆଣ୍ଟିଗୁଆ ଓ ବାର୍ବୁଡା ପୂର୍ବ କାରିବୀୟ ଡଲାର XCD
 ଅଷ୍ଟ୍ରେଲିଆ ଓ ଏହାର ଶାସିତ ଅଞ୍ଚଳ ଅଷ୍ଟ୍ରେଲୀୟ ଡଲାର AUD 1966-02-14 ଅଷ୍ଟ୍ରେଲୀୟ ପାଉଣ୍ଡ 1910-1966
ପାଉଣ୍ଡ ଷ୍ଟର୍ଲିଙ୍ଗ 1825-1910
 ବାହାମାସ ବାହାମୀୟ ଡଲାର BSD ବାହାମୀୟ ପାଉଣ୍ଡ
 ବାରବାଡୋସ ବାରବାଡ଼ୀୟ ଡଲାର BBD
 ବେଲିଜ ବେଲିଜ ଡଲାର BZD 1973 ବ୍ରିଟିଶ-ହଣ୍ଡୁରାନ୍ ଡଲାର
ଛାଞ୍ଚ:Country data ବର୍ମୁଡ଼ା ବର୍ମୁଡ଼ା ଡଲାର BMD
 ବୃନେଇ ବୃନେଇ ଡଲାର

(ସିଙ୍ଗାପୁର ଡଲାର ମଧ୍ୟ ଆଧିକାରିକ ମୁଦ୍ରା)

BND

(SGD)

 କାନାଡ଼ା କାନାଡ଼ୀୟ ଡଲାର CAD 1858 କାନାଡ଼ୀୟ ପାଉଣ୍ଡ 1841-1858
ସ୍ପେନୀୟ ଡଲାର 1841 ପୂର୍ବରୁ
ନିଉ ଫାଉଣ୍ଡଲ୍ୟାଣ୍ଡ ଡଲାର, 1949 ପୂର୍ବରୁ ନିଉ ଫାଉଣ୍ଡଲ୍ୟାଣ୍ଡରେ
ଛାଞ୍ଚ:Country data କେମ୍ୟାନ ଦ୍ୱୀପପୁଞ୍ଜ କେମ୍ୟାନ ଦ୍ୱୀପପୁଞ୍ଜ ଡଲାର KYD
 ଡୋମିନିକା ପୂର୍ବ କାରିବୀୟ ଡଲାର XCD
 ପୂର୍ବ ଟିମୋର ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର USD
ଛାଞ୍ଚ:Country data ଇକ୍ୱାଡୋର ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର USD 2001 ଇକୁଆଡ଼ର ସୁକ୍ରେ
 ଏଲ ସାଲଭାଡୋର ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର USD 2001-01-01 ସାଲଭାଡ଼ୋରୀୟ କୋଲୋନ
 ଫିଜି ଫିଜୀୟ ଡଲାର FJD
 ଗ୍ରେନାଡ଼ା ପୂର୍ବ କାରିବୀୟ ଡଲାର XCD
 ଗାୟାନା ଗାୟାନୀୟ ଡଲାର GYD
ଛାଞ୍ଚ:Country data ହଂକଂ ହଂକଂ ଡଲାର HKD 1863 ଟଙ୍କା, ରିଏଲ୍
 ଜାମାଇକା ଜାମାଇକା ଡଲାର JMD 1969 ଜାମାଇକା ପାଉଣ୍ଡ
 କିରିବାତି କିରିବାତି ଡଲାର ତା ସହ ଅଷ୍ଟ୍ରେଲୀୟ ଡଲାର ମଧ୍ୟ ଅଧିକୃତ
 ଲାଇବେରିଆ ଲାଇବେରୀୟ ଡଲାର LRD
 ମାର୍ଶାଲ ଦ୍ୱୀପପୁଞ୍ଜ ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର USD
 ମାଇକ୍ରୋନେସିଆ କେନ୍ଦ୍ରଶାସିତ ପ୍ରଦେଶ ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର USD
 ନାମିବିଆ ନାମିବୀୟ ଡଲାର ତା ସହ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ ମଧ୍ୟ ଅଧିକୃତ NAD 1993 ଦକ୍ଷିଣ ଆଫ୍ରିକୀୟ ରାଣ୍ଡ
 ନାଉରୁ ଅଷ୍ଟ୍ରେଲୀୟ ଡଲାର AUD
 ନିଉଜିଲ୍ୟାଣ୍ଡ ଓ ଏହାର ଶାସିତ ଅଞ୍ଚଳ ନିଉଜିଲ୍ୟାଣ୍ଡ ଡଲାର NZD 1967 ନିଉଜିଲ୍ୟାଣ୍ଡ ପାଉଣ୍ଡ
 ପାଲାଉ ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର USD
ଛାଞ୍ଚ:Country data ସେଣ୍ଟ କିଟ୍ସ ଓ ନେଭିସ ପୂର୍ବ କାରିବୀୟ ଡଲାର XCD
 ସେଣ୍ଟ ଲୁସିଆ ପୂର୍ବ କାରିବୀୟ ଡଲାର XCD
ଛାଞ୍ଚ:Country data ସେଣ୍ଟ ଭିନ୍ସେଣ୍ଟ ଓ ଗ୍ରେନାଡ଼ିନ ପୂର୍ବ କାରିବୀୟ ଡଲାର XCD
 ସିଙ୍ଗାପୁର ସିଙ୍ଗାପୁର ଡଲାର SGD
 ସୋଲୋମନ ଦ୍ୱୀପପୁଞ୍ଜ ସୋଲୋମନ ଦ୍ୱୀପପୁଞ୍ଜ ଡଲାର SBD
 ସୁରିନାମ ସୁରିନାମୀୟ ଡଲାର SRD 2004 ସୁରିନାମୀୟ ଗିଲ୍ଡର
ଛାଞ୍ଚ:Country data ତାଇୱାନ ନୂତନ ତାଇୱାନ ଡଲାର TWD 1949
 ତ୍ରିନିଦାଦ ଓ ଟବାଗୋ ତ୍ରିନିଦାଦ ଓ ଟବାଗୋ ଡଲାର TTD
 ଟୁଭାଲୋ ଟୁଭାଲୋ ଡଲାର ତା ସହ ଅଷ୍ଟ୍ରେଲୀୟ ଡଲାର
 ଯୁକ୍ତରାଷ୍ଟ୍ର ଆମେରିକା ଓ ଏହାର ଶାସିତ ଅଞ୍ଚଳ ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର USD 1792 ସ୍ପେନୀୟ ଡଲାର
 ଜିମ୍ବାୱେ ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର USD ଜିମ୍ବାୱେ ଡଲାର

ଆଧାର[ସମ୍ପାଦନା]

  1. "Why Is The Dollar Sign A Letter S?". Observation Deck. Archived from the original on 2015-05-04. Retrieved 2015-02-09.
  2. Lawrence Kinnaird (July 1976). "The Western Fringe of Revolution," The Western Historical Quarterly 7(3), 259.
  3. "Origin of Dollar Sign is Traced to Mexico", Popular Science, 116 (2): 59, 1930, ISSN 0161-7370
  4. Florian Cajori ([1929]1993). A History of Mathematical Notations (Vol. 2), 15-29.
  5. Arthur S. Aiton and Benjamin W. Wheeler (May 1931). "The First American Mint", The Hispanic American Historical Review 11(2), 198 and note 2 on 198.
  6. Nussbaum, Arthur (1957). A History of the Dollar. New York: Columbia University Press. p. 56.
  7. Riesco Terrero, Ángel (1983). Diccionario de abreviaturas hispanas de los siglos XIII al XVIII: Con un apendice de expresiones y formulas juridico-diplomaticas de uso corriente. Salamanca: Imprenta Varona, 350. ISBN 84-300-9090-8
  8. {{citation}}: Empty citation (help) web |url= http://www.moneyfactory.gov/faqlibrary.html |title= 'What is the origin of the $ sign?' in FAQ Library |author= Bureau of Engraving and Printing |accessdate=December 14, 2010}}