Jump to content

ହର୍ପାଞ୍ଜିନା

ଉଇକିପିଡ଼ିଆ‌ରୁ
Herpangina
An example of herpangina in a child
ବିଭାଗInfectious disease
ଲକ୍ଷଣThroat ulcers, fever[]
ଆକ୍ରାନ୍ତ ସମୟ3 to 5 days post exposure[]
ଅବଧି1 week[]
କାରଣEnteroviruses[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and exam[]
ସଠିକ ରୋଗ ନିର୍ଣ୍ଣୟHand, foot, and mouth disease, Kawasaki disease, Rocky Mountain spotted fever, eczema herpeticum, toxic shock syndrome[][]
ଔଷଧIbuprofen and paracetamol (acetaminophen)[][]
ଚିକିତ୍ସାSupportive care[][]
PrognosisGenerally good[]
ପୁନଃପୌନିକRelatively common[]

ହର୍ପାଞ୍ଜିନା ବା ଗଳା ଫୋଟକା ରୋଗ ଏକ ପ୍ରକାର ଭୂତାଣୁ ସଂକ୍ରମଣ ଯୋଗୁ ହୋଇଥାଏ ଯେଉଁଥିରେ ଗଳା ପଛ ପାଖରେ ଛୋଟ ଛୋଟ ଫୋଟକା ହୋଇଯାଏ ।[] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଗଳା ଯନ୍ତ୍ରଣା, ଜ୍ୱର, ଅରୁଚି, ଏବଂ ପେଟ ଯନ୍ତ୍ରଣା ହୋଇପାରେ। [] [] ସଂସ୍ପର୍ଶରେ ଆସିବାର ପ୍ରାୟ ୪ ଦିନ ପରେ ରୋଗ ଆରମ୍ଭ ହୁଏ ।[] ଜଟିଳତାରେ କ୍ୱଚିତ୍ ନିର୍ଜଳନ, ଆସେପ୍ଟିକ ମେନିଞ୍ଜାଇଟିସ ବା ଏନସେଫାଲାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ। []

ଏହା ଏଣ୍ଟେରୋଭାଇରସ୍ ଗୋଷ୍ଠୀର ଜୀବାଣୁମାନଙ୍କଦ୍ୱାରା ସୃଷ୍ଟି ହୋଇଥାଏ ।[] କ‌କ୍ସସାକିଭୂତାଣୁ ଏ ଓ ବି ଏବଂ ଇକୋଭୂତାଣୁ ମୂଖ୍ୟତଃ ଏହି ରୋଗ ସୃଷ୍ଟି କରିଥାଆନ୍ତି ।[] ଏହି ରୋଗ ଦିବାଯତ୍ନ ଅନୁଷ୍ଠନ କିମ୍ବା ବିଦ୍ୟାଳୟରେ ପିଲାମାନଙ୍କ ମଧ୍ୟରେ ବ୍ୟାପିଥାଏ। [] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼େଇବା ପରେ ପରେ ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ ।[] ଜଟିଳ ପରିସ୍ଥିତିରେ ଗଳା ପରୀକ୍ଷା କରିବା ଉପଯୋଗୀ ହୋଇପାରେ | []

ଚିକିତ୍ସାରେ ସାଧାରଣତଃ ଆଇବୁପ୍ରୋଫରନ୍ ଏବଂ ପାରାସେଟାମୋଲ ଦେଇ ସ‌ହାୟକ ଚିକିତ୍ସା କରାଯାଏ ।[] [] ପାଟିରେ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ଦେବାକୁ ସୁପାରିଶ କରାଯାଏ | [] ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଭୂତାଣୁ ବିରୋଧୀ ଔଷଧ ନାହିଁ । [] ଲକ୍ଷଣ ସାଧାରଣତଃ ୪ ଦିନ ମଧ୍ୟରେ ଉପଶମ ହୋଇଯାଏ ଏବଂ ମୁଖ ଫୋଟକା ଏକ ସପ୍ତାହ ମଧ୍ୟରେ ଆରୋଗ୍ୟ ହୋଇଯାଏ । []

ହର୍ପାଞ୍ଜିନା ଅପେକ୍ଷାକୃତ ସାଧାରଣ ରୋଗ ଓ ମଡ଼କ ଭାବରେ ଦେଖାଯାଏ । [] [] ଏହା ସାଧାରଣତଃ ପିଲାମାନଙ୍କଠାରେ ଦେଖାଯାଏ, ଶିଶୁ ଏବଂ ଛୋଟ ବୟସ୍କମାନେ ମଧ୍ୟ ପ୍ରଭାବିତ ହୋଇପାରନ୍ତି | [] ଅଧିକାଂଶ ଘଟଣା ଗ୍ରୀଷ୍ମ କିମ୍ବା ବର୍ଷା କାଳରେ ହୋଇଥାଏ । [] ଏହା ପ୍ରଥମେ ୧୯୨୦ ମସିହାରେ ଜନ ଜାହୋର୍ସ୍କି ବର୍ଣ୍ଣନା କରିଥିଲେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ Corsino, CB; Ali, R; Linklater, DR (January 2021). "Herpangina". PMID 29939569. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ "AboutKidsHealth". www.aboutkidshealth.ca (in କାନାଡିୟ ଇଂରାଜୀ). Retrieved 1 May 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Ongole, Ravikiran; N, Praveen B. (2014). Textbook of Oral Medicine, Oral Diagnosis and Oral Radiology - E-Book (in ଇଂରାଜୀ). Elsevier Health Sciences. p. 180. ISBN 978-81-312-3799-1.
  4. "Herpangina | DermNet NZ". dermnetnz.org. Retrieved 1 May 2021.