ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ | |
---|---|
ସ୍ଥାପିତ | ୩ ଡିସେମ୍ବର ୧୯୭୫ |
ପ୍ରକାର | ଭାରତ ସରକାରଙ୍କ ପ୍ରଶିକ୍ଷଣ ଏବଂ ଗବେଷଣା କେନ୍ଦ୍ର |
ନିର୍ଦ୍ଦେଶକ | ଡ. ଧର୍ମେନ୍ଦ୍ର କୁମାର |
ଛାତ୍ର ଛାତ୍ରୀ ସଂଖ୍ୟା | ୬୪୭/ପ୍ରତିବର୍ଷ |
ଅବସ୍ଥାନ | ଓଲଟପୁର, କଟକ, ଓଡ଼ିଶା, ଭାରତ |
ପରିସର | ଓଲଟପୁର, କଟକ ଏବଂ ଭୁବନେଶ୍ୱରଠାରୁ ୩୦ କି.ମି. |
ୱେବସାଇଟ | http://nirtar.nic.in/ |
ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ[୧] ଅଧୀନ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଳକ ଅନ୍ତର୍ଗତ ଓଲଟପୁରଠାରେ ଅବସ୍ଥିତ ।[୨] ପ୍ରଥମେ ଇଂ. ବିଜୟରାମ ମିଶ୍ରଙ୍କ ଘରୋଇ ଉଦ୍ୟମରେ ଏହା ଜନତା ହସ୍ପିଟାଲ ଭାବେ ମୁଖ୍ୟତଃ ହାଡ଼ଭଙ୍ଗା ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଥିଲା । ବର୍ତ୍ତମାନ ଏହା ୨୫ ଏକର ପରିମିତ ସ୍ଥାନରେ ପରିବ୍ୟାପ୍ତ ୧୦୦ ଶଯ୍ୟାବିଶିଷ୍ଠ ଅତ୍ୟାଧୁନିକ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନରେ ପରିବର୍ତ୍ତିତ ହୋଇଛି । ନନ୍ଦିନୀ ଶତପଥୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୦୫ ମସିହାରେ ୧୪କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରତିଷ୍ଠାନର ନୂତନ କୋଠାକୁ ତତ୍କାଳୀନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଉଦଘାଟନ କରିଥିଲେ । ଶାରୀରିକ ଭିନ୍ନକ୍ଷମ ଓ ଅସ୍ଥିଶଲ୍ୟ ଚିକିତ୍ସା ପାଇଁ ପ୍ରସିଦ୍ଧ ଏହି ଅନୁଷ୍ଠାନରେ ଫିଜିଓ ଥେରାପି, ଶଲ୍ୟ ଚିକିତ୍ସା, ଅକୁପେସନାଲ ଥେରାପି, ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ବିଭାଗ ରହିଛି ।[୩]
ଆଧାର
[ସମ୍ପାଦନା]- ↑ Lakshman Prasad (1994). Rehabilitation of the physically handicapped. Konark Publishers.
- ↑ Amiteshwar Ratra (2007). Locomotor Disabled: Psychosocial Pattern. Mittal Publications. pp. 119–. ISBN 978-81-8324-232-5.
- ↑ Jayanti Ghose. A Handbook of Jobs and Careers. Publications Division Ministry of Information & Broadcasting. pp. 131–. ISBN 978-81-230-2280-2.