ସ୍ୱାମୀ ନାରାୟଣ

ଉଇକିପିଡ଼ିଆ ରୁ
Jump to navigation Jump to search
ସ୍ୱାମୀ ନାରାୟଣ
સ્વામિનારાયણ
ଶିକ୍ଷାପତ୍ରୀକାର ରଚନା କରୁଥିବା ବେଳେ ସ୍ୱାମୀ ନାରାୟଣ
ଜନ୍ମଘନଶ୍ୟାମ ପାଣ୍ଡେ
3 ଏପ୍ରିଲ 1781
Chhapaiya (ବର୍ତ୍ତମାନ-ଦିନ ଉତ୍ତର ପ୍ରଦେଶ, ଭାରତ)
ମୃତ୍ୟୁ୧ ଜୁନ ୧୮୩୦ (୪୯ ବର୍ଷ)
Gadhada (ବର୍ତ୍ତମାନ-ଦିନ ଗୁଜରାଟ, ଭାରତ)
ସଂସ୍ଥାପକସ୍ୱାମୀ ନାରାୟଣ
ଗୁରୁସ୍ୱାମୀ ରାମାନନ୍ଦ
ସ୍ୱାମୀ ନାରାୟଣଙ୍କ ଜନ୍ମ; ସ୍ୱାମୀ ନାରାୟଣ ଏବଂ ତାଙ୍କ ମାତା (ଭକ୍ତି ମାତା)

ସ୍ୱାମୀ ନାରାୟଣ କିମ୍ବା ସହଜାନନ୍ଦ ସ୍ୱାମୀ (IAST: Svāmīnārāyaṇa) (୩ ଏପ୍ରିଲ ୧୭୮୧ - ୧ ଜୁନ ୧୮୩୦), ହିନ୍ଦୁ ଧର୍ମର ସ୍ୱାମୀ ନାରାୟଣ ସମ୍ପ୍ରଦାୟର ସଂସ୍ଥାପକ ଥିଲେ । ସେ ଜଣେ ଯୋଗୀ ଓ ତପସ୍ୱୀ ଥିଲେ ଯାହାଙ୍କ ଜୀବନ ଏବଂ ଶିକ୍ଷା ଧର୍ମ[୧], ଅହିଂଶା[୨][୩] ଓ ବ୍ରହ୍ମାଚାର୍ଯ୍ୟର କେନ୍ଦ୍ରୀୟ ହିନ୍ଦୁ ପ୍ରଥାକୁ ପୁନର୍ଜୀବିତ କରିଥିଲେ ।[୧] । ତାଙ୍କୁ ଅନୁଗାମୀ ମାନଙ୍କଦ୍ୱାରା ଭଗବାନଙ୍କ ଅଭିବ୍ୟକ୍ତି ଋପେ ଗ୍ରହଣ କରାଯାଏ ।[୪][୫] ଭାଗବତ ପୁରାଣ ଓ ପଦ୍ମ ପୁରାଣରେ ସ୍ୱାମୀ ନାରାୟଣଙ୍କ ଅବତାରର ସଙ୍କେତ ରହିଛି ।[୬] | ସ୍ୱାମୀ ନାରାୟଣଙ୍କ ଶିକ୍ଷାପତ୍ରୀକା ; ସ୍ୱାମୀ ନାରାୟଣ ସମ୍ପ୍ରଦାୟର ମୂଳ ଗ୍ରନ୍ଥ ଅଟେ ।

ସ୍ୱାମୀ ନାରାୟଣଙ୍କ ଜନ୍ମ ୧୭୮୧ ମସିହାରେ ଛପୈୟା, ଉତ୍ତରପ୍ରଦେଶ, ଭାରତରେ ଘନଶ୍ୟାମ ପାଣ୍ଡେଙ୍କ ରୂପେ ହୋଇଥିଲା । ୧୭୯୨ ମସିହାରେ ସେ ୧୧ ବର୍ଷ ବୟସରେ ଭାରତ ବର୍ଷରେ ୭ ବର୍ଷର ତୀର୍ଥଯାତ୍ରା ଆରମ୍ଭ କରିଥିଲେ, ଯାହାର ନାମ ନୀଳକଣ୍ଠ ବରଣୀ ଥିଲା । ଏହି ଯାତ୍ରା ଅନୁଶାରେ ସେ କଲ୍ୟାଣକାରୀ ଗତିବିଧି ଏବଂ ଏହି ଯାତ୍ରାର ୯ ବର୍ଷ ୧୧ ମାସ ପରେ, ସେ ୧୭୯୯ ମସିହା ପାଖାପାଖି ଗୁଜରାଟ ରାଜ୍ୟରେ ବସବାସ କରିଥିଲେ । ୧୮୦୦ ମସିହାରେ ତାଙ୍କୁ ତାଙ୍କ ଗୁରୁ ସ୍ୱାମୀ ରାମାନନ୍ଦ, ଉଦ୍ଧବ ସମ୍ପ୍ରଦାୟରେ ଦୀକ୍ଷା ଦେଇଥିଲେ ଓ ତାଙ୍କୁ ସହଜାନନ୍ଦ ସ୍ୱାମୀ ନାମ ଦିଆଗଲା । ୧୮୦୨ ମସିହାରେ ତାଙ୍କ ଗୁରୁ ମୃତ୍ୟୁ ପୂର୍ବରୁ ଉଦ୍ଧବ ସମ୍ପ୍ରଦାୟର ନେତୃତ୍ୱ ନାରାୟଣଙ୍କୁ ସମ୍ଭାଳୀବାକୁ ଦେଇଥିଲେ । ସହଜାନନ୍ଦ ସ୍ୱାମୀ ଏକ ସଭା ଆୟୋଜିତ କରିଥିଲେ ଏବଂ ସେହି ସଭାରେ ସ୍ୱାମୀ ନାରାୟଣ ମନ୍ତ୍ର ଶିଖେଇଥିଲେ । ଏହି ଦୃଷ୍ଟିରୁ ସେ ସ୍ୱାମୀ ନାରାୟଣ ସମ୍ପ୍ରଦାୟ ଋପେ ଗ୍ରହଣୀୟ ହୋଇଥିଲେ ।

ସ୍ୱାମୀ ନାରାୟଣ ବ୍ରିଟିଶ ରାଜ୍ୟ ସହିତ ଏକ ଭଲ ସମ୍ପର୍କର ବିକଶିତ ହୋଇଥିଲେ ।[୭][୮] ସେ ନିଜ ଜୀବନ କାଳରେ ଛ ଗୋଟି ମନ୍ଦିରର ନିର୍ମାଣ କରିଥିଲେ [୯] ଏବଂ ତାଙ୍କ ଦର୍ଶନକୁ ଖେଳାଇବା ପାଇଁ 500 ପରମହଂସ ନିଯୁକ୍ତ କରିଥିଲେ ।[୧୦] 1826 ମସିହାରେ, ସ୍ୱାମୀ ନାରାୟଣ ସାମାଜିକ ସିଦ୍ଧାନ୍ତର ପୁସ୍ତକ "ଶିକ୍ଷାଶ୍ରୀ" ଲେଖିଥିଲେ ।[୧୧] 1 ଜୁନ 1830 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଗୁଜରାଟରେ ହିନ୍ଦୁ ସଂସ୍କାର ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଗଲା । ନିଜ ମୃତ୍ୟୁ ପୂର୍ବରୁ ସ୍ୱାମୀ ନାରାୟଣ ନିଜ ଭଣଜାଙ୍କୁ ଆଚାର୍ଯ୍ୟ ରୂପେ ନିଯୁକ୍ତ କରିଥିଲେ, ଯିଏ ସ୍ୱାମୀ ନାରାୟଣ ସମ୍ପ୍ରଦାୟର ମୁଖିଆ ଥିଲେ । ସ୍ୱାମୀ ନାରାୟଣଙ୍କ ସମ୍ପ୍ରଦାୟରେ ମହିଳା [୧୨] ଏବଂ ଗରିବ ମାନଙ୍କ ସୁଧାର ପାଇଁ ବହୁତ ସ୍ମରଣୀୟ କାର୍ଯ୍ୟ କରାଯାଏ ।[୧୩]

ବାଲ୍ୟକାଳ[ସମ୍ପାଦନା]

ସ୍ୱାମୀ ନାରାୟଣଙ୍କ ଜନ୍ମ 3 ଏପ୍ରିଲ 1781 ମସିହାରେ ଉତ୍ତର ପ୍ରଦେଶ ନିକଟ ଏକ ଗ୍ରାମରେ ବ୍ରାହ୍ମଣ ପରିବାରରେ ହୋଇଥିଲା । ସ୍ୱାମୀ ନାରାୟଣଙ୍କ ନାମ "ଘନଶ୍ୟାମ ପାଣ୍ଡେ", ତାଙ୍କ ମାତା-ପିତା, ହରିପ୍ରସାଦ ପାଣ୍ଡେ (ପିତା)ଙ୍କ ନାମରେ ରଖାଯାଇଥିଲା । ତାଙ୍କୁ ଧର୍ମଦେବ ନାମରେ ମଧ୍ୟ ଜଣା ଯାଇଥାନ୍ତି ଏବଂ ପ୍ରେମବତୀ ପାଣ୍ଡେ (ମାତା), ଯାହାଙ୍କୁ ଶକ୍ତିମାତା କିମ୍ବା ମୂର୍ତ୍ତ ଦେବୀଙ୍କ ନାମରେ ମଧ୍ୟ ଜଣା ଯାଇଥାନ୍ତି । [୧୪] ସ୍ୱାମୀ ନାରାୟଣଙ୍କ ଜନ୍ମ ରାମ ନବମୀ ଦିନ ହୋଇଥିଲା । ସ୍ୱାମୀ ନାରାୟଣଙ୍କ ବଡ଼ ଭାଇ ରାମ ପ୍ରତାପ ପାଣ୍ଡେ ଏବଂ ଛୋଟ ଭାଇ ଇଚ୍ଛାରାମ ପାଣ୍ଡେ ଥିଲେ ।[୧୫] ସ୍ୱାମୀ ନାରାୟଣ ହିନ୍ଦୁ ଗ୍ରନ୍ଥ ଶାସ୍ତ୍ରରେ ମହାରତ ହାସିଲ କରିଥିଲେ, ଯେଉଁଥିରେ ବେଦ, ଉପନିଷଦ, ପୁରାଣ, ରାମାୟଣମହାଭାରତ ସାମିଲ ରହିଥିଲା ।[୧୬]

ନୀଳକଣ୍ଠ ଭର୍ଣ୍ଣିଙ୍କ ରୂପେ ଯାତ୍ରା[ସମ୍ପାଦନା]

ନିଜ ମାତା-ପିତାଙ୍କ ମୃତ୍ୟୁ ପରେ, ଘନଶ୍ୟାମ 29 ଜୁନ 1792 ମସିହାରେ ନିଜ ଘର ଛାଡ଼ି ଦେଇଥିଲେ । ସେ ନିଜ ଯାତ୍ରାରେ ନୀଳକଣ୍ଠ ବର୍ଣ୍ଣିଙ୍କ ନାମ ନେଇଥିଲେ । ନୀଳକଣ୍ଠ ବର୍ଣ୍ଣି ଏକ ଆଶ୍ରମ କିମ୍ବା ଧର୍ମଶାଳାର ଅନୁସନ୍ଧାନରେ ସମଗ୍ର ଭାରତନେପାଳରେ କିଛି ଅଞ୍ଚଳର ଯାତ୍ରା କରିଥିଲେ ଯାହା ବେଦାନ୍ତ, ସଂଖ୍ୟା, ଯୋଗ ଓ ପଞ୍ଚତନ୍ତ୍ର ଭଳି ହିନ୍ଦୁ ଦର୍ଶନର ଚାରିଗୋଟି ପ୍ରାଥମିକ ବିଦ୍ୟାଳୟ ସମ୍ବନ୍ଧରେ ସଠିକ ବିଚାର ରଖିଥାଏ । ଏହିପରି ଆଶ୍ରମକୁ ଖୋଜିବା ପାଇଁ , ନୀଳକଣ୍ଠ ବର୍ଣ୍ଣି ମୂଳ ବୈଷ୍ଣବ ବେଦାନ୍ତ ଶ୍ରେଣୀରେ ନିମ୍ନ ଲିଖିତ ପାଞ୍ଚୋଟି ପ୍ରଶ୍ନ ପଚାରିଥିଲେ :[୧୭]

  • ଜିଭା (Jiva)ର ଅର୍ଥ କଣ ?
  • ଈଶ୍ୱର (Ishvara)ର ଅର୍ଥ କଣ ?
  • ମାୟା (Maya)ର ଅର୍ଥ କଣ ?
  • ବ୍ରାହ୍ମଣ (Brahman)ର ଅର୍ଥ କଣ ?
  • ପାରା ବ୍ରାହ୍ମଣ (Para Brahman)ର ଅର୍ଥ କଣ ?

ନୀଳକଣ୍ଠ ବର୍ଣ୍ଣି ପୁରୀ, ଓଡ଼ିଶା ଜଗନ୍ନାଥ ମନ୍ଦିର ସହିତ ବଦ୍ରିନାଥ, ରାମେଶ୍ୱର, ନାସିକ ଓ ଦ୍ୱାରିକରେ ସମଗ୍ର ମନ୍ଦିରର ଦର୍ଶନ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Jones, Lindsay (2005). Encyclopedia of Religion. Farmington Hills: Thomson Gale. p. 8889. ISBN 978-0-02-865984-8.
  2. Williams, Raymond Brady (2001). An introduction to Swaminarayan Hinduism. Cambridge University Press. p. 173. ISBN 978-0-521-65422-7.
  3. Meller, Helen Elizabeth (1994). Patrick Geddes: social evolutionist and city planner. Routledge. p. 159. ISBN 978-0-415-10393-0.
  4. Kim, Hanna (2010-02-19). "Public Engagement and Personal Desires: BAPS Swaminarayan Temples and their Contribution to the Discourses on Religion". International Journal of Hindu Studies (in ଇଂରାଜୀ). 13 (3): 357–390. doi:10.1007/s11407-010-9081-4. ISSN 1022-4556.
  5. Jones, Lindsay (2005). Encyclopedia of religion. Detroit : Macmillan Reference USA/Thomson Gale, c2005. p. 8890. ISBN 978-0028659824.
  6. Williams 2001, p. 77
  7. Paramtattvadas, Sadhu; Williams, Raymond Brady; Amrutvijaydas, Sadhu (April 2016). Swaminarayan and British Contacts in Gujarat in the 1820s. Oxford University Press. pp. 58–93. doi:10.1093/acprof:oso/9780199463749.003.0005. ISBN 9780199086573.
  8. Hatcher, Brian A. (April 2016). "Situating the Swaminarayan Tradition in the Historiography of Modern Hindu Reform". Swaminarayan Hinduism. Oxford University Press. pp. 6–37. doi:10.1093/acprof:oso/9780199463749.003.0002. ISBN 9780199086573.
  9. Vasavada, Rabindra (April 2016). "Swaminarayan Temple Building". Swaminarayan Hinduism. Oxford University Press. pp. 257–273. doi:10.1093/acprof:oso/9780199463749.003.0016. ISBN 9780199086573.
  10. Swami, Manjukeshanand (1831). Paramhansa Namamala. Vadtal, India: Vadtal Swaminarayan Mandir.
  11. Parikh, Vibhuti (April 2016). "The Swaminarayan Ideology and Kolis in Gujarat". Swaminarayan Hinduism. Oxford University Press. pp. 94–114. doi:10.1093/acprof:oso/9780199463749.003.0006. ISBN 9780199086573.
  12. Raval, Suresh (2012). Renunciation, Reform and Women in Swaminarayan Hinduism. Ahmedabad, Gujarat, India: Shahibaug Swaminarayan Aksharpith.
  13. Mangalnidhidas, Sadhu (April 2016). Sahajanand Swami's Approach to Caste. Oxford University Press. pp. 115–128. doi:10.1093/acprof:oso/9780199463749.003.0007. ISBN 9780199086573.
  14. Williams 2001, p. 13
  15. Makarand R. Paranjape (2005). Dharma and development: the future of survival. Samvad India. p. 111. ISBN 978-81-901318-3-4. Retrieved 12 September 2009.
  16. M. Gupta (2004). Let's Know Hindu Gods and Goddesses. Star Publications. p. 33. ISBN 978-81-7650-091-3. Retrieved 15 May 2009.
  17. Williams 2001, p. 36