ସ୍ୱଳ୍ପ ବିକଶିତ ବାମ ହୃତ୍‌ପିଣ୍ଡ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Hypoplastic left heart syndrome
Cyanotic heart disease - hypoplastic left heart[୧]
Illustration of heart suffering from hypoplastic left heart syndrome
ବିଭାଗCardiac surgery
ଲକ୍ଷଣShortness of breath, bluish skin[୨]
ଆକ୍ରାନ୍ତ ସମୟPresent at birth[୩]
କାରଣUsually unknown[୨]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound[୩]
ସଠିକ ରୋଗ ନିର୍ଣ୍ଣୟCoarctation of the aorta, aortic stenosis, Shone's syndrome[୩]
ଚିକିତ୍ସାProstaglandin E1, surgery, comfort care[୩]
PrognosisHigh risk of disability or death[୩]
ପୁନଃପୌନିକ1 in 5,000 newborns[୩]

ସ୍ୱଳ୍ପ ବିକଶିତ ବାମ ହୃତ୍‌ପିଣ୍ଡ ସିଣ୍ଡ୍ରୋମ (Hypoplastic left heart syndrome/ HLHS ) ଏକ ଜନ୍ମଗତ ହୃତ୍‌ପିଣ୍ଡ ତ୍ରୁଟି ରୋଗ ଯେଉଁଥିରେ ହୃତ୍‌ପିଣ୍ଡର ବାମ ପାର୍ଶ୍ୱ ଗୁରୁତର ଭାବରେ ବିକଶିତ ହୋଇନଥାଏ | [୩] ଏହି ରୋଗରେ ବାମ ନିଳୟ, ଆଓର୍ଟା, ଆଓର୍ଟା ଭଲଭ ଓ ମାଇଟ୍ରାଲ ଭଲଭ ପ୍ରଭାବିତ ହୋଇଥାଏ । [୩] ଜୀବନର ପ୍ରଥମ କିଛି ଦିନ ଶିଶୁଟି ସ୍ୱାଭାବିକ ଦେଖାଯାଏ, କିନ୍ତୁ ପରେ ସେମାନଙ୍କର ଶୀଘ୍ର ନିଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୁଏ | [୨] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ନୀଳ ଚର୍ମ ସ‌ହିତ ଅମ୍ଳଜାନ ସାନ୍ଦ୍ରତା ୭୫ରୁ ୮୫% ରହେ । [୩]

ଏହାର କାରଣ ସାଧାରଣତଃ ଜଣା ପଡିନାହିଁ | [୨] ଏହା ଟର୍ନର, ଡାଇଜର୍ଜ ସିଣ୍ଡ୍ରୋମ, ଏବଂ ଡାଉନ ସିଣ୍ଡ୍ରୋମ ଭଳି ଅନେକ ଜେନେଟିକ ରୋଗ ସହିତ ଜଡ଼ିତ ଥାଏ | [୩] ପ୍ରସବପୁର୍ବ ଅଲଟ୍ରାସାଉଣ୍ଡଦ୍ୱାରା ସାଧାରଣତଃ ଏହି ରୋଗ ନିର୍ଣ୍ଣୟ କରାଯାଏ | [୩]

ପ୍ରାରମ୍ଭିକ ଚିକିତ୍ସାରେ ଆରାମ ଦାୟକ ଯତ୍ନ ବା ପ୍ରୋଷ୍ଟାଗ୍ଲାଡିନ ଇ୧ ଦିଆଯାଏ | [୩] ଆନ୍ତନିଳୟ ପରଦା ବା ସେପ୍ଟମରେ ଏକ ଛିଦ୍ର କରିବା ଆବଶ୍ୟକ ପଡ଼ିପାରେ । [୩] ଏହା ତିନୋଟି ଅସ୍ତ୍ରୋପଚାରରଦ୍ୱାରା ଅନୁସରଣ କରାଯାଇପାରେ | [୩] ଅସ୍ତ୍ରୋପଚାର ପର୍ଯ୍ୟନ୍ତ ଶିଶୁକୁ ରକ୍ଷା କରିବା ପାଇଁ ଏସିଏମଓ ବ୍ୟବ‌ହାର କରାଯାଏ । [୩] ଚିକିତ୍ସା ବିନା ପିଲାମାନେ ଜୀବନର ପ୍ରଥମ ସପ୍ତାହ ମଧ୍ୟରେ ମରିଯାଆନ୍ତି | [୩] ଚିକିତ୍ସା ସହିତ ପ୍ରାୟ ୬୬% ପିଲା ଅତି କମରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚନ୍ତି। [୩]

ଏହା ଏକ ବିରଳ ରୋଗ ଅଟେ ଓ ୫,୦୦୦ ନବଜାତଙ୍କ ମଧ୍ୟରୁ ଜଣକର ଏହି ରୋଗ ଥାଏ | [୩] ଜନ୍ମଗତ ହୃଦ୍ ରୋଗରେ ଏହାର ସଂଖ୍ୟା ପ୍ରାୟ ୩% ହୋଇଥାଏ। [୩] ଏହା ପ୍ରଥମେ ୧୯୫୨ ମସିହାରେ ଲେଭ୍ ବର୍ଣ୍ଣନା କରିଥିଲେ | [୪] ଜନ୍ମ ପୂର୍ବରୁ ଏହି ରୋଗ ନିର୍ଣ୍ଣୟ ହେଲେ ୧୨%ରୁ ୪୮% ପିତାମାତା ଗର୍ଭପାତ ନିମନ୍ତେ ସମ୍ମତି ପ୍ରଦାନ କରନ୍ତି । [୩]  

ଆଧାର[ସମ୍ପାଦନା]

  1. "Hypoplastic left heart syndrome: MedlinePlus Medical Encyclopedia". medlineplus.gov (in ଇଂରାଜୀ). Retrieved 28 May 2019.
  2. ୨.୦ ୨.୧ ୨.୨ ୨.୩ "Congenital Heart Defects - Facts about Hypoplastic Left Heart Syndrome". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 19 November 2019. Retrieved 6 February 2021.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ Kritzmire, SM; Cossu, AE (January 2020). "Hypoplastic Left Heart Syndrome". PMID 32119463. {{cite journal}}: Cite journal requires |journal= (help)
  4. Rychik, Jack; Wernovsky, Gil (2003). Hypoplastic Left Heart Syndrome (in ଇଂରାଜୀ). Springer Science & Business Media. p. 39. ISBN 978-1-4020-7319-9.