ପ୍ରୋସ୍ଟାଗ୍ଲାଣ୍ଡିନ ଇ୧
Clinical data | |
---|---|
Trade names | Caverject, Muse, others |
AHFS/Drugs.com | monograph |
MedlinePlus | a695022 |
Pregnancy category |
|
Routes of administration | IV |
ATC code | |
Legal status | |
Legal status | |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
ChEBI | |
ChEMBL | |
ECHA InfoCard | 100.010.925 |
Chemical and physical data | |
Formula | C20H34O5 |
Molar mass | 354.481 g/mol |
3D model (JSmol) | |
| |
| |
(what is this?) (verify) |
ପ୍ରୋସ୍ଟାଗ୍ଲାଣ୍ଡିନ ଇ୧ (ଇଂରାଜୀ ଭାଷାରେ Prostaglandin E1 ବା PGE1, ଅନ୍ୟ ନାମ ଆଲପ୍ରୋସ୍ଟାଡିଲ/alprostadil, ଏକ ପ୍ରାକୃତିକ ପ୍ରୋସ୍ଟାଗ୍ଲାଣ୍ଡିନ (prostaglandin) ଯାହା ଔଷଧ ଭାବରେ ବ୍ୟବହାର କରାଯାଏ ।[୧] ଜନ୍ମଗତ ହୃତ୍ପିଣ୍ଡ ତୃଟି ଥିବା ପିଲାଙ୍କର ଡକ୍ଟସ ଆର୍ଟେରିଓସସ (ductus arteriosus) ଖୋଲିବା ନିମନ୍ତେ ଅପରେଶନ ହେବା ପର୍ଯ୍ୟନ୍ତ ଏହି ଔଷଧ ଶିରାଭ୍ୟନ୍ତର ଇନଫ୍ୟୁଜନ ଆକାରରେ ଦିଆଯାଏ ।[୨] ଲିଙ୍ଗ ଉତ୍ଥାନ ସମସ୍ୟା (erectile dysfunction) ଥିଲେ ଏହା ମୂତ୍ରମାର୍ଗ (urethra) ଭିତରେ ବା ଲିଙ୍ଗରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
ପିଲାଙ୍କୁ ଏହି ଔଷଧ ଦେଲେ ଶ୍ୱାସକ୍ରିୟା କମିଯାଏ, ଜ୍ୱର ଓ ନିମ୍ନ ରକ୍ତଚାପ (low blood pressure) ହେବା ସମ୍ଭାବନା ଥାଏ । ଲିଙ୍ଗ ଉତ୍ଥାନ ସମସ୍ୟା ନିମନ୍ତେ ଏହା ଦେଲେ ଲିଙ୍ଗ ଯନ୍ତ୍ରଣା, ସ୍ଥାନୀୟ ରକ୍ତସ୍ରାବ ଓ ପ୍ରିଆପିଜ୍ମ (ଅତ୍ୟଧିକ ସମୟର ଲିଙ୍ଗ ଉତ୍ଥାନ) ଇତ୍ୟାଦି ପ୍ରତିକ୍ରିୟା ହୋଇପାରେ । ଏହା ରକ୍ତନଳୀ ସ୍ଫୀତକାରୀ (vasodilator) ପରିବାରର ଔଷଧ । ଏହା ସ୍ମୁଥ ମାଂସପେଶୀକୁ (smooth muscle) ରିଲାକ୍ସ କରିବାଦ୍ୱାରା ରକ୍ତନଳୀ ଖୋଲିଯାଏ ।[୧]
ସନ ୧୯୫୭ରେ ପ୍ରୋସ୍ଟାଗ୍ଲାଣ୍ଡିନ ଇ୧ ପୃଥକ୍ କରାହେବାପରେ ସନ ୧୯୮୧ଠାରୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଗଲା । [୧][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ଡୋଜର ମୂଲ୍ୟ ୭୫ ପାଉଣ୍ଡ । [୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ୨୦୦ ଆମେରିକୀୟ ଡଲାର ।[୭] ଶିଶୁମାନଙ୍କଠାରେ ପ୍ରୋସ୍ଟାଗ୍ଲାଣ୍ଡିନ ଇ୧ ଭଳି ପ୍ରୋସ୍ଟାଗ୍ଲାଣ୍ଡିନ ଇ୨ କାମ କରେ ଓ ଅଳ୍ପ ମୂଲ୍ୟରେ ମିଳେ । [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Alprostadil". The American Society of Health-System Pharmacists. Retrieved 8 January 2017.
- ↑ ୨.୦ ୨.୧ Northern Neonatal Network (208). Neonatal Formulary: Drug Use in Pregnancy and the First Year of Life (in ଇଂରାଜୀ) (5 ed.). John Wiley & Sons. p. 2010. ISBN 9780470750353.
- ↑ British national formulary : BNF 69 (69 ed.). British Medical Association. 2015. p. 569. ISBN 9780857111562.
- ↑ Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 185. ISBN 9780470015520.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ Ainsworth, Sean B. (2014). Neonatal Formulary: Drug Use in Pregnancy and the First Year of Life (in ଇଂରାଜୀ). John Wiley & Sons. p. 436. ISBN 9781118819593.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 477. ISBN 9781284057560.