ସ୍ଵାମୀନାରାୟଣ ମନ୍ଦିର, ଭୁଜ

ଉଇକିପିଡ଼ିଆ‌ରୁ
ଶ୍ରୀ ସ୍ୱାମୀନାରାୟଣ ମନ୍ଦିର, ଭୁଜ
ମନ୍ଦିରରେ ନାରାୟଣ ଦେବ (Narnarayan Dev) ବିଗ୍ରହ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକଚ୍ଛ
ଦେବାଦେବୀ
Location
ସ୍ଥାନBhuj
Stateଗୁଜରାଟ
Countryଭାରତ
Architecture
ଶ୍ରୀ ସ୍ୱାମୀନାରାୟଣ
Completed୧୫ ମଇ ୧୮୨୩
Website
www.swaminarayan.faith

ଶ୍ରୀ ସ୍ୱାମୀନାରାୟଣ ମନ୍ଦିର, ଭୁଜ (Devnagari: श्री स्वामिनारायण मंदिर, भुज) ଏକ ହିନ୍ଦୁ ମନ୍ଦିର ଯାହା ଭୁଜ, ଗୁଜରାଟରେ ଅବସ୍ଥିତ । ସ୍ୱାମୀନାରାୟଣ ସମ୍ପ୍ରଦାୟର ପ୍ରତିଷ୍ଟାତା (Swaminarayan Sampradaya) ସ୍ୱାମୀନାରାୟଣ ଏହି ମନ୍ଦିର ତିଆରି କରେଇଥିଲେ ।[୧][୨]

ଇତିହାସ[ସମ୍ପାଦନା]

ଭୁଜ ସ୍ୱାମୀନାରାୟଣ ମନ୍ଦିର ଲୋଗୋ
ଭୂମିକମ୍ପ ଯୋଗୁ ଆଂଶିକ ନଷ୍ଟ ହୋଇଥିବା ମନ୍ଦିର
ମନ୍ଦିରର ମୁଖ୍ୟ ଫାଟକ

ଏହି ମନ୍ଦିର ନରନାରାୟଣ ଦେବ ଗାଦି (Narnarayan Dev Gadi) ଅଧୀନରେ ଅଛି । କଚ୍ଛର ଭୁଜ ସ୍ଥାନରୁ ଗଙ୍ଗାରାମଭାଇ ଜେଠି ସୁନ୍ଦରଜୀଭାଇ, ଜିଗ୍ନେଶ୍ୱରଭାଇ ଓ ଅନ୍ୟ କେତେକ ବରିଷ୍ଠ ଭକ୍ତ ଏକତ୍ରିତ ହୋଇ ପ୍ରଭୁ ସ୍ୱାମୀନାରାୟଣଙ୍କର ‘ଫୁଲଡୋଲ’ ଉତ୍ସବ ଦେଖିବାକୁ ଗଢଡ଼ା ଯାଇଥିଲେ । ସେଠାରେ ସେମାନେ ସ୍ୱାମୀନାରାୟଣଙ୍କୁ ଭେଟି ଭୁଜରେ ଗୋଟିଏ ମନ୍ଦିର ତିଆରି କରିବାକୁ ଅନୁରୋଧ କରିଥିଲେ ।[୩]

ବୈଷ୍ଣବାନନ୍ଦ ସ୍ୱାମୀଙ୍କୁ ପ୍ରଭୁ ସ୍ୱାମୀନାରାୟଣ ଡାକିଲେ ଓ ତାଙ୍କର ସାଥୀମାନଙ୍କ ସହିତ ଭୁଜ ଯାଇ ସେଠାରେ ଏକ ମନ୍ଦିର ତିଆରି କରିବାକୁ ନିର୍ଦ୍ଦେଶ ଦେଲେ । ବୈଷ୍ଣବାନନ୍ଦ ସ୍ୱାମୀ ତାଙ୍କର ସହକର୍ମୀ ସାଧୁଙ୍କୁ ସାଥିରେ ନେଇ ୧୮୨୨ ମସିହାରେ ଭୁଜକୁ ଯାଇ ମନ୍ଦିର ତିଆରି ସ୍ଥାନ ପାଖରେ ଡେରା ପକେଇଲେ । ସେଠାରେ ମନ୍ଦିରର ସୂକ୍ଷ୍ମାତିସୂକ୍ଷ୍ମ ନକ୍ସା ତିଆରି କଲେ ଓ ସ୍ୱୀକୃତ କରେଇବାର ମାତ୍ର ଏକ ବର୍ଷ ମଧ୍ୟରେ ନରନାରାୟଣ ଦେବ ମନ୍ଦିର ତିଆରି କରେଇଲେ ।[୩] ସ୍ୱର୍ଗୀୟ ରାମାନନ୍ଦ ସ୍ୱାମୀଙ୍କ ଯୋଗୁ ସେହି କଚ୍ଛ ସ୍ଥାନରେ ସତସଙ୍ଗ ବିସ୍ତାର ଲାଭ କରିବାକୁ ଲାଗିଲା । ଭୁଜ ଓ କଚ୍ଛର ଅନ୍ୟାନ୍ୟ ସ୍ଥାନମାନଙ୍କୁ ବାରମ୍ବାର ଯାଇ ପରିଦର୍ଶନ କଲେ । ଭାରତର ପଶ୍ଚିମ ଭାଗରେ ଏହି ମନ୍ଦିରକୁ ସ୍ୱାମୀ ନାରାୟଣ ନିଜେ ଯାଇ ନାରାୟଣ ଦେବ ବିଗ୍ରହ ସ୍ଥାପନ କରିଥିଲେ । ହରିକୃଷ୍ଣ ନାମକ ତାଙ୍କ ନିଜର ଏକ ବିଗ୍ରହକୁ ମନ୍ଦିର ଭିତରେ ଆଚାର୍ଯ୍ୟ ଅଯୋଧ୍ୟାପ୍ରସାଦଜୀ ମହାରାଜ ପ୍ରତିଷ୍ଠା କରିଥିଲେ । ମନ୍ଦିରର ପୂର୍ବ ଗମ୍ବୁଜ ଭାଗରେ ରାଧାକୃଷ୍ଣ ଦେବ, ହରିକୃଷ୍ଣ ମହାରାଜ ଓ ପଶ୍ଚିମ ଭାଗରେ ଘନଶ୍ୟାମ ମହାରାଜଙ୍କର ବିଗ୍ରହ ସ୍ଥାପିତ ହୋଇଛି । ରୂପ ଚୌକି ନାମକ ମଝି ଛକରେ ଗଣେଶହନୁମାନଙ୍କ ବିଗ୍ରହ ଅଛି ।

ଜୀବଦ୍ଦଶାରେ ସ୍ୱାମୀନାରାୟଣ ବ୍ୟବହାର କରୁଥିବା ସାମଗ୍ରୀଗୁଡ଼ିକ ମନ୍ଦିରର ଅକ୍ଷର ଭବନରେ ସୁରକ୍ଷିତ ଭାବରେ ରଖାଯାଇଛି ।

ଗୁଜରାଟର ଭୂମିକମ୍ପ[ସମ୍ପାଦନା]

ନୂଆ ସ୍ୱାମୀନାରାୟଣ ମନ୍ଦିର, ଭୁଜ

୨୬ ଜାନୁଆରୀ ୨୦୦୧ ମସିହାରେ ଗୁଜରାଟ ଭୂମିକମ୍ପରେ ଭୁଜ ସହର ବହୁତ କ୍ଷତିଗ୍ରସ୍ତ ହୋଇଥିଲା । ତାହା ମଧ୍ୟରେ ସ୍ୱାମୀନାରାୟଣ ସମ୍ପ୍ରଦାୟର ପ୍ରତିଷ୍ଠାତାଙ୍କର ଏହି ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଏହା ଦେଖି କଚ୍ଛର ଭାରତୀୟ ଓ ବିଦେଶୀ ସତସଙ୍ଗୀମାନେ ଏହି ମନ୍ଦିରଠାରୁ କିଛି ଦୂରରେ ଏକ ନୂଆ ଭୁଜ ଶ୍ରୀ ସ୍ୱାମୀନାରାୟଣ ମନ୍ଦିର (new temple) ତିଆରି କରିବାକୁ ସ୍ଥିର କରିଥିଲେ ।[୪][୫]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

*Williams, Raymond (2001). Introduction to Swaminarayan Hinduism. Cambridge University Press. ISBN 978-0-521-65422-7.

ବାହ୍ୟ ଲିଙ୍କ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Swaminarayan Temples". Archived from the original on 2008-05-18. Retrieved 2022-11-04.
  2. Williams 2001, p. 29
  3. ୩.୦ ୩.୧ "Life and Faith of Swaminarayan: Bhuj - Kutch". Archived from the original on 2008-05-18. Retrieved 2022-11-04.
  4. "Swaminarayan Temples: Bhuj". Archived from the original on 2008-05-18. Retrieved 2022-11-04.
  5. Someshwar, Savera R (27 January 2002). "'We have to get on with our lives'". Rediff. Retrieved 21 October 2018.