ସ୍ରୋତସ୍ୱତୀ
ଦେଖଣା
ସ୍ରୋତସ୍ୱତୀ ଏକ ଓଡ଼ିଆ ବହି ।[୧] ଏହା ଗାଳ୍ପିକ ଓ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଆତ୍ମଜୀବନୀ । ଏହି ପୁସ୍ତକର ତିନୋଟି ଖଣ୍ଡ ଅଛି ।[୨] ପ୍ରଥମ ଭାଗରେ ଶ୍ରୀ ମହାନ୍ତି ତାଙ୍କ ପିଲା ବେଳ ବିଷୟରେ ଲେଖିଛନ୍ତି । ଦ୍ୱିତୀୟ ଖଣ୍ଡଟି ତାଙ୍କ ଛାତ୍ର ଜୀବନ ତଥା ତୃତୀୟ ଖଣ୍ଡଟିରେ ତାଙ୍କ ଚାକିରି, ଲେଖକ ଜୀବନ ଓ ତା ପର ଅବସ୍ଥା ବିଷୟରେ ଲେଖିଛନ୍ତି । ଏହି ପୁସ୍ତକଟି ସେତେବେଳର ଓଡ଼ିଶାର ଏକ ଜୀବଂତ ଚିତ୍ର ଦିଏ । ବିଶେଷ କରି ତୃତୀୟ ଖଣ୍ଡଟିରେ ସେ କୋରାପୁଟ ଜିଲ୍ଲା (୧୯୪୦ରୁ ୧୯୪୫) ଉପରେ ବର୍ଣ୍ଣନା କରିଛନ୍ତି । ସେତେବେଳର କୋରାପୁଟ ଆଦିବାସୀମାନଙ୍କ ଜୀବନଶୈଳୀ ତଥା ସାମଜିକ ଚିତ୍ର ଏଥିରେ ବର୍ଣ୍ଣିତ । ଏହି ପୁସ୍ତକ ମହାନ୍ତି ୧୯୮୨ ବେଳକୁ ଲେଖିଥିଲେ । ପ୍ରଥମ ଖଣ୍ଡ ପ୍ରକାଶ ପାଇଥିଲା ୧୯୯୨, ଦ୍ୱିତୀୟ - ୧୯୯୯ ଓ ତୃତୀୟ ଭାଗ ୨୦୦୦ । ଏହାର ପ୍ରକାଶକ ବିଦ୍ୟାପୁରୀ ।[୩]
ଭାଗ
[ସମ୍ପାଦନା]- ପ୍ରଥମ ଭାଗ (୧୯୯୨, ISBN 81-7411-028-3)
- ଦ୍ୱିତୀୟ ଭାଗ (୧୯୯୯, ISBN 81-7411-258-8)
- ତୃତୀୟ ଭାଗ (୨୦୦୦, ISBN 817411-315-0)
ଆଧାର
[ସମ୍ପାଦନା]- ↑ The India Magazine of Her People and Culture. A. H. Advani. 1993.
- ↑ Pritish Acharya (11 March 2008). National Movement and Politics in Orissa, 1920-1929. SAGE Publications. pp. 285–. ISBN 978-81-321-0001-0.
- ↑ http://svmiqac.org.in/LibraryBooks.asp?pgno=729[permanent dead link]
ଅଧିକ ପଠନ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |