ଦବଙ୍ଗ

ଉଇକିପିଡ଼ିଆ ରୁ
Jump to navigation Jump to search
ଦବଙ୍ଗ
ନିର୍ଦ୍ଦେଶକଅଭିନବ କାଶ୍ୟପ
ପ୍ରଯୋଜକଅରବାଜ ଖାନ, ମଲାଇକା ଅରୋରା, ଧିଲ୍ଲୀନ ମେହେଟା
ସଂଳାପ(କଥା): ଦିଲ୍ଲୀପ ଶୁକ୍ଳା
କଳାକାରସଲମାନ ଖାଁ, ସୋନାକ୍ଷୀ ସିହ୍ନା, ସୋନୁ ସୂଦ, ବିନୋଦ ଖାନ୍ନା, ଡିମ୍ପଲ କପାଡିଆ
ସଙ୍ଗୀତସାଜିଦ- ୱାଜିଦ
ଚିତ୍ରଗ୍ରହଣମହେଶ ଲିମାୟେ
ବିତରକଶ୍ରୀ ଅଷ୍ଟବିନାୟକ ସିନେ ଭିଜନ
ମୁକ୍ତିଲାଭ ତାରିଖ
୧୦ ସେପ୍ଟେମ୍ବର ୨୦୧୦
କଥାଚିତ୍ରର ସମୟ
୧୨୬ ମିନିଟ
ଦେଶ ଭାରତ
ଭାଷାହିନ୍ଦୀ


ଦବଙ୍ଗ ହେଉଛି ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ଅଭିନବ କାଶ୍ୟପ ଏବଂ ପ୍ରଯୋଜକ ହେଉଛନ୍ତି ଅରବାଜ ଖାନ ଓ ମଲାଇକା ଅରୋରା । ଚଳଚ୍ଚିତ୍ରର ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ସଲମାନ ଖାଁ , ଅରବାଜ ଖାନ, ସୋନାକ୍ଷୀ ସିହ୍ନା , ଓମ୍ ପୁରୀ, ଡିମ୍ପଲ କପାଡିଆ, ବିନୋଦ ଖାନ୍ନା, ଅନୁପମ ଖେର, ସୋନୁ ସୂଦ ଇତ୍ୟାଦି । ଅରବାଜଙ୍କର ପ୍ରଯୋଜକ ଭାବେ ଏବଂ ଅଭିନବ କାଶ୍ୟପଙ୍କ ନିର୍ଦ୍ଦେଶକ ଭାବେ ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ଚଳଚ୍ଚିତ୍ରରେ ସହ ପ୍ରୋଯୋଜିକା ମଲାଇକା ଅରୋରା ନିଜେ ଏକ ନୃତ୍ୟ ପରିବେଷଣ ଦୃଶ୍ୟରେ ନୃତ୍ୟାଭିନୟ କରିଛନ୍ତି ।

ଚଳଚ୍ଚିତ୍ରଟି ମୁଖ୍ୟତଃ ଉତ୍ତର ପ୍ରଦେଶର ଏକ ଦୁର୍ନୀତିଗ୍ରସ୍ତ ତଥା ନିର୍ଭୀକ ପୋଲିସ ଅଫିସର ଚୁଲବୁଲ ପାଣ୍ଡେଙ୍କ କାହାଣୀ । ଚଳଚ୍ଚିତ୍ରଟିର ଦୃଶ୍ୟ ଗୁଡିକ ମୁଖ୍ୟତଃ ମହାରାଷ୍ଟ୍ରର ୱାଇ ସହରରେ ଏବଂ ସଂଯୁକ୍ତ ଆରବ ଏମିରେତରେ ସୁଟିଂ ହୋଇଛି । ୧୦ ସେପ୍ତେମ୍ବର ୨୦୧୦ (ଇଦ) ଦିନ ଚଳଚ୍ଚିତ୍ରଟି ପ୍ରାୟ ୨୧୦୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ୨.୧୫ ବିଲିୟନ ଟଂକାର ବ୍ୟବସାୟ କରି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବ୍ୟବସାୟିକ ସଫଳତା ଲାଭ କରିଥିଲା । [୧] ଶ୍ରେଷ୍ଠ ଲୋକପ୍ରିୟ ହିନ୍ଦୀ ଚଲଚିତ୍ର ଭାବେ ଏହା ଜାତୀୟ ପୁରସ୍କାର ଲାଭ କରିବା ସହ ଛଅଟି ଶ୍ରେଣୀରେ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଥିଲା । ପରବର୍ତ୍ତୀ ସମୟରେ ତାମିଲ ଏବଂ ତେଲୂଗୁ ଭାଷାରେ ଏହି ଚଳଚ୍ଚିତ୍ରର ରୁପାନ୍ତର (ରିମେକ୍) ଚଳଚ୍ଚିତ୍ର ମଧ୍ୟ ହୋଇଥିଲା । ଦବଙ୍ଗ-୨ ନାମରେ ଏହାର ପରବର୍ତ୍ତୀ ଚଳଚ୍ଚିତ୍ର ମଧ୍ୟ ୨୦୧୨ରେ ମୁକ୍ତିଲାଭ କରିଥିଲା ।

କାହାଣୀ[ସମ୍ପାଦନା]

ଚୁଲବୁଲ ପାଣ୍ଡେ ନାମକ ଯୁବକ, ଯିଏ କି ଚଳଚ୍ଚିତ୍ରର ମୁଖ୍ୟ ପାତ୍ର, ତାଙ୍କ ସାବତ ବାପା ପ୍ରଜାପତି ପାଣ୍ଡେ, ମାଅ ନୈନା ଦେବୀ, ଏବଂ ସାବତ ଭାଇ ମଖୀ ପାଣ୍ଡେ ସହ ଉତ୍ତର ପ୍ରଦେଶର ଲାଗୁଣୀ ସହରରେ ରହୁଥାନ୍ତି । ସାବତ ବାପାଙ୍କ ସହ ତାଙ୍କର ସମ୍ପର୍କ ଭଲ ନ ଥାଏ । ୨୧ ବର୍ଷ ପରେ ଚୁଲବୁଲ ଏକ ପୋଲିସ ଅଫିସର ଭାବେ ଚାକିରି ପାଅନ୍ତି । ତାଙ୍କ ନିଆରା ସ୍ୱଭାବରେ ସେ ନିଜକୁ ରବିନ ହୁଡ ଭାବେ ପରିଚିତ କରାନ୍ତି । ମଖୀ ପାଣ୍ଡେର (ଅରବାଜ ଅଭିନୀତ) ଏକ ଝିଅ ନିର୍ମଳା (ମାହି ଗିଲ ଅଭିନୀତ) ସହ ପ୍ରେମ ହୋଇଯାଏ । ତେବେ ନିର୍ମଳାର ପିତା ମାଷ୍ଟରଜୀ ଏହାର ଘୋର ବିରୋଧ କରନ୍ତି । ଏକ ପୋଲିସ ଏନକାଉଣ୍ଟର ବେଳେ ଚୁଲବୁଲର ରଜ୍ଜୋ ନାମକ ଝିଅ (ସୋନାକ୍ଷୀ ସିହ୍ନା) ସହ ସାକ୍ଷାତ ହୁଏ ଏବଂ ଘଟଣା ଚକ୍ରରେ ସେ ସେହି ଝିଅକୁ ଭଲ ପାଇ ବସନ୍ତି ।

ଚେଦି ସିଂ (ସୋନୁ ସୂଦ) ନାମକ ଏକ ଦୁର୍ନିତୀଗ୍ରସ୍ତ ରାଜନେତା ସହ ଚୁଲବୁଲର ଦେଖା ସାକ୍ଷାତ ହୁଏ । ହେଲେ, ଦିହେଁ ଦିହିଁଙ୍କ ଶତ୍ରୁ ପାଲଟି ଯାଆନ୍ତି । ଇତି ମଧ୍ୟରେ ମଖୀ ପାଣ୍ଡେ ତାର ବାହାଘର ନିର୍ମଳା ସହ କରିଦେବା ପାଇଁ ତା ବାପାକୁ କହେ । ବାପା କିନ୍ତୁ ସଫା ସଫା ମନା କରିଦିଅନ୍ତି । କାରଣ ହେଲା ଋଣ ଶୁଝିବା ପାଇଁ ତାଙ୍କର ଗୁଡାଏ ଟଙ୍କା ଦରକାର ଥିଲା ଏବଂ ସେ ମନେ କରିଥିଲେ ଯେ ମଖୀର ବାହାଘର ଏକ ଧନୀ ଝିଅ ସହ କରିଦେଲେ ସେ ଚାହୁଁଥିବା ଟଙ୍କା ମିଳିଯିବ । ଅନ୍ୟ ଉପାୟ ନ ପାଇ ମଖୀ ଚୁଲବୁଲ ପାଖରୁ କିଛି ଟଙ୍କା ଚୋରାଇ ନେଇ ନିର୍ମଳାର ବାପାକୁ ଦେଇଦିଏ କାରଣ ସେ ଭାବେ ଏମିତିରେ ନିର୍ମଳାର ପିତା ତା ସହ ନିର୍ମଳାର ବିବାହ ନିମନ୍ତେ ରାଜି ହୋଇଯିବେ । ଏଣେ ଚୁଲବୁଲ ରଜ୍ଜୋ ସହ ମିଶି ବିବାହ ପ୍ରସ୍ତାବ ଦିଏ, କିନ୍ତୁ ରଜ୍ଜୋ ଏହି ବିବାହ ପ୍ରସ୍ତାବକୁ ମନା କରିଦିଏ ।

ଚୁଲବୁଲ ଦିନେ ଘରକୁ ଫେରି ମାଆଙ୍କୁ ମୃତ ଦେଖି ବାପାଙ୍କୁ ସାନ୍ତ୍ୱନା ଦେବାକୁ ଯାଏ । ହେଲେ ବାପାଙ୍କ ଘୃଣାର ଶୀକାର ହୁଏ । ମଖି ସହ ନିର୍ମଳାର ବାହାଘର ଠିକ ହୁଏ । ଏଣେ ରାଜ୍ଜୋର ପିତାଙ୍କୁ ଚୁଲବୁଲ ରାଜ୍ଜୋ ସହ ବାହାପାଇଁ ରାଜି କରାଇନିଏ । ରଜ୍ଜୋ କିନ୍ତୁ ମଦୁଆ ବାପାକୁ ଏକେଲା ଛାଡି ଯିବାକୁ ନାରାଜ । ଶେଷରେ ରଜ୍ଜୋର ବାପା ଆତ୍ମହତ୍ୟା କରିଦିଅନ୍ତି ଏଇଥିପାଇଁ ଯେ ରଜ୍ଜୋର ବାହାଘର ହୋଇ ସେ ତାର ସଂସାର କରୁ । ମଖି ଟଙ୍କା ଚୋରିକରିଥିବା କଥା ଚୁଲବୁଲ ଜାଣିପାରେ ଏବଂ କପର୍ଦ୍ଦକଶୁନ୍ୟ ଅବସ୍ଥାରେ ଏକ ନିରାଡମ୍ବର ଉତ୍ସବରେ ରଜ୍ଜୋକୁ ବାହା ହୁଏ । ନିର୍ମଳାର ବାପା ଏଣେ ମଖିର ଅସଲ ଗୁଣ ଜାଣିପାରି ମଖିସହ ନିର୍ମଳାର ବାହା ବନ୍ଦ କରିଦିଅନ୍ତି ।

ମଖି ଏକ ଅପରାଧ ମାମଲାରେ ଜଡିତ ହୋଇ ଥାନାକୁ ଟଣାହୁଏ । ଚୁଲବୁଲ ତାକୁ ସର୍ବ ସମ୍ମୁଖରେ ନିସ୍ତୁକ ମାଡ ଦିଏ । ଚେଦିର ମଧ୍ୟସ୍ଥତାରେ ଚୁଲବୁଲ କ୍ଷମ ମାଗି ଖସିଯାଏ । ଚୁଲବୁଲ ପୁଣି ଦୟାଲ ବାବୁଙ୍କ ସହ ଦେଖାକରି ତାଙ୍କ ସହୟତାରେ ଚେଦିକୁ ଏକ ମିଥ୍ୟା ମାମଲାରେ ଛନ୍ଦି ଦିଅନ୍ତି ।

ପ୍ରତିଶୋଧ ପରାୟନ ହୋଇ ଚେଦି ମଖିର କାରଖାନା ଜଳାଇଦିଏ । ମଖୀର ବାପା ଏ ଘଟଣାରେ ଶକ୍ତ ମାନସିକ ଆଘାତ ପାଇବା ଯୋଗୁଁ ଚିକିତ୍ସିତ ହେବାପାଇଁ ତାଙ୍କୁ ହାସପାତାଳ ଯିବାକୁ ପଡେ । ମଖି ଜାଣି ନ ଥାଏ ଯେ ଚେଦି ହିଁ ତା କାରଖାନା ଜଳାଇଛି । ମଖୀର ଅନୁରୋଧରେ ଚେଦି ଟଙ୍କା ଦେବକୁ ରାଜି ହୁଏ କିନ୍ତୁ ଏହି ସର୍ତ୍ତରେ ଯେ ସେ ପେଟିଏ ଆମ୍ବ ଦୟାଲ ବାବୁକୁ ଦେବ । ସେ କିନ୍ତୁ ଜାଣି ନ ଥା ଏ ଯେ ଆମ୍ବ ପେଟିରେ ବିସ୍ଫୋରକ ଅଛି । ଆମ୍ବ ପେଟି ଦେବା ପରେ ବିସ୍ଫୋରଣ ଘଟି ଦୟଲ ବାବୁଙ୍କ ମୃତ୍ୟୁ ହୁଏ । ପରେ ଚୁଲବୁଲକୁ ମାରିବା ପାଇଁ ଚେଦିର ଏକ ଯୋଜନାକୁ ମଖି ଚୁଲବୁଲକୁ କହିଦିଏ । ପ୍ରତିଶୋଧ ପରୟଣ ହୋଇ ଚୁଲବୁଲ ଚେଦିକୁ ଜୀବନରେ ମାରିଦିଏ । ପୁର୍ବ ରାଗ, ଅଭିମାନ ଭୁଲି ଚୁଲବୁଲ ମଖି ଓ ନିର୍ମଳାର ବାହାଘର କରାଇଦିଏ ।

କଣ୍ଠଶିଳ୍ପୀ[ସମ୍ପାଦନା]

ଗୀତ କଣ୍ଠଶିଳ୍ପୀ ଅବଧୀ
ତେରି ମସ୍ତ ମସ୍ତ ଦୋ ନୈନ ରାହତ ଫତେ ଅଲ୍ଲୀ ଖାନ୍ ୫ ମିନିଟ୍ ୫୯ ସେକେଣ୍ଡ
ମୁନ୍ନୀ ବଦନାମ ହୁଇ[୨] ମମତା ଶର୍ମା ୫ ମିନିଟ୍ ୦୭ ସେକେଣ୍ଡ
ଚୋରି କିୟାରେ ଜୀୟା ସୋନୁ ନିଗମ, ଶ୍ରେୟା ଘୋଷାଲ ୪ ମିନିଟ୍ ୪୮ ସେକେଣ୍ଡ
ହୁଦ୍ ହୁଦ୍ ଦବଙ୍ଗ ୱାଜିଦ ୫ ମିନିଟ୍ ୧୫ ସେକେଣ୍ଡ
ହମ କା ପିନୀ ହୈ ସୋନୁ ନିଗମ, ଶ୍ରେୟା ଘୋଷାଲ ୪ ମିନିଟ୍ ୪୮ ସେକେଣ୍ଡ
ତେରେ ମସ୍ତ ମସ୍ତ ଦୋ ନୈନ(ଦ୍ୱିତୀୟ) ରାହତ ଫତେ ଅଲ୍ଲୀ ଖାନ,ଶ୍ରେୟା ଘୋଷାଲ ୫ ମିନିଟ୍ ୫୯ ସେକେଣ୍ଡ
ମୁନ୍ନୀ ବଦନାମ ହୁଇ(ରିମିକ୍ସ) ମମତା ଶର୍ମା, ଐଶ୍ୱର୍ଯ୍ୟା ନିଗମ ୪ ମିନିଟ୍ ୦୫ସେକେଣ୍ଡ
ତେରେ ମସ୍ତ ମସ୍ତ ଦୋ ନୈନ(ରିମିକ୍ସ) ରାହତ ଫତେ ଅଲ୍ଲୀ ଖାନ ୫ ମିନିଟ୍ ୦୨ ସେକେଣ୍ଡ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ୨୦୧୧ --- ଜାତୀୟ ଚଳଚ୍ଚିତ୍ର ପୁରସ୍କାର[୩]

ଆଧାର[ସମ୍ପାଦନା]

  1. "Box Office 2010". Box Office India. Archived from the original on 16 January 2013. Retrieved 28 August 2015. Unknown parameter |deadurl= ignored (help)
  2. "Movies". Retrieved 21 May 2018.
  3. "Nominations of BIG Star Entertainment Awards". Retrieved 21 May 2018.

ବାହାର ଆଧାର[ସମ୍ପାଦନା]

  • ଦବଙ୍ଗ ଇଣ୍ଟରନେଟ ମୁଭି ଡାଟାବେସରେ