ସୋନାକ୍ଷୀ ସିହ୍ନା
ସୋନାକ୍ଷୀ ସିହ୍ନା | |
---|---|
ଜନ୍ମ | ସୋନାକ୍ଷୀ ସିହ୍ନା ୨ ଜୁନ ୧୯୮୭ ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
ଶିକ୍ଷାନୁଷ୍ଠାନ | ଏସଏନଡ଼ିଟି ମହିଳା ବିଶ୍ୱବିଦ୍ୟାଳୟ |
ବୃତ୍ତି | ଅଭିନେତ୍ରି |
ସକ୍ରିୟ ବର୍ଷ | ୨୦୧୦ ବର୍ତ୍ତମାନ |
ଉଚ୍ଚତା | 5 ft 6 in (1.68 m)[୧] |
ପିତାମାତା | ଶତ୍ରୁଘ୍ନ ସିହ୍ନା ପୁନମ ସିହ୍ନା |
ସମ୍ପର୍କୀୟ | ଲବ ସିହ୍ନା (ଭାଇ) କୁଶ ସିହ୍ନା (ଭାଇ) |
ସୋନାକ୍ଷୀ ସିହ୍ନା (ଜନ୍ମ ଜୁନ ୨ ୧୯୮୭) ଜଣେ ଭାରତୀୟ ବଲିଉଡ ଅଭିନେତ୍ରୀ ।ସେ ହେଉଛନ୍ତି ଶତ୍ରୁଘ୍ନ ସିହ୍ନା ଓ ପୁନମ ସିହ୍ନାଙ୍କ ସୁପୁତ୍ରୀ । ତାଙ୍କର ପ୍ରଥମ ଫିଲ୍ମ ସେ ସଲମାନ ଖାଁଙ୍କ ସହ ଦବଙ୍ଗ (୨୦୧୦)ରୁ ଆରମ୍ଭ କରିଥିଲେ । ୨୦୧୦ରେ ସେ ସବୁଠାରୁ ଭଲ ନୂତନ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସୋନାକ୍ଷୀଙ୍କର ଦୁଇ ଜଣ ଯାଁଳା ଭାଇ ଅଛନ୍ତି । ଲବ ସିହ୍ନା ଓ କୁଶ ସିହ୍ନା । ଆର୍ଯ ବିଦ୍ୟା ମନ୍ଦିର (ମୁମ୍ବାଇ)ରୁ ସେ ଦଶମ ଓ ଶ୍ରୀମତୀ ନଥିବାଇ ଦାମୋଦର ଥକକେରଶେୟ ବିଶ୍ୱବିଦ୍ୟାଳୟ(ମୁମ୍ବାଇ)ରୁ ଫ୍ୟାସନ ଡିଜାଇନିଙ୍ଗରେ ସ୍ନାତକ ହାସଲ କରିଥିଲେ ।
କ୍ୟାରିୟର
[ସମ୍ପାଦନା]ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ଦବଙ୍ଗ ବକ୍ସ ଅଫିସରେ ୨୦୧୦ରେ ସବୁଠାରୁ ଅଧିକ ଆୟ କରିଥିଲା (୨୦୦ କୋଟି) । ଏଥିପାଇଁ ତାଙ୍କୁ ୩୦କେଜି ଓଜନ କମେଇବାକୁ ପଡିଥିଲା । ୨୦୧୨ରେ ତାଙ୍କର ୪ଟି ଫିଲ୍ମ ଆସିଥିଲା । ପ୍ରଥମ ଫିଲ୍ମ ଥିଲା ଅକ୍ଷୟ କୁମାରଙ୍କ ସହ ରାଓଡି ରାଠୋର । ଏହି ଫିଲ୍ମ ମଧ୍ୟ ସୁପର ହିଟ ହେଇଥିଲା ଓ ୧୫୦ କୋଟି ଟଙ୍କା କମେଇଥିଲା । ହେଲେ ତାଙ୍କ ଦୁତୀୟ ଫିଲ୍ମ ଯୋକର ବକ୍ସ ଅଫିସରେ ସେତେଟା ଭଲ ବ୍ୟବସାୟ କରିପାରିନଥିଲା । ସେହି ବର୍ଷ ତାଙ୍କ ତୃତୀୟ ଫିଲ୍ମ ଅଜୟ ଦେବଗନଙ୍କ ସହ ସନ ଅଫ ସରଦାରରେ ସେ ଖୁବ ସୁନ୍ଦର ଅଭିନୟ କରିଥିଲେ । ୨୦୧୪ରେ ସେ ଅକ୍ଷୟ କୁମାରଙ୍କ ସହ ହଲିଡେ ଫିଲ୍ମ କରିଥିଲେ ଯାହା ସୁପର ହିଟ ହୋଇଥିଲା ।
ଅଭିନୀତ ଫିଲ୍ମ
[ସମ୍ପାଦନା]ଦର୍ଶାଉଛି - ଯେଉଁ ଫିଲ୍ମମାନ ରିଲିଜ ହେଇନି |
ବର୍ଷ | ଚଳଚ୍ଚିତ୍ର | ଭୂମିକା | ଲେଖା |
---|---|---|---|
୨୦୧୦ | ଦବଙ୍ଗ | ରଜୋ ପାଣ୍ଡେ | |
୨୦୧୨ | ରାଓଡି ରାଠୋର | ପାରୋ | |
୨୦୧୨ | ଜୋକର | ଦିବା | |
୨୦୧୨ | OMG– Oh My God | ସ୍ୱତନ୍ତ୍ର ଭୂମିକା | ଗୋ ଗୋ ଗୋବିନ୍ଦା ଗୀତ ପାଇଁ |
୨୦୧୨ | ସନ ଅଫ ସରଦାର | ସୁଖମିତ କୌର ସାନ୍ଧୁ | |
୨୦୧୨ | ଦବଙ୍ଗ ୨ | ରଜୋ ପାଣ୍ଡେ | |
୨୦୧୩ | ହିମତୱାଲା | ସ୍ୱତନ୍ତ୍ର ଭୂମିକା | ଥ୍ୟାଙ୍କ ଗଡ ଇଟ୍ସ ଫ୍ରାଇଡେ ଗୀତ ପାଇଁ |
୨୦୧୩ | ଲୁଟେରା | ପାଖି ରୟ ଚୌଧୁରୀ | |
୨୦୧୩ | ୱାଁସ ଅପନ ଏ ଟାଇମ ଇନ ମୁମ୍ବାଇ | ଜେସ୍ମିନ ସେଖ | |
୨୦୧୩ | ବସ | ସ୍ୱତନ୍ତ୍ର ଭୂମିକା | ପାର୍ଟି ଅଲ ନାଇଟ ଓ ହର କିସିକୋ ଗୀତ ପାଇଁ |
୨୦୧୩ | ବୁଲେଟ ରାଜା | ମିତାଲି | |
୨୦୧୩ | ରା....ରାଜକୁମାର | ଚନ୍ଦା | |
୨୦୧୪ | ହଲିଡେ: ଏ ସୋଲ୍ଜର ଇଜ ନେଭର ଅଫ ଡିଉଟୀ | ସାଇବା ଥାପ୍ପାର | |
୨୦୧୪ | ଆକ୍ସନ ଜ୍ୟାକସନ | ଖୁସି | |
୨୦୧୪ | ଲିଙ୍ଗା | ମଣି ଭାରତୀ | ତାମିଲ ଚଳଚ୍ଚିତ୍ର |
୨୦୧୫ | ତେୱର | ରାଧିକା ମିଶ୍ର | |
୨୦୧୫ | ଅଲ ଇସ ୱେଲ | ସ୍ୱତନ୍ତ୍ର ଭୂମିକା | "ନାଚେଂ ଫରାଟେ" ଗୀତ ପାଇଁ |
୨୦୧୫ | ଆକିରା | ଆକିରା | ହିନ୍ଦୀ |
୨୦୧୬ | ଫୋର୍ସ ୨ | ଆରଏଡ଼ବଲଇଉ ଏଜେନ୍ଟ | ହିନ୍ଦୀ |
୨୦୧୬ | ହସିନା କୁଇନ ଅଫ ଇଣ୍ଡିଆ | ହସିନା | ହିନ୍ଦୀ |
ଆଧାର
[ସମ୍ପାଦନା]- ↑ Roshmila Bhattacharya (20 May 2014). "Would love to change my relationship status: Sonakshi Sinha". Times Of India. Retrieved 29 May 2014.