Jump to content

ସୈନିକ ସ୍କୁଲ, ଭୁବନେଶ୍ୱର

ଉଇକିପିଡ଼ିଆ‌ରୁ
(ସୈନିକ ସ୍କୁଲ, ଭୁବନେଶ୍ଵରରୁ ଲେଉଟି ଆସିଛି)
ସୈନିକ ସ୍କୁଲ, ଭୁବନେଶ୍ୱର
ଅବସ୍ଥାନ
ଭୁବନେଶ୍ୱର, ଓଡ଼ିଶା
ବିବରଣୀ
Type ସର୍ବସାଧାରଣ, ଆବାସିକ
ପ୍ରତିଷ୍ଠା ୧୯୬୨
ଶ୍ରେଣୀ ଷଷ୍ଠରୁ ଦ୍ୱାଦଶ
Gender ପୁଅ
ପରିମିତି 142-acre (0.57 km2)
Affiliation କେନ୍ଦ୍ରୀୟ ସେକେଣ୍ଡାରୀ ବୋର୍ଡ଼
ୱେବସାଇଟ

ସୈନିକ ସ୍କୁଲ, ଭୁବନେଶ୍ୱର ଭାରତରେ ଥିବା ୨୫ଟି ସୈନିକ ସ୍କୁଲ ମଧ୍ୟରୁ ଅନ୍ୟତମ ।[] ଏହା ଏକ ସମ୍ପୂର୍ଣ୍ଣ ଆବାସିକ ଇଂରାଜୀ ମିଡିଅମ ସ୍କୁଲ । ଭାରତ ସରକାରଙ୍କଦ୍ୱାରା ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ୧୯୬୨ ମସିହା ଫେବୃଆରୀ ୧ ତାରିଖରେ ସ୍ଥାପନ କରାଯାଇଥିଲା । ଏହା କେନ୍ଦ୍ରୀୟ ସେକେଣ୍ଡାରୀ ବୋର୍ଡ଼ (CBSE) ସହ ଅନୁବନ୍ଧିତ ଓ ଭାରତୀୟ ପବ୍ଲିକ ସ୍କୁଲ ସଂଘ(IPSC)ର ସଦସ୍ୟ ।[]   

ସ୍କୁଲଟି ମୁଖ୍ୟତଃ ଜାତୀୟ ସୁରକ୍ଷା ଏକାଡେମୀ ଖଡ଼ଗଭାସଲାରେ ପ୍ରବେଶ ପାଇବା ପାଇଁ ଛାତ୍ରମାନଙ୍କୁ ପ୍ରସ୍ତୁତ କରିବା ସହ ଅନ୍ୟ ଧାରାରେ ଯିବା ପାଇଁ ମଧ୍ୟ ପ୍ରସ୍ତୁତ କରିଥାଏ ।[] 

ଇତିହାସ 

[ସମ୍ପାଦନା]

ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ସ୍କୁଲ ୧୫ ଜାନୁଆରୀ ୧୯୬୨ରେ ଅସ୍ଥାୟୀ ଭାବେ ଏକ ସରକାରୀ ଭବନରେ ଆରମ୍ଭ ହେଇଥିଲା ।[] ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଉଦ୍ୟମ ଫଳରେ ବର୍ତ୍ତମାନର ସ୍ଥାୟୀ କେମ୍ପସ ୨ ବର୍ଷ ମଧ୍ୟରେ ନିର୍ମିତ ହେଇ ୮ ଜାନୁଆରୀ ୧୯୬୪ରେ ଭାରତର ତତ୍କାଳୀନ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ୱାରା ଉଦଘାଟିତ ହେଇଥିଲା । 

ଲକ୍ଷ୍ୟ 

[ସମ୍ପାଦନା]

ଏହି ଆବାସିକ ସ୍କୁଲର ମୂଳ ଲକ୍ଷ୍ୟ ହେଲା ପିଲାମାନଙ୍କୁ ଶିକ୍ଷା, ଶାରୀରିକ, ଓ ମାନସିକ ଦୃଷ୍ଟିରୁ ଭାରତୀୟ ସୁରକ୍ଷା ଏକାଡେମିରେ ପ୍ରବେଶ ପାଇବାକୁ ଯୋଗ୍ୟ ହେବାକୁ ପ୍ରସ୍ତୁତ କରିବା । ଏଥି ପାଇଁ ଏଠାରେ ୩ ସ୍ତରୀୟ ପରିଚାଳନା ବ୍ୟବସ୍ଥା ରହିଛି । ଭରତ ସରକାରଙ୍କ ପ୍ରତିରକ୍ଷ୍ୟା ମନ୍ତ୍ରଣାଳୟ, ସ୍ଥାନୀୟ ପରିଚାଳନା ସମିତି ଓ ସ୍କୁଲର ଷ୍ଟାଫଙ୍କ ମିଳିତ ସହଯୋଗଦ୍ୱାରା ସମସ୍ତ ପରିଚାଳନାଗତ ନିଷ୍ପତ୍ତି ନିଆ ଯାଇଥାଏ ।  

ପ୍ରଶାସନ 

[ସମ୍ପାଦନା]

ଭାରତ ସରକାରଙ୍କ ରକ୍ଷା ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏକ ସ୍ୱୟଂଶାସିତ ପରିଚାଳନା ସମିତିଦ୍ୱାରା ଏହା ପରିଚାଳିତ ହେଇଥାଏ । ଭାରତର ରକ୍ଷା ମନ୍ତ୍ରୀ[]ଙ୍କ ଅଧ୍ୟକ୍ଷତାରେ ଏକ ବୋର୍ଡ ଅଫ ଗଭର୍ଣ୍ଣର ରହିଥାନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ବା ଶିକ୍ଷମନ୍ତ୍ରୀ ମଧ୍ୟ ଏହି ବୋର୍ଡ ଅଫ ଗଭର୍ଣ୍ଣରରେ ରହନ୍ତି । ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ମଧ୍ୟ ସ୍ଥାନୀୟ ପ୍ରଶାସନ ବୋର୍ଡରେ ରହିଥାନ୍ତି । 

କେମ୍ପସ 

[ସମ୍ପାଦନା]

ଭୁବନେଶ୍ୱର ସୈନିକ ସ୍କୁଲଟି ବାଣୀ ବିହାରରେ ଥିବା  ଉତ୍କଳ ବିଶ୍ୱବିଦ୍ୟାଳୟ ସନ୍ନିକଟରେ ରହିଛି । ଜାତୀୟ ରାଜପଥରୁ ଏହାର ଦୁରତ୍ୱ ୨ କିଲୋମିଟର । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏହାର ଦୂରତା ୧୦ କିଲୋମିଟର ହେଇଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ୮ କିଲୋମିଟର ଦୂରରେ ଅବସ୍ଥିତ । 

ଅନ୍ନପୂର୍ଣ୍ଣା 

[ସମ୍ପାଦନା]

ସ୍କୁଲର ମୁଖ୍ୟ ଭୋଜନଗୃହକୁ ଅନ୍ନପୂର୍ଣ୍ଣା କୁହାଯାଏ । ସମସ୍ତ ବିଦ୍ୟାର୍ଥୀଙ୍କୁ ଏଠାରେ ଏକ ସାଙ୍ଗରେ ଭୋଜନ ପରିବେଷଣ କରାଯାଇଥାଏ । ଉଭୟ ଶାକାହାରୀ ଓ ନିରାମିଷାଶୀ ଜାତୀୟ ଖାଦ୍ୟ ଦିଆ ଯାଇଥାଏ । 

ଛାତ୍ରାବାସ 

[ସମ୍ପାଦନା]

ଏହି ସମ୍ପୂର୍ଣ୍ଣ ଆବାସିକ ବିଦ୍ୟାଳୟରେ ସମସ୍ତ କେଡେଟ(ଛାତ୍ର)ମାନଙ୍କୁ ଛାତ୍ରାବାସରେ ରହିବାର ବ୍ୟବସ୍ଥା କରାଯାଇଥାଏ । ଛାତ୍ରାବାସଗୁଡିକ ଗୃହଶିକ୍ଷକ, ମାଟ୍ରନ, ହଷ୍ଟେଲ ସୁପରିଣ୍ଟେଣ୍ଡାନ୍ତ ମାନଙ୍କ ତତ୍ତ୍ୱାବଧାନରେ ରହେ । 

ପ୍ରବେଶ 

[ସମ୍ପାଦନା]

ପ୍ରତିବର୍ଷ ଜାନୁଆରୀ ମାସରେ ଅନୁଷ୍ଠିତ ପ୍ରବେଶିକା ପରିକ୍ଷା ଭିତ୍ତିରେ ନୂତନ ଛାତ୍ର ଗ୍ରହଣ କରାଯାଇଥାଏ । ଏଥି ପାଇଁ ପୂର୍ବ ବର୍ଷ ଅକ୍ଟୋବର ମାସରୁ ଆବେଦନ ପତ୍ର ଦେବାକୁ ହେଇଥାଏ । ଡିସେମ୍ବର ପ୍ରଥମ ସପ୍ତାହରେ ପ୍ରବେଶିକା ଫର୍ମ ଦେବା ଶେଷ ହୋଇ ଜାନୁଆରୀ ପ୍ରଥମ ରବିବାରରେ ପ୍ରବେଶିକା ପରିକ୍ଷା ହେଇଥାଏ । 

ସମର ଶିକ୍ଷାର୍ଥୀ ବାହିିନୀ

[ସମ୍ପାଦନା]

ସମର ଶିକ୍ଷାର୍ଥୀ ବାହିିନୀ ଏହି ସ୍କୁଲର ସମସ୍ତ ଛାତ୍ର ମାନଙ୍କ ପାଇଁ ବାଧ୍ୟତାମୂଳକ । ଏହା ତାଙ୍କ ପାଠ୍ୟକ୍ରମର ଏକ ଅଭିନ୍ନ ଅଙ୍ଗ । ସମର ଶିକ୍ଷାର୍ଥୀ ବାହିିନୀରେ ସ୍ଥଳ ସେନା, ଜଳ ସେନା, ଓ ବାୟୁସେନା ବିଭାଗ ରହିଥାଏ । 

ଆଧାର 

[ସମ୍ପାଦନା]
  1. http://pib.nic.in/newsite/PrintRelease.aspx?relid=136915
  2. "ଆର୍କାଇଭ୍ କପି". Archived from the original on 26 ଡିସେମ୍ବର 2016. Retrieved 7 ନଭେମ୍ବର 2016. {{cite web}}: Cite has empty unknown parameter: |1= (help)
  3. Sainik School Entrance Test. Krishna Prakashan Media. pp. 5–. ISBN 978-81-87224-56-3.
  4. http://timesofindia.indiatimes.com/city/bhubaneswar/Second-Sainik-School-near-Sambalpur-soon/articleshow/11139131.cms
  5. BOARD OF GOVERNORS

ବାହାର ଲିଙ୍କ 

[ସମ୍ପାଦନା]