ସୁରେଶ କୁମାର ରାଉତରାୟ
ସୁରେଶ କୁମାର ରାଉତରାୟ | |
|---|---|
| ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୧୯ – ୨୦୨୪ | |
| ପୂର୍ବ ଅଧିକାରୀ | ଭାଗିରଥି ବଡ଼ଜେନା |
| ପର ଅଧିକାରୀ | ବିଭୂତି ଭୂଷଣ ବଳବନ୍ତରାୟ |
| ନିର୍ବାଚନ ମଣ୍ଡଳୀ | ଜଟଣୀ |
| ବିଧାୟକ: ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୫ – ୨୦୦୪ | |
| ପୂର୍ବ ଅଧିକାରୀ | ଶରତ ଚନ୍ଦ୍ର ପାଇକରାୟ |
| ପର ଅଧିକାରୀ | ଶରତ ଚନ୍ଦ୍ର ପାଇକରାୟ |
| ନିର୍ବାଚନ ମଣ୍ଡଳୀ | ଜଟଣୀ |
| ବିଧାୟକ: ୭ମ, ୮ମ, ୯ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୭ – ୧୯୯୦ | |
| ପୂର୍ବ ଅଧିକାରୀ | ସତ୍ୟପ୍ରିୟ ମହାନ୍ତି |
| ପର ଅଧିକାରୀ | ଶରତ ଚନ୍ଦ୍ର ପାଇକରାୟ |
| ନିର୍ବାଚନ ମଣ୍ଡଳୀ | ଜଟଣୀ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୧ ସେପ୍ଟେମ୍ବର ୧୯୪୫ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା |
| ଜୀବନ ସାଥୀ | ମାଳତୀ ରାଉତରାୟ |
| ସନ୍ତାନ | ସ୍ନେହଶ୍ରୀ ହରିଚନ୍ଦନ (ଝିଅ) |
| ବାପା/ବୋଉ | ଶଶୀକୃଷ୍ଣ ରାଉତରାୟ (ବାପା) |
| ସମ୍ପର୍କୀୟ | ପ୍ରସାଦ କୁମାର ହରିଚନ୍ଦନ (ଜ୍ୱାଇଁ) |
| ବୃତ୍ତି | ରାଜନୀତିଜ୍ଞ |
ସୁରେଶ କୁମାର ରାଉତରାୟ (ଜନ୍ମ: ୧୧ ସେପ୍ଟେମ୍ବର ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ସୁର ରାଉତରାୟ ନାମରେ ଜଣାଶୁଣା । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ୧୬ଶ ଓଡ଼ିଶା ବିଧାନ ସଭାର ସଭ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଅଛନ୍ତି ।[୧] ପୂର୍ବରୁ ସେ ୧୯୭୭, ୧୯୮୦, ୧୯୮୫, ୧୯୯୫ ଓ ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୯ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୁରେଶ କୁମାର ରାଉତରାୟ ୧୯୪୫ ମସିହାର ସେପ୍ଟେମ୍ବର ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଶଶୀକୃଷ୍ଣ ରାଉତରାୟ ଏବଂ ପତ୍ନୀଙ୍କ ନାମ ମାଳତୀ ରାଉତରାୟ ।[୨] ସୁରେଶଙ୍କ ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ।[୨] ତାଙ୍କ ଜ୍ୱାଇଁ ପ୍ରସାଦ କୁମାର ହରିଚନ୍ଦନ ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ସୁରେଶ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୨]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ଜଟଣୀ | ଜନତା |
| ୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ଜଟଣୀ | ଭାରତୀୟ ଜାତୀୟ କଂଗ୍ରେସ |
| ୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ଜଟଣୀ | ଭାରତୀୟ ଜାତୀୟ କଂଗ୍ରେସ |
| ୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଜଟଣୀ | ଭାରତୀୟ ଜାତୀୟ କଂଗ୍ରେସ |
| ୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ଜଟଣୀ | ଭାରତୀୟ ଜାତୀୟ କଂଗ୍ରେସ |
| ୨୦୧୯ | -- | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ଜଟଣୀ | ଭାରତୀୟ ଜାତୀୟ କଂଗ୍ରେସ |
ଆଧାର
[ସମ୍ପାଦନା]- ↑ "Jatani Odisha". news18.com. Retrieved 24 June 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Shri Suresh Kumar Routray". odishaassembly.nic.in. Odisha Assembly. Retrieved 28 May 2020.
- ↑ "Prasad Harichandan appointed Odisha PCC president". Business Standard. Retrieved 15 December 2014.