Jump to content

ସୁରେଶ କୁମାର ରାଉତରାୟ

ଉଇକିପିଡ଼ିଆ‌ରୁ
ସୁରେଶ କୁମାର ରାଉତରାୟ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯  ୨୦୨୪
ପୂର୍ବ ଅଧିକାରୀଭାଗିରଥି ବଡ଼ଜେନା
ପର ଅଧିକାରୀବିଭୂତି ଭୂଷଣ ବଳବନ୍ତରାୟ
ନିର୍ବାଚନ ମଣ୍ଡଳୀଜଟଣୀ
ବିଧାୟକ: ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫  ୨୦୦୪
ପୂର୍ବ ଅଧିକାରୀଶରତ ଚନ୍ଦ୍ର ପାଇକରାୟ
ପର ଅଧିକାରୀଶରତ ଚନ୍ଦ୍ର ପାଇକରାୟ
ନିର୍ବାଚନ ମଣ୍ଡଳୀଜଟଣୀ
ବିଧାୟକ: ୭ମ, ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭  ୧୯୯୦
ପୂର୍ବ ଅଧିକାରୀସତ୍ୟପ୍ରିୟ ମହାନ୍ତି
ପର ଅଧିକାରୀଶରତ ଚନ୍ଦ୍ର ପାଇକରାୟ
ନିର୍ବାଚନ ମଣ୍ଡଳୀଜଟଣୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1945-09-11) ୧୧ ସେପ୍ଟେମ୍ବର ୧୯୪୫ (ବୟସ ୮୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା
ଜୀବନ ସାଥୀମାଳତୀ ରାଉତରାୟ
ସନ୍ତାନସ୍ନେହଶ୍ରୀ ହରିଚନ୍ଦନ (ଝିଅ)
ବାପା/ବୋଉଶଶୀକୃଷ୍ଣ ରାଉତରାୟ (ବାପା)
ସମ୍ପର୍କୀୟପ୍ରସାଦ କୁମାର ହରିଚନ୍ଦନ (ଜ୍ୱାଇଁ)
ବୃତ୍ତିରାଜନୀତିଜ୍ଞ

ସୁରେଶ କୁମାର ରାଉତରାୟ (ଜନ୍ମ: ୧୧ ସେପ୍ଟେମ୍ବର ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ସୁର ରାଉତରାୟ ନାମରେ ଜଣାଶୁଣା । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ୧୬ଶ ଓଡ଼ିଶା ବିଧାନ ସଭାର ସଭ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଅଛନ୍ତି ।[] ପୂର୍ବରୁ ସେ ୧୯୭୭, ୧୯୮୦, ୧୯୮୫, ୧୯୯୫ ଓ ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୯ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ସୁରେଶ କୁମାର ରାଉତରାୟ ୧୯୪୫ ମସିହାର ସେପ୍ଟେମ୍ବର ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ଶଶୀକୃଷ୍ଣ ରାଉତରାୟ ଏବଂ ପତ୍ନୀଙ୍କ ନାମ ମାଳତୀ ରାଉତରାୟ ।[] ସୁରେଶଙ୍କ ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ।[] ତାଙ୍କ ଜ୍ୱାଇଁ ପ୍ରସାଦ କୁମାର ହରିଚନ୍ଦନ ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି ।[]

ରାଜନୈତିକ ଜୀବନ

[ସମ୍ପାଦନା]

ସୁରେଶ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୧୯୭୭୧୯୮୦ସଭ୍ୟ, ୭ମ ଓଡ଼ିଶା ବିଧାନ ସଭାଜଟଣୀଜନତା
୧୯୮୦୧୯୮୫ସଭ୍ୟ, ୮ମ ଓଡ଼ିଶା ବିଧାନ ସଭାଜଟଣୀଭାରତୀୟ ଜାତୀୟ କଂଗ୍ରେସ
୧୯୮୫୧୯୯୦ସଭ୍ୟ, ୯ମ ଓଡ଼ିଶା ବିଧାନ ସଭାଜଟଣୀଭାରତୀୟ ଜାତୀୟ କଂଗ୍ରେସ
୧୯୯୫୨୦୦୦ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭାଜଟଣୀଭାରତୀୟ ଜାତୀୟ କଂଗ୍ରେସ
୨୦୦୦୨୦୦୪ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭାଜଟଣୀଭାରତୀୟ ଜାତୀୟ କଂଗ୍ରେସ
୨୦୧୯--ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭାଜଟଣୀଭାରତୀୟ ଜାତୀୟ କଂଗ୍ରେସ
  1. "Jatani Odisha". news18.com. Retrieved 24 June 2020.
  2. 1 2 3 4 5 6 "Shri Suresh Kumar Routray". odishaassembly.nic.in. Odisha Assembly. Retrieved 28 May 2020.
  3. "Prasad Harichandan appointed Odisha PCC president". Business Standard. Retrieved 15 December 2014.