ଶରତ ଚନ୍ଦ୍ର ପାଇକରାୟ
ଶରତ ଚନ୍ଦ୍ର ପାଇକରାୟ | |
|---|---|
| ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୦ – ୧୯୯୫ | |
| ପୂର୍ବ ଅଧିକାରୀ | ସୁରେଶ କୁମାର ରାଉତରାୟ |
| ପର ଅଧିକାରୀ | ସୁରେଶ କୁମାର ରାଉତରାୟ |
| ନିର୍ବାଚନ ମଣ୍ଡଳୀ | ଜଟଣୀ |
| ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୪ – ୨୦୦୯ | |
| ପୂର୍ବ ଅଧିକାରୀ | ସୁରେଶ କୁମାର ରାଉତରାୟ |
| ପର ଅଧିକାରୀ | ବିଭୂତି ଭୂଷଣ ବଳବନ୍ତରାୟ |
| ନିର୍ବାଚନ ମଣ୍ଡଳୀ | ଜଟଣୀ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ମଇ ୬, ୧୯୫୫ |
| ମୃତ୍ୟୁ | ୧୦ ଅପ୍ରେଲ ୨୦୧୫ (ବୟସ ୫୯) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
| ଜୀବନ ସାଥୀ | କାଜଲ ପାଇକରାୟ |
| ବାପା/ବୋଉ | ବାଉରୀ ବନ୍ଧୁ ପାଇକରାୟ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଶରତ ଚନ୍ଦ୍ର ପାଇକରାୟ (୬ ମଇ ୧୯୫୫ - ୧୦ ଅପ୍ରେଲ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଶରତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୯୦ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୁଶାନ୍ତ କୁମାର ରାଉତ ୧୯୫୫ ମସିହାର ମଇ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବାଉରୀ ବନ୍ଧୁ ପାଇକରାୟ ଏବଂ ପତ୍ନୀଙ୍କ ନାମ କାଜଲ ପାଇକରାୟ ।[୧] ସୁଶାନ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଶରତ ଓଡ଼ିଶା ରାଜନୀତିରେ ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଶରତ ଚନ୍ଦ୍ର ପାଇକରାୟ ୨୦୧୫ ମସିହାର ଅପ୍ରେଲ ମାସ ୧୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।