ସୁରେନ୍ଦ୍ରନାଥ ଦାଶ
ଦେଖଣା
ସୁରେନ୍ଦ୍ରନାଥ ଦାଶ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨ ଅପ୍ରେଲ ୧୯୫୧ |
ମୃତ୍ୟୁ | ଆଜ୍ଞାପୁର, ସାଲେପୁର, କଟକ |
ବୃତ୍ତି | ଚିକିତ୍ସକ, ସାହିତ୍ୟିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ସାହିତ୍ୟିକ/ସାହିତ୍ୟିକା |
ସୁରେନ୍ଦ୍ରନାଥ ଦାଶ (ଜନ୍ମ: ୨ ଅପ୍ରେଲ ୧୯୫୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗୀତିକାର, ଗବେଷକ, କଥାକାର, ନାଟ୍ୟକାର ଓ ଶିଶୁ ସାହିତ୍ୟିକ । ନିଜ ସାମଗ୍ରୀକ କୃତିତ୍ୱ ପାଇଁ ସେ ୨୦୧୩ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ବରିଷ୍ଠ ସାହିତ୍ୟିକ ସମ୍ମାନ ପାଇଥିଲେ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସୁରେନ୍ଦ୍ରନାଥ ଦାଶ କଟକ ଜିଲ୍ଲାର ସାଲେପୁର ଅନ୍ତର୍ଗତ ଆଜ୍ଞାପୁର ଠାରେ ୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ SCBରେ ସ୍ତ୍ରୀ ଓ ପ୍ରସୂତି ରୋଗ ଚିକିତ୍ସାରେ ସ୍ନାତକ ଡିଗ୍ରୀ ଲାଭ କରି ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ କାର୍ଯ୍ୟାରମ୍ଭ କଲେ । ପରେ କଳାହାଣ୍ତିର ମୁଖ୍ୟ ଚିକିତ୍ସାଧିକାରୀ ପଦରୁ ଅବସର ନେଇ ପୁନଶ୍ଚ ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଅବସ୍ଥାନ କଲେ । କର୍ମମୟ ଜୀବନକୁ ଛାଡିଦେଲେ ସେ ସାହିତ୍ୟ ସାଧନାରେ ମଗ୍ନ ହୋଇ ହୋଇ ସୃଷ୍ଟି କରିଛନ୍ତି ରାଶି ରାଶି ଶିଶୁ ସାହିତ୍ୟ, ଗଳ୍ପ, ଜୀବନୀ, ପ୍ରବନ୍ଧ, ଫିଚର ଇତ୍ୟାଦି । ୨୦୧୩ରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ବାରା ସମ୍ବର୍ଦ୍ଧିତ ସୁରେନ୍ଦ୍ରନାଥ ଜଣେ ଐତିହ୍ୟ ସଚେତନ ସ୍ରଷ୍ଟା ।[୨]
ରଚନାବଳୀ
[ସମ୍ପାଦନା]ଜୀବନୀ
[ସମ୍ପାଦନା]- ପଥ ଅସରନ୍ତି
- ଗୁଣ୍ତୁଚିର ସ୍ବପ୍ନ
- ନଈକୂଳିଆ ଏକ ଗାଁର କଥା ‐ ଜୀବନାନୁଭୁତି
- ଗାନ୍ଧି
- ଗାନ୍ଧିଙ୍କୁ ନେଇ କିଛି ଅଜଣା କଥା
- ଗାନ୍ଧି ଓ ତାଙ୍କ ପାଖ ଲୋକ
- କର୍ମଯୋଗୀ ଦୋଳବାବୁ
ଗଳ୍ପ/ଉପନ୍ୟାସ
[ସମ୍ପାଦନା]- ନୀଳନାନୀ ଓ ଅନ୍ୟାନ୍ୟ ଗଳ୍ପ
- ନିରବତାର ଭାଷା
- ମିଠୁ ଓ ଅନ୍ୟାନ୍ୟ ଗଳ୍ପ
- ଗନ୍ କଣ୍ଟ୍ରୋଲ୍ ବିଲ୍ (ଉପନ୍ୟାସ)
- ମସ୍ତାନୀ ‐ ବାଜିରାଓ (ଐତିହାସିକ ଉପନ୍ୟାସ)
ଅନୁବାଦ
[ସମ୍ପାଦନା]- ମରୁଦେବତା
- ବ୍ଲାକ୍ କଫି : ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ
- ପାର୍ଟନର (ନଟବରଲାଲ୍)
ପ୍ରବନ୍ଧ ଓ ଅନ୍ୟାନ୍ୟ
[ସମ୍ପାଦନା]- କେତେ କଥା କେତେ ବ୍ୟଥା
- କରୋନା କଥା
- ଅପରେସନ-କେ-୨[୩]
ଶିଶୁ ସାହିତ୍ୟ
[ସମ୍ପାଦନା]- ମେବାର କାହାଣୀ
- ଛତ୍ରପତି ଶିବାଜୀ
- ପିଲାଙ୍କ ମହାଭାରତ
- ପିଲାଙ୍କ ହନୁମାନ
- ଝାନସୀରାଣୀ ଲକ୍ଷ୍ମୀବାଈ
ଇଂରାଜୀ
[ସମ୍ପାଦନା]- GODS AND THEIR MYTHS OF NABARANGPUR
ସମ୍ମାନ
[ସମ୍ପାଦନା]- ୨୦୧୩ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ବରିଷ୍ଠ ସାହିତ୍ୟିକ ସମ୍ମାନ
- ୨୦୧୭ ପାଇଁ ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର ମେବାର କାହାଣୀ ପାଇଁ
- ସମାରୋହ ଲଳିତ ନିବନ୍ଧ ସମ୍ମାନ
- ନବରଙ୍ଗପୁର ପୁସ୍ତକମେଳା ସମ୍ମାନ
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/ovation7.php
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୫୯. ISBN 81-7400-331-2.
- ↑ ଦାଶ, ସୁରେନ୍ଦ୍ରନାଥ, ଡାକ୍ତର (୨୦୨୪). ଅପରେସନ-କେ-୨. ଭୁବନେଶ୍ୱର: କାବ୍ୟଲୋକ. pp. କଭର ପୃଷ୍ଠା. ISBN 978-81-19938-74-2.
{{cite book}}
: CS1 maint: multiple names: authors list (link)